ଦେଖନ୍ତୁ ଭିଡ଼ିଓ : ଅଚାନକ ଗାଡ଼ି ଏବଂ ଗଛଗୁଡିକୁ ଗିଳିବାକୁ ଲାଗିଲା ଏହି ଗାତ, ରାସ୍ତାକଡ଼ର ସିସିଟିଭି କ୍ୟାମେରାରେ କ-ଏ-ଦ ହେଲା ଏହି ଦୃ-ଶ୍ୟ

କାର ପାର୍କିଙ୍ଗ କାର ଠିଆ କରାଇବା ପରେ ଯଦି ତାହା କୌଣସି ଗାତରେ ପଡ଼ିଯିବ, ତେବେ ଆପଣ କଣ କରିବେ ? କାରକୁ ବାହାର କରିବାପାଇଁ ଚେଷ୍ଟା କରିବେ, କିନ୍ତୁ ଯଦି କାର ଜାଗାରେ ଏକ ବଡ଼ ଗାତ ମିଳିବ, ତେବେ କଣ ହେବ ? ଶୁଣିବାକୁ ହୁଏତ ଆପଣଙ୍କୁ ଏହା ଟିକେ ଅଜବ ପ୍ରକାରର ଲାଗୁଥିବ, କିନ୍ତୁ ଏପରି ଦୃଶ୍ୟ ଇସ୍ରାଏଲରେ ହୋଇଛି | ଏଠାରେ କାର ପାର୍କିଙ୍ଗରେ ଅଚାନକ ସୃଷ୍ଟି ହୋଇଥିବା ଏକ ଗାଡ଼ିରେ ସେଠାରେ ଠିଆ ହୋଇଥିବା ଅନେକ କାରକୁ ଗିଳିପକାଇଲା ଏବଂ କିଛି ଗଛକୁ ମଧ୍ୟ ଏହି ଗାତ ଖାଇଦେଲା |

ରାସ୍ତାକଡ଼ରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଘଟଣା କଏଦ ହୋଇଗଲା | ଏହି କାର ପାର୍କିଙ୍ଗ ଏକ ମେଡିକାଲ ସେଣ୍ଟରର ଥିଲା | ସିସିଟିଭି କ୍ୟାମେରାରେ ଦେଖାଗଲା ଯେ ଏହି ଗାତ ଅଚାନକ ସୃଷ୍ଟି ହେଲା ଏବଂ ଦେଖୁ ଦେଖୁ ସେଠାରେ ଠିଆ ହୋଇଥିବା କାରଗୁଡିକ ଏବଂ କିଛି ଗଛକୁ ଗିଳିବାକୁ ଲାଗିଲା | ଖୁସିର କଥା ଯେ ଏହି ଘଟଣା ସମୟରେ ସେଠାରେ କେହି ବି ଉପସ୍ଥିତ ନଥିଲେ |

ଅଚାନକ ସୃଷ୍ଟି ହୋଇଥିବା ଗାତ ବଢିଚାଲିଲା :-

ସିସିଟିଭି ଫୁଟେଜରେ ଦେଖାଯାଇପାରେ ଯେ ପ୍ରଥେମେ ସେଠାରେ ଏକ ଧଳା କାରର ତଳେ ଗାତ ସୃଷ୍ଟି ହେଲା ଏବଂ କାରଟି ସେଥିରେ ପୋତି ହୋଇଗଲା | ତାପରେ ଏହି ଗାତ ବଢିଚାଲିଲା ଏବଂ ଆଖପାଖର ଗାଡ଼ିଗୁଡ଼ିକ ମଧ୍ୟ ଏଥିରେ ପୋତି ହେବାକୁ ଲାଗିଲା | ଗାତକୁ ଦେଖିବା ଲୋକମାନେ ପୁରା ଆଶ୍ଚର୍ଯ୍ୟ ହୋଇଗଲେ | ଘଟଣାର ଯାଞ୍ଚ କରୁଥିବା ଲୋକମାନେ କହିଛନ୍ତି ଯେ ମେଡିକାଲ ସେଣ୍ଟରର ବିଲଡିଂ ତଳେ ଏକ ହାଇୱେ ଟନଲ ପ୍ରୋଜେକ୍ଟ ଚାଲିଛି, ଏହି ଗାତ ସୃଷ୍ଟି ହେବାର କାରଣ ଏହା ମଧ୍ୟ ହୋଇପାରେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *