ଦୁଃଖଦ ଖବର : ଚଉଠି ରାତିରେ ବରକୁ ଆସିଲା ଜ୍ୱର,କିଛି କରିବା ପୂର୍ବରୁ କନ୍ୟା ମୁଣ୍ଡରୁ ଲିଭିଗଲା ସିନ୍ଦୂର

ସାରା ଦେଶରେ ବର୍ତ୍ତମାନ କରୋନାର ଦୂତୀୟ ଲହର ବେସ ପ୍ରଭାବିତ କରିଛି, ପ୍ରଥମ ଲହର ତୁଳନାରେ ଦ୍ଵିତୀୟ ଲହରରେ ମୃ-ତ୍ୟୁହାର ବହୁତ ଅଧିକ କରିଛି। ପ୍ରତିଦିନ କିଛି ନା କିଛି କରୋନା ମୃ-ତ୍ୟୁକୁ ନେଇ ଅନେକ ଦୁଃ-ଖ-ଦ ଘଟଣା ସାମ୍ନାକୁ ଆସୁଅଛି। ତେବେ ଏହିପରି ଏକ ହୃଦୟସ୍ପର୍ଶୀ ଘଟଣା ଉତ୍ତରପ୍ରଦେଶର ବିଜନୋର ଅଞ୍ଚଳରୁ ଆସିଛି, ଯେଉଁଠାରେ ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ବରର କରୋନାରେ ଜୀବନ ଚାଲିଯାଇଛି।

ତେବେ ଏହି ଘଟଣା ଅନୁସାରେ ଉତ୍ତରପ୍ରଦେଶର ବିଜନୋର ଅଞ୍ଚଳରେ ରହୁଥିବା ଅର୍ଜୁନଙ୍କର ଗତ ଏପ୍ରିଲ ୨୫ତାରିଖ ଦିନ ନିକଟସ୍ଥ ଚାନ୍ଦପୁରର ବବଲିଙ୍କ ସହ ତାଙ୍କର ବିବାହ ହୋଇଥିଲା। ସବୁକିଛି ଠିକ ଥିବା ବେଳେ ସେହିଦିନ ଥିଲା ଉଭୟଙ୍କର ଚଉଠି ରାତି। ହଠାତ ରାତିରେ ଅର୍ଜୁନଙ୍କର ଦେହ ବହୁତ ଖ-ରା-ପ ହୋଇଯାଇଥିଲା। ତାଙ୍କୁ ପ୍ରବଳମାତ୍ରାରେ ଜ୍ୱର ଆସିଥିଲା। ଏହା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇ ଯାଇଥିଲେ।

ସେଠାରେ ତାଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା ଓ ତାଙ୍କର ରିପୋର୍ଟ ପଜିଟିବ ଆସିଥିଲା। ଏହାପରେ ତାଙ୍କୁ ତୁରନ୍ତ କୋଭିଡ-୧୯ ୱାର୍ଡକୁ ଅଣାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ୭୨ ଘଣ୍ଟା ମଧ୍ୟରେ ଅର୍ଜୁନଙ୍କର ମୃ-ତ୍ୟୁ ହୋଇଯାଇଥିଲା। ଡାକ୍ତରଖାନାରେ ଅକ୍ସିଜେନ ଅଭାବରୁ ଅର୍ଜୁନ ପ୍ରାଣ ହ-ରା-ଇ-ଥିଲେ ବୋଲି ପରିବାର ଲୋକେ ଅଭି-ଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *