ପ୍ରଥମେ ଚାନେଲ ସବସ୍କ୍ରାଇବ କର,ତା ପରେ କରୋନା ଔଷଧ ନିଅ,ଡାକ୍ତରକୁ ଚଢିଲା ୟୁଟ୍ୟୁବର ଭୂ-ତ

ବ୍ରାଜିଲରେ ଏକ ଡାକ୍ତର ଲୋକଙ୍କୂ ମାଗଣା ମେଡିକାଲ ଉପଦେଶ ଓ କରୋନା ପାଇଁ ବିବାଦିତ ଔଷଧ ମୁହାଁ କରାଉଛନ୍ତି|ଯଦିଓ ଏହି ଡାକ୍ତରଙ୍କ ଏପରି ଏକ ସର୍ତ ରହିଛି ଯେ ଯଦି କାହାକୁ ତାଙ୍କର ସେବା ଆବଶ୍ୟକ ତେଵେ ସେଥିପାଇଁ ପ୍ରଥମେ ଲୋକଙ୍କୁ ତାଙ୍କର ୟୁଟ୍ୟୁବ ଚାନେଲ ସବସ୍କ୍ରାଇବ କରିବାକୁ ପଡିବ|

ଡାକ୍ତର ଏଲବର୍ଟ ଡିକସନ ଜଣେ ଆଖି ଡାକ୍ତର ଅଟନ୍ତି ଓ ତାଙ୍କର କିଛି ସମୟ ପୂର୍ବରୁ ଏକ ଭିଡିଓ ଫେସବୁକରେ ଭାଇରାଲ ହୋଇଥିଲା ଯେଉଁଥିରେ ସେ କହିଛନ୍ତି ଯେ କିପରି ତାଙ୍କ ଠାରୁ ମାଗଣା ଉପଦେଶ ପାଇପାରିବେ|ସେ ଏକ ରାଜନୈତିକ ଦଳ ସହ ତାଲୁକ୍ ରଖନ୍ତି|

Google

ସେ ନିଜର ଏହି ଭିଡିଓରେ କହିଥିଲେ ଯେ ଆପଣ ମାଗଣାରେ ମେଡିକାଲ ଉପଦେଶ ପାଇଁ କିପରି ଆବେଦନ କରିବେ?ଆପଣଙ୍କୁ ମାତ୍ର ଆମର ଚାନେଲ ସବସ୍କ୍ରାଇବ କରିବାକୁ ହେବ|ଆପଣ ତା ପରେ ସ୍କ୍ରିନସଟ୍ ନିଅନ୍ତୁ ଓ ପୁଣି ମୋତେ ହ୍ୱଟ୍ସଆପ କରନ୍ତୁ|ଯେତେବେଳେ ଆପଣ ପଠେଇବେ ତେବେ ମୋର ସେଵା ମାଗଣାରେ ପାଇପାରିବେ|

ବିବିସି ସହ ବାର୍ତ୍ତାଳାପରେ ବହୁ ରୋଗୀ କହିଛନ୍ତି ଯେ ଡାକ୍ତର ଆଲବର୍ଟଙ୍କ ସେବା ନେବାପାଇଁ ତାଙ୍କର ଚାନେଲକୁ ସବସ୍କ୍ରାଇବ୍ କରିବାକୁ ପଡେ|ଯେତେବେଳେ ଆଲବର୍ଟ ସହ କଥାବାର୍ତ୍ତା ହେଲେ ସେ କହିଲେ ଯେ ଲୋକଙ୍କୁ ୟୁଟ୍ୟୁବ ଓ ଇନଷ୍ଟାଗ୍ରାମରେ ଉପଦେଶ ଦିଆଯାଏ କାହାକୁ ଜବରଦସ୍ତି ନାହିଁ|

ସେ କହିଲେ ଯେ ସୋସିଆଲ ମିଡିଆରେ ତାଙ୍କୁ ଫଲୋ କରିବା ଅନିର୍ବାର୍ଯ୍ୟ ନାହିଁ|ଏମିତି ବହୁ ଲୋକ ଅଛନ୍ତି ମୋ ଚାନେଲ ସବସ୍କ୍ରାଇବ କରିନାହାନ୍ତି ତଥାପି ମୁଁ ମାଗଣାରେ ଚିକିତ୍ସା କରିଛି|ଫେଡରାଲ କାଉନସିଲ ଅଫ୍ ମେଡିସିନ ବ୍ରାଜିଲ ମୋତେ କୋଭିଡ୍-୧୯ ଚିକିତ୍ସା ପାଇଁ ଅଧିକାର ଦେଇଛି|

Google

ଯଦି ଏହି ଡାକ୍ତର କରୋନା ଭାଇରସକୁ ନେଇ ଦେଉଥିବା ଔଷଧ ବହୁ ବିବାଦାସ୍ପଦ ଅଟେ|ୟୁଟ୍ୟୁବ ନିୟମ ଅନୁଯାୟୀ ତାଙ୍କର ୧୨ଟି ଭିଡିଓକୁ ହଟା ଯାଇଛି କାରଣ ସେ କରୋନା ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରୁଥିଲେ|

ସେହି ଭିଡିଓରେ ସେ କହିଛନ୍ତି ଯେ କରୋନା ସମ୍ବନ୍ଧୀୟ ଗ୍ୟାରେଣ୍ଟି ଚିକିତ୍ସା ତାଙ୍କ ପାଖରେ ରହିଛି|ଏହା ବ୍ୟତୀତ ସେ ଆଇଭରମେକ୍ଟିନ ଓ ହାଇଡ୍ରୋକ୍ସିକ୍ଲୋରୋକୁଇନ ଭଳି ଔଷଧ କରୋନାର ଚିକିତ୍ସା ପାଇଁ କହୁଛନ୍ତି|

ସୂଚନାଯୋଗ୍ୟ ଯେ ବ୍ରାଜିଲ ରାଷ୍ଟ୍ରପତି ବୋଲ୍ସୋନାରୋ ମଧ୍ୟ ଆଇଭରମେକ୍ଟିନ ଓ ହାଇଡ୍ରୋକ୍ସିକ୍ଲୋରୋକୁଇନ ଭଳି ଔଷଧ କରୋନା ପାଇଁ ସଫଳ କହିଛନ୍ତି|ଯଦିଓ ମେଡିକାଲ ବିଶେଷଜ୍ଞ ଏହାକୁ କରୋନା ପାଇଁ ପର୍ଯ୍ୟାପ୍ତ ନାହିଁ ବୋଲି କହିଥାନ୍ତି|ବ୍ରାଜିଲରେ ଏପର୍ଯ୍ୟନ୍ତ ୪ଲକ୍ଷ ୩୯ ହଜାର ଲୋକଙ୍କ ଏହି ଭାଇରସରେ ମୃ-ତ୍ୟୁ ହୋଇଛି|

Leave a Reply

Your email address will not be published. Required fields are marked *