ବାଇକ, କାର, ଅଟୋ ଚାଳକଙ୍କ ପାଇଁ ନୂଆଁ ନିୟମ, ନମାନିଲେ ଦେବାକୁ ପଡ଼ିବ ତଣ୍ଡ

ଗାଡ଼ି ଚାଳକମାନଙ୍କ ପାଇଁ ନୂଆ ନିୟମ ଆସିଲା। ରାସ୍ତାରେ ଗାଡ଼ି ଚଳାଇବାକୁ ହେଲେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଗାଡ଼ି ଚଳାଇବାକୁ ହେବ ନଚେତ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିବ। ଶୁକ୍ରବାର ଦିନ ରାଜଧାନୀ ଦିଲ୍ଲୀରେ ଟ୍ରାଫିକ ପୋଲିସ ଦ୍ୱାରା ଗାଡ଼ି ଚଳାଇବା ବେଗରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଦୁଇ-ଚକିଆ ଗାଡ଼ି ହେଉ କିମ୍ବା ଟ୍ରକ,ବସ ,ଅଟୋ ସମସ୍ତଙ୍କ ପାଇଁ ଏକ ଅଲଗା ଅଲଗା ବେଗର ବ୍ୟବଧାନ ଦର୍ଶାଯାଇଛି। ସୁଚନା ଅନୁସାରେ, ଟ୍ରାଫିକ ପୋଲିସ ଦ୍ୱାରା ଏକ ତଥ୍ୟ ପ୍ରଦାନ କରାଯାଇଛି। ଯେଉଁଥିରେ ବିଭିନ୍ନ ରାସ୍ତାର ବିଭିନ୍ନ ନାମକରଣ କରାଯିବା ସହିତ ସେହି ଅଞ୍ଚଳରେ ଗାଡ଼ି ଚଳାଇବାର ବେଗ ବିଷୟରେ ଉଲ୍ଲେଖ କରାଯାଉଛି।

ଯାହାଫଳରେ ଗାଡ଼ି ଚାଳକମାନେ ଉକ୍ତ ସ୍ଥାନରେ ସେତିକି ବେଗ ମାଧ୍ୟମରେ ନିଜ ଗାଡ଼ି ଚଳାଇପାରିବେ। ନୁଆ ନିୟମ ଅନୁସାରେ କାର, ଜିପ, ଟ୍ୟାକ୍ସି ଓ କ୍ୟାବର ବେଗର ସବୋର୍ଚ୍ଚ ୬୦ କିଲୋମିଟର ହେବ ହେଲେ କିଛି ଅଚଂଳରେ ଏହା ୭୦ କିଲୋମିଟର ବେଗରେ ମଧ୍ୟ ଚଳାଇହେବ।

ସେହିପରି ଦୁଇ ଚକିଆ ବାହାନ ପାଇଁ ଘଣ୍ଟା ପ୍ରତି ବେଗ ୫୦ କିଲୋମିଟର ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ରଖାଯାଇଛି ଏବଂ ତିନି ଚକିଆ ବାହାନ ପାଇଁ ଘଣ୍ଟା ପ୍ରତି ବେଗ ୪୦ କିଲୋମିଟର ରଖାଯାଇଛି। ଡ଼ିଏନଡ଼ି ରାସ୍ତାରେ କାର ପାଇଁ ଘଣ୍ଟାକୁ – ୭୦ କିଲୋମିଟର ଏବଂ ଦୁଇଟି ଚକିଆ ପାଇଁ ଘଣ୍ଟାକୁ ୬୦ କିଲୋମିଟର ବେଗରେ ରଖାଯାଇଛି।

ସେହିପରି ବାରପୁଲା ଫ୍ଲାଏ ଓଭରରେ ଉଭୟ କାର ଏବଂ ବାଇକ ପାଇଁ ବେଗର ସୀମାର ଘଣ୍ଟା ପ୍ରତି ୬୦ କିଲୋମିଟର ରଖାଯାଇଛି। ଦିଲ୍ଲୀରୁ ନୋଏଡା ଟୋଲ ରୋଡରେ କାର ଗୁଡ଼ିକପାଇଁ ୭୦ କିଲୋମିଟର ଏବଂ ଦୁଇ ଚକିଆ ଯାନ ଗୁଡ଼ିକପାଇଁ ୬୦ କିଲୋମିଟର ।

ବିମାନ ବନ୍ଦର ରାସ୍ତାରେ ଉଭୟ କାର ଏବଂ ବାଇକ ପାଇଁ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗ ରହିବ। ସମସ୍ତ ଆବାସିକ ଏବଂ ବାଣିଜ୍ୟିକ ବଜାର ମଧ୍ଯରେ ଥିବା ରାସ୍ତାରେ କାର ଏବଂ ବାଇକର ସର୍ବାଧିକ ଗତି ଘଣ୍ଟା ପ୍ରତି ବେଗ ୩୦ କିଲୋମିଟର ରଖାଯାଇଛି।

Leave a Reply

Your email address will not be published. Required fields are marked *