ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳର ଘୋଷଣା,ଏହି ଖେଳାଳି ହେବେ ଅଧିନାୟକ, ଆଇପିଏଲର ଏହି ସବୁ ଯୁବା ଖେଳାଳିଙ୍କୁ ମିଳିଲା ଦଳରେ ସ୍ଥାନ,ଜାଣନ୍ତୁ ସ୍କ୍ୱାର୍ଡରେ କିଏ କିଏ ସବୁ ଅଛନ୍ତି ?

ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କୁ ବର୍ତ୍ତମାନ ଯାହାର ଅପେକ୍ଷା ଥିଲା ତାହା ଏବେ ସାମ୍ନାକୁ ଆସିଯାଇଛି। ବିସିସିଆଇ ଜୁଲାଇ ମାସରେ ହେବାକୁ ଥିବା ଶ୍ରୀଲଙ୍କା ଗସ୍ତ ପାଇଁ ଦଳ ଘୋଷଣା କରିସାରିଛି। କିଛି ସିନିୟର, କିଛି ଯୁବା ଓ କିଛି ନୂଆ ଚେହେରାରେ ସଜ୍ଜିତ ଏହି ଦଳର ଭୂମିକା ଅନୁଭବୀ ଶିଖର ଧାୱନଙ୍କୁ ଦିଆଯାଇଛି। ସେହିପରି ଭୁବନେଶ୍ୱର କୁମାରଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି। ବିଗତ କିଛି ସିଜିନ ଆଇପିଏଲରେ ନିଜର ପ୍ରଦର୍ଶନରେ ଦମ ଦେଖାଉଥିବା ନୀତିଶ ରାଣାଙ୍କୁ ମଧ୍ୟ ଦଳରେ ଡ଼ାକରା ମିଳିଛି। ସେହିପରି ବିଗତ ଦୁଇଟି ସିଜିନରେ ଧମାଲ କରୁଥିବା ଦେବଦତ ପାଡ଼ିକଲ ଓ ଋତୁରାଜ ଗାଇକୱାଡ଼ଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି।

ନୂଆ ଚେହେରା ରୂପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ବାମହାତୀ ଏହି ଦ୍ରୁତ ବୋଲର ଚେତନ ସକାରିୟା। ସେ ଏହିବର୍ଷ ରାଜସ୍ଥାନ ରୟାଲସ ତରଫରୁ ନିଜର ଡେବ୍ୟୁ କରିଥିଲେ। ଆଇପିଏଲରେ ମାତ୍ର 7ଟି ମ୍ୟାଚରେ ତାଙ୍କୁ ଦଳରେ ସ୍ଥାନ ମିଳିଗଲା। ତାଙ୍କ ବ୍ୟତୀତ କୃଷ୍ନାପା ଗୌତମଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଗଲା। ଏହାପରେ ନବଦୀପ ସାଇନି, ବରୁଣ ଚକ୍ରବର୍ତ୍ତୀ ଓ କୂଲଦୀପ ଯାଦବଙ୍କୁ ମଧ୍ୟ ଚାନ୍ସ ମିଳିଛି।

Google

ପ୍ରଥମ ଥର ଧାୱନ ହେଉଛନ୍ତି ଅଧିନାୟକ:-

ନିୟମିତ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ଶିଖର ଧାୱନଙ୍କୁ ଭାରତୀୟ ଟିମର ଅଧିନାୟକ ଦାୟିତ୍ୱ ପ୍ରଥମ ଥର ପାଇଁ ଦିଆଯାଇଛି। ତାଙ୍କର ଏହି ଦଳରେ ହାର୍ଦିକ ପାଣ୍ଡ୍ୟା, ମନୀଷ ପାଣ୍ଡେ, ଭୁବନେଶ୍ୱର କୁମାର, ଚହଲଙ୍କ ଭଳି ପ୍ରମୁଖ ଖେଳାଳି ରହିଛନ୍ତି।

ଫ୍ୟାନ୍ସମାନେ ଦାବି କରୁଥିଲେ କି, ଏହି ଗସ୍ତରେ ତାଙ୍କୁ କୂଲଦୀପ ଯାଦବ ଓ ଚହଲଙ୍କ ଯୋଡି ଦେଖିବାକୁ ଦିଆଯାଉ। ଏହାପୂର୍ବରୁ ସମସ୍ତ ଫର୍ମାଟରେ ବାଦ ପଡୁଥିବା କୂଲଦୀପଙ୍କୁ ବିସିସିଆଇ ଏକ ମୌକା ଦେଇଛି।

ତାଙ୍କୁ ବରୁଣ ଚକ୍ରବର୍ତ୍ତୀଙ୍କ ଠାରୁ ବହୁତ ଚ୍ୟାଲେଞ୍ଜ ମିଳିବାର ସମ୍ଭାବନା ରହିଛି କାରଣ ବିଗତ ଦୁଇଟି ସିରିଜ ପାଇଁ ସେ ଚୟନ ହୋଇଥିବା ସତ୍ତ୍ୱେ ମଧ୍ୟ ଆହତ କାରଣରୁ ବସିଛନ୍ତି।

ଜୁଲାଇ 13 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସିରିଜ:-

ଭାରତୀୟ ଟିମ ଶ୍ରୀଲଙ୍କା ବିପକ୍ଷରେ 3ଟି ଦିନିକିଆ ଓ 3ଟି t-20 ମ୍ୟାଚ ଖେଳିବ। ଦିନିକିଆ ମ୍ୟାଚ ଜୁଲାଇ 13 ରେ ଆରମ୍ଭ ହେବାକୁ ଥିବାବେଳେ t-20 ମ୍ୟାଚ ଜୁଲାଇ 21 ତାରିଖରେ ଆରମ୍ଭ ହେବାକୁ ଯାଉଛି। ଦିନିକିଆ ମ୍ୟାଚ 13,16 ଓ 18 ତାରିଖରେ ଖେଳାଯିବ। ସେହିପରି t-20 ମ୍ୟାଚ 21,23 ଓ 25 ରେ ଖେଳାଯିବ। କରୋନା ଭାଇରସକୁ ଆଖି ଆଗରେ ରଖି ଏହିସବୁ ମ୍ୟାଚ କଲମ୍ବୋର ଆର ପ୍ରେମଦାସ ଷ୍ଟାଡିୟମରେ କରାଯିବ।

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ:-

ଶିଖର ଧାୱନ(ଅଧିନାୟକ), ଭୁବନେଶ୍ୱର କୁମାର(ଉପ-ଅଧିନାୟକ), ପୃଥ୍ୱୀ ସ, ଦେବଦତ ପାଡ଼ିକଲ, ଋତୁରାଜ ଗାଇକୱାଦ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଇଶାନ କିଷାନ, ସଞ୍ଜୁ ସାମସନ, ଯୁଜବେନ୍ଦ୍ର ଚହଲ, କୂଲଦୀପ ଯାଦବ, ରାହୁଲ ଚହର, କ୍ରୁନାଲ ପାଣ୍ଡ୍ୟା, କୃଷ୍ଣପା ଗୌତମ, ବରୁଣ ଚକ୍ରବର୍ତ୍ତୀ, ଦୀପକ ଚହର, ନବଦୀପ ସାଇନି, ଚେତନ ସକାରିୟା

ନେଟ ବୋଲର: ଇଶାନ ପରେଳ, ସନ୍ଦୀପ ୱାରିଅର, ଅର୍ଶଦୀପ ସିଂହ, ସାଇ କିଶୋର, ସିମ୍ରନଜିତ ସିଂହ।

Leave a Reply

Your email address will not be published. Required fields are marked *