କରୋନାର ତୃତୀୟ ଲହରୀରେ କେମିତି ପିନ୍ଧିବାକୁ ହେବ ମାସ୍କ। ହର୍ଷ ଗୋୟନକା ଶେୟର କଲେ ମଜାଦାର ଫୋଟୋ

ପୁରା ଦେଶ ବର୍ତ୍ତମାନ କରୋନା ଭାଇରସ ମହାମାରୀରେ ପୀଡିତ। ସୂଚନା ଏହାକି ଯେ, ଏହି ମହାମାରୀ ଲଗାତାର ବଢ଼ିବାରେ ଲାଗିଛି। କରୋନାର ଦ୍ଵିତୀୟ ଲହରୀରେ ଲୋକମାନେ ଲଗାତାର ସଂଖ୍ୟାରେ ସଂକ୍ରମିତ ହେଉଥାନ୍ତି। ସେହିପରି ଡବଲ ମାସ୍କ ପ୍ରଚଳନ ମଧ୍ୟ ବଢ଼ିଯାଇଛି। ଏତିକି ମଧ୍ୟ ନୁହେଁ କରୋନା କାଳରେ ଗୋଟିଏ ପରେ ଗୋଟିଏ ମଜାଦାର ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସୁଛି। ଏହାମଧ୍ୟରେ କରୋନାର ତୃତୀୟ ଲହରୀକୁ ନେଇ ହର୍ଷ ଗୋୟନକା ବହୁତ ମଜାଦାର ଫୋଟୋ ଶେୟର କରିଛନ୍ତି, ଯାହାକି ବର୍ତ୍ତମାନ ଭାଇରାଲ ହେଉଛି।

ଏହାତ ଆମେ ସବୁ ଜାଣିଛେ କି, କରୋନାର ଦ୍ଵିତୀୟ ଲହରୀ ବର୍ତ୍ତମାନ ଦେଶରେ ଜାରି ରହିଛି। ପ୍ରତ୍ୟେକ ଲକ୍ଷରେ ନୂଆ ମାମଲା ସାମ୍ନାକୁ ଆସୁଛି। କୁହାଯାଉଛି କି, କରୋନାର ତୃତୀୟ ଲହରୀ ମଧ୍ୟ ଆସିବ। ଏତିକି ମଧ୍ୟ ନୁହେଁ ଏହା ଆହୁରି ମଧ୍ୟ ଖତରନାକ ସାବ୍ୟସ୍ତ ହେବ। ଏହାମଧ୍ୟରେ ହର୍ଷ ଗୋୟନକା ଏକ ମଜାଦାର ଟ୍ୱିଟ କରିଛନ୍ତି। ଟ୍ୱିଟରେ ଯେଉଁ ଫୋଟୋ ଶେୟର କରାଯାଇଛି ଏହାକୁ ଦେଖି ଲୋକମାନଙ୍କର ହସ ଅଟକୁନାହିଁ। ଫୋଟୋରେ ଦେଖାଯାଇଛି ପ୍ରଥମ ଲହରୀରେ ଗୋଟିଏ ମାସ୍କ, ଦ୍ଵିତୀୟ ଲହରୀରେ ଦୁଇଟି ମାସ୍କ ଓ ତୃତୀୟ ଲହରୀରେ ବହୁତ ସାରା ମାସ୍କ ଲଗାଯାଇଥାଏ।

ପୋଷ୍ଟ ଟି ବହୁତ ମଜାଦାର:-

ସୋସିଆଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେଉଛି। ଫୋଟୋକୁ ଦେଖି ଲୋକମାନଙ୍କର ହସ ଅଟକି ରହୁନାହିଁ। ଏହି ପୋଷ୍ଟକୁ ଏକ ହଜାରରୁ ଅଧିକ ଲୋକ କମେଣ୍ଟ କରିସାରିଛନ୍ତି। ସେହିପରି ଶହେ ଜଣ ଏହାକୁ ରିଟ୍ୱିଟ କରିଛନ୍ତି। ଏହି ପୋଷ୍ଟରେ ୟୁଜର୍ସ ବହୁତ ମଜାଦାର କମେଣ୍ଟ କରୁଛନ୍ତି।

Leave a Reply

Your email address will not be published. Required fields are marked *