WTC ଫାଇନାଲ : ସବୁଠାରୁ ଏହି ଖତରନାକ ବୋଲରଙ୍କୁ ଦଳରୁ ବାହାର କରି ପାରନ୍ତି ବିରାଟ କୋହଲି ! ଜାଣନ୍ତୁ କିଏ ସେ ବୋଲର ?

ଯଦି ଆପଣଙ୍କ ଦଳରେ ଗୋଟିଏ ପରେ ଗୋଟିଏ ପ୍ରତିଭାଶାଳୀ ଖେଳାଳି ରହିଛନ୍ତି ତାହେଲେ ମଧ୍ୟ ଅଧିନାୟକ ପାଇଁ ଏହାଏକ ସମସ୍ୟା। ଅଧିନୟକଙ୍କୁ ଏହା ନିଷ୍ପତ୍ତି ନେବାର ସମସ୍ୟା ହୋଇଥାଏ କି ସେ କାହାକୁ ଭିତରେ ରଖିବେ ଓ କାହାକୁ ବାହାରେ ରଖିବେ? ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା t-20 ବିଶ୍ୱକପ ଫାଇନାଲରେ ମଧ୍ୟ ଭାରତୀୟ ଦଳରେ ଏହିଭଳି ସମସ୍ୟା ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଏହା ସାମ୍ନାକୁ ଆସୁଛି ଯେ ବିରାଟ ଆଣ୍ଡ କମ୍ପାନୀ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ମ୍ୟାଚରେ ମହମ୍ମଦ ସିରାଜଙ୍କୁ ମୌକା ଦେବାପାଇଁ ଚାହୁଁଛନ୍ତି କାରଣ ସେ ଯେଉଁଭଳି ଭାବରେ ଲୟରେ ଅଛନ୍ତି ଇଂଲଣ୍ଡ ପରିସ୍ଥିତିରେ ସଫଳତା ଦେଇପାରିବେ। ଏହା ଓରାଷ୍ନ ଉଠୁଛି କି, ବିରାଟ କୋହଲି କେଉଁ ବୋଲରଙ୍କ ସ୍ଥାନରେ ସିରାଜଙ୍କୁ ଖେଳାଇବେ। ଟିମ ଇଣ୍ଡିଆର ପ୍ରମୁଖ ଓ ଅନୁଭବୀ ବୋଲର ଇଶାନ୍ତ ଶର୍ମା, ଯଶପ୍ରୀତ ବୁମରା ଓ ମହମ୍ମଦ ଶାମି ଫିଟ ରହିଛନ୍ତି। ଏମାନଙ୍କ ମଧ୍ୟରୁ କାହାକୁ ବାଦ ଦିଆଯିବ?

ଟାଇମସ ଅଫ ଇଣ୍ଡିଆ ରିପୋର୍ଟସ ମୁତାବିକ, ଭାରତୀୟ ଟିମ ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ମ୍ୟାଚରେ ଇଶାନ୍ତ ଶର୍ମାଙ୍କୁ ବେଞ୍ଚରେ ବସାଇପାରେ ଯଦି ଏମିତି ହୁଏ ତାହେଲେ ଏହା ଏହି ଡାହାଣହାତୀ ଦ୍ରୁତ ବୋଲରଙ୍କ ପାଇଁ ଅନ୍ୟାୟ ହେବ କାରଣ ଇଶାନ୍ତ ଶର୍ମା ଇଂଲଣ୍ଡ ପରିସ୍ଥିତିରେ ଖେଳିବାର ଯଥେଷ୍ଟ ଅନୁଭବ ରହିଛି ଓ ବିଶ୍ୱ ଟେଷ୍ଟ ଚମ୍ପିୟାନସିପରେ ତାଙ୍କର ଆଭରେଜ ସମସ୍ତ ଭାରତୀୟ ବୋଲରଙ୍କ ଠାରୁ ବେଶ ଭଲ।

Google

ଇଶାନ୍ତ ଶର୍ମା ବିଶ୍ୱ ଟେଷ୍ଟ ଚମ୍ପିୟାନସିପର 11 ଟି ମ୍ୟାଚରୁ ମୋଟ 36ଟି ଉଇକେଟ ନେଇଛନ୍ତି। ତାଙ୍କର ବୋଲିଂ ଆଭରେଜ ମଧ୍ୟ ସବୁ ବୋଲରଙ୍କ ଠାରୁ ବେଶ ଭଲ। ଇଶାନ୍ତ 17.36 ଆଭରେଜରେ ଉଇକେଟ ନେଇଥିବା ବେଳେ ଶାମି 19.77, ବୁମରା 22.41 ଓ ସିରାଜ 28.25 ଆଭରେଜରେ 16ଟି ଉଇକେଟ ନେଇଛନ୍ତି।

ଭାରତ ପାଇଁ 101 ଟେଷ୍ଟ ଖେଳିସାରିଥିବା ଇଶାନ୍ତ ଶର୍ମା ଇଂଲଣ୍ଡରେ 12ଟି ଟେଷ୍ଟରୁ 43 ଉଇକେଟ ନେଇସାରିଛନ୍ତି। ଇଶାନ୍ତ ଭାରତ ପରେ ସବୁଠାରୁ ଅଧିକ ଉଇକେଟ ଇଂଲଣ୍ଡରେ ହିଁ ନେଇଛନ୍ତି। ତାଙ୍କ ପାଖରେ ଅନୁଭବ ରହିଛି ଓ ତାଙ୍କର ଫର୍ମ ମଧ୍ୟ ବହୁତ ବଢିଆ ଯଦି ତାଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ନମିଳେ ତାହେଲେ ଏହା ତାଙ୍କ ପାଇଁ ଅନ୍ୟାୟ ହେବ।

Leave a Reply

Your email address will not be published. Required fields are marked *