ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ,ରାଜ୍ୟରେ ଆସନ୍ତାକାଲି ପ୍ରବଳ ବର୍ଷା, ୬ଟି ଜିଲ୍ଲାକୁ ରେଡ ଓ୍ଵାର୍ଣ୍ଣିଂ ଜାରୀ

ଓଡିଶାରେ ମୌସୁମିର ଆଗମନ ହୋଇସାରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ଅନ୍ୟପକ୍ଷେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାରି ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତାକାଲି ଲଘୁଚାପଜନିତ ବର୍ଷାକୁ ନେଇ ପାଣିପାଗ ବିଭାଗ ତରଫରୁ ଜିଲ୍ଲାଗୁଡିକ ପାଇଁ ରେଡ ଓ୍ଵାର୍ଣ୍ଣିଂ, ୟୋଲୋ ଓ୍ଵାର୍ଣ୍ଣିଂ ଓ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକାଲି ଠାରୁ ୬ଟି ଜିଲ୍ଲାକୁ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକ ହେଉଛି ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ ଓ ଅନୁଗୋଳ ରହିଛି। ଏହି ଜିଲ୍ଲାଗୁଡିକର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସେହିଭଳି ୧୧ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି। ଜିଲ୍ଲାଗୁଡିକ ହେଉଛି ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ। ଏହି ସମୟରେ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି।

ସେହିଭଳି ପାଣିପାଗ ବିଭାଗ ତରଫରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକ ହେଉଛି ବାଲେଶ୍ଵର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ନୂଆପଡା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି। ପ୍ରବଳ ବର୍ଷା ଯୋଗୁଁ ସହରତଳି ଅଞ୍ଚଳରେ ପାଣିପାଗ ଜମିବାର ସମ୍ଭାବନା ରହିଛି। ଚାଳ ଝୁପୁଡି ଥିବା ଘରଗୁଡ଼ିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *