ଯୁବରାଜ ସିଂଙ୍କୁ ପଡିଆ ମଝିରେ ମିଳିଥିଲା ବେକ କାଟିଦେବାର ଧମକ,ଜାଣନ୍ତୁ ତା ପରେ ଯୁବରାଜ କଣ କରିଥିଲେ ?

ଟି-୨୦ ବିଶ୍ଵକପ ୨୦୦୭ର ସ୍ମୃତିକୁ କୌଣସି ଭାରତୀୟ ଭୁଲି ପାରିବେ ନାହିଁ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵରେ ଭାରତୀୟ ଦଳ ପ୍ରଥମ ଟି-୨୦ ବିଶ୍ଵକପ ନିଜ ନାମରେ କରିଥିଲା। ଟି-୨୦ ବିଶ୍ଵକପ ଜିତିବା ପୂର୍ବରୁ ଭାରତୀୟ ଦଳର ଧାକଡ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ କିଛି ଏମିତି କାରନାମା କରିଥିଲେ। ଯାହା ବିଷୟରେ କେହି ଚିନ୍ତା କରିନଥିବେ। ଯୁବରାଜ ସିଂ ଇଂଲଣ୍ଡ ବିରୁଦ୍ଧରେ ୬ଟି ବଲରେ ୬ଟି ଛକା ପିଟିଥିଲେ। ଆପଣଙ୍କୁ ଜଣାଇଦେଉଛୁକି ୬ଟି ଛକା ପିଟିବା ପୂର୍ବରୁ ଯୁବରାଜ ସିଂଙ୍କୁ ଇଂଲଣ୍ଡର ଅଲରାଉଣ୍ଡର ଏଣ୍ଡ୍ର୍ଯୁ ଫିଲ୍ନଟଫ ବେକ କାଟିଦେବେ ବୋଲି ଧମକ ଦେଇଥିଲେ। ଯାହାର ଖୁଲାସା ଯୁବରାଜ ସିଂ ଏକ ପୋଡକାଷ୍ଟ ସମୟରେ କରିଥିଲେ।

‘୨୨ ଯାର୍ନ୍ସ’ ପୋଡକାଷ୍ଟ ଉପରେ ଯୁବରାଜ ସିଂ କହିଲେକି ସେ ବ୍ରଡଙ୍କୁ ୬ଟି ଛକା ପିଟିବା ପୂର୍ବରୁ ଫିଲ୍ନଟଫଙ୍କୁ ୨ଟି ଚୌକା ପିଟିଥିଲେ, ଯେଉଁଥିରେ ସେ ରାଗିଯାଇଥିଲେ। ଯୁବରାଜ କହିଲେ,’ମୋର ମନେ ଅଛିକି ଫିଲ୍ନଟଫଙ୍କ ବଲରେ ମୁଁ ଦୁଇଟି ଚୌକା ପିଟିଲି ଓ ସେ ମୋତେ କିଛି କହିଥିଲା ଓ ମୁଁ ମଧ୍ୟ ଉତ୍ତର ଦେଇଥିଲି। ପିଲ୍ନଟଫ ମୋତେ କହିଲା,’ଏଠାକୁ ଆସ ମୁଁ ତୁମର ବେକ କାଟିଦେବି। ଯୁବରାଜ କହିଲେକି ଏହି ଝଗଡା ବହୁତ ଅଧିକ ଗମ୍ଭୀର ଥିଲା। ମୋତେ ଇଚ୍ଛା ହେଲାକି ମୁଁ ପ୍ରତ୍ଯେକ ବଲକୁ ଛକା ପାଇଁ ପହଞ୍ଚାଇଦିଏ।’

Google

‘ବ୍ରଡକୁ ୟର୍କର କରିବା ପାଇଁ ପରାମର୍ଶ ଦେଇଥିଲେ କଲିଙ୍ଗବୁଡ’:-

ଯୁବରାଜ ସିଂ ଇଂଲଣ୍ଡ ବିରୁଦ୍ଧରେ ୧୨ଟି ବଲରେ ଅର୍ଦ୍ଧଶତକ କରିବାର କାରନାମା କରିଥିଲେ। ଯୁବରାଜ କହିଲେ,’ବ୍ରଡଙ୍କ ପ୍ରଥମ ଦୁଇଟି ବଲରେ ମୁଁ ଛକା ଲଗାଇଥିଲି। ତୃତୀୟ ଛକା ମୁଁ ପଏଣ୍ଟ ଆଡକୁ ପିଟିଥିଲି। ଯେଉଁଠି ମୁଁ ମୋ ଜୀବନରେ କେବେ ଛକା ପିଟିନଥିଲି। କଲିଙ୍ଗବୁଡ ଲଗାତାର ବ୍ରଡଙ୍କୁ ଅଫ ଷ୍ଟମ୍ପ ବାହାରେ ୟର୍କର ପକାଇବାକୁ କହିଥିଲେ କାରଣ ସେହିପଟେ ବାଉଣ୍ଡରୀ ଲମ୍ବା ଥିଲା। କିନ୍ତୁ ବ୍ରଡ ମୋର ଗୋଡକୁ ବୋଲିଂ କରୁଥିଲେ। ମୋତେ ଜଣାପଡିଗଲାକି ବ୍ରଡ ଡରିଯାଇଛନ୍ତି। ପଞ୍ଚମ ବଲ ବ୍ୟାଟର ତଳ ଭାଗରେ ବାଜିଲା କିନ୍ତୁ ଛୋଟ ବାଉଣ୍ଡରୀ କାରଣରୁ ବଲ ଫିଲ୍ନଟଫଙ୍କ ମୁଣ୍ଡ ଦେଇ ପାରେଇଗଲା। ଶେଷ ବଲରେ ମୁଁ ୟର୍କର ପାଇଁ ପ୍ରସ୍ତୁତ ଥିଲି ଓ ବ୍ରଡ ମୋ ରାଡ଼ାରରେ ବଲ ପକାଇଦେଲେ। ୬ଟି ଛକା ଲଗାଇବା ପରେ ଫିଲ୍ନଟଫଙ୍କୁ ହସିକରି ଦେଖିଲି।’

Leave a Reply

Your email address will not be published. Required fields are marked *