ବୈଜ୍ଞାନିକଙ୍କ ଦାବି : ବର୍ତ୍ତମାନ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ବଞ୍ଚିବେ ମଣିଷ,ଲ୍ୟାବରେ ପ୍ରସ୍ତୁତ କରାଯିବ ଅମର ହେବାପାଇଁ ଇଞ୍ଜେକ୍ସନ

ଯୁଗ ଯୁଗ ଧରି ମଣିଷ ଇଚ୍ଛା କରିଆସିଛି ଯେ ସେ ଅମର ହୋଇଯାଉ | ବର୍ତ୍ତମାନ ସୁଦ୍ଧା ତ ଏପରି ହୋଇପାରିଲା ନାହିଁ, କିନ୍ତୁ ବୈଜ୍ଞାନିକମାନେ ଖୁବଶୀଘ୍ର ଏପରି ଔଷଧ ତିଆରି କରିବେ | ଶହ ଶହ ନୁହେଁ ବରଂ ହଜାର ହଜାର ବର୍ଷ ଧରି ମଣିଷ ବଞ୍ଚିରହିବେ ଏବଂ ନିଜର ଶହ ଶହ ପିଢ଼ିକୁ ଦେଖିପାରିବେ | ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ମାତ୍ର ୨ ବର୍ଷ ମଧ୍ୟରେ ଏହି ସ୍ୱପ୍ନ ସତ ହୋଇଯିବ |

ପ୍ରଫେସର ଡେଭିଡ ସିନ୍କ୍ଲେୟାର ମଣିଷର ବାର୍ଦ୍ଧକ୍ୟକୁ ଓଲଟାଇବା ପାଇଁ ଏକ ପ୍ରୟୋଗ କରିଛନ୍ତି | ଏହି ପ୍ରୟୋଗକୁ ମୂଷାମାନଙ୍କ ଉପରେ ଟେଷ୍ଟ କରାଯାଇଥିଲା, ଯେଉଁଥିରେ ଆଶ୍ଚର୍ଯ୍ୟଜନକ ବିଷୟ ପ୍ରକାଶ ପାଇଲା ଯେ ତାର ମସ୍ତିଷ୍କ ଏବଂ ଅନ୍ୟ ଅଙ୍ଗରେ ଆସୁଥିବା ବୃଦ୍ଧାବସ୍ଥାକୁ ଓଲଟପାଲଟ କରାଯାଇପାରେ | ପରୀକ୍ଷଣର ସଫଳତା ପରେ ସେ ଏକ ପୋଡକାଷ୍ଟରେ କହିଥିଲେ ଯେ – ‘ପରୀକ୍ଷଣରେ ଏହା ଜଣାପଡିଛି ଯେ ଏକ ଭ୍ରୁଣ ଜିନ୍ସ ହୋଇଥାଏ | ଯଦି ଏହାକୁ ବୟସ୍କ ପଶୁମାନଙ୍କ ଭିତରେ ଇଞ୍ଜେକ୍ସନ ଦିଆଯାଏ, ତେବେ ଏହା ବୟସ ସହିତ ଜଡିତ କୋଷଗୁଡ଼ିକୁ ପୁଣିଥରେ ପ୍ରସ୍ତୁତ କରି ଦେଇଥାଏ | ଏହାକୁ ସଠିକ ଭାବରେ କାମ କରିବାକୁ ୪ ରୁ ୮ ସପ୍ତାହ ଲାଗିଥାଏ | ସେ ଏଥିପାଇଁ ଏକ ଅନ୍ଧ ମୂଷାର ଉଦାହରଣ ଦେଇଛନ୍ତି, ଯେଉଁମାନେ ବୃଦ୍ଧାବସ୍ଥା ହେତୁ ଦୃଷ୍ଟିଶକ୍ତି ହରାଉଛନ୍ତି | ସେ କହିଛନ୍ତି ଯେ ମସ୍ତିଷ୍କ ଏବଂ ନ୍ୟୁରନର ମିଶ୍ରଣ ଠିକ ଭାବରେ ହେଉନଥିବାରୁ ଏପରି ହୋଇଥାଏ | ଯଦି ମୂଷାର ନ୍ୟୁରନ ମରାମତି ହୋଇଯାଏ, ତେବେ ସେ ପୁଣିଥରେ ଯୁବାବସ୍ଥାକୁ ଫେରିଆସିବ ଏବଂ ପୁଣିଥରେ ଦେଖିପାରିବ |ପିଲାମାନେ ରଖିଲେ ସର୍ବାଧିକ ବୟସର ଲକ୍ଷ୍ୟ :-

ହାର୍ଭାର୍ଡ ୟୁନିଭର୍ସିଟିରେ ପ୍ରଫେସର ଡେଭିଡ ସିନ୍କ୍ଲେୟାର କହିଛନ୍ତି ଯେ ଗତ ବର୍ଷ ଡିସେମ୍ବରରେ ପବ୍ଲିସ ରିସର୍ଚ୍ଚରେ ଏହା ପ୍ରମାଣିତ କରାଯାଇଛି | ସେମାନେ ଦାବି କରନ୍ତି ଯେ ମାନବ କୋଷଗୁଡ଼ିକ ଯୁବାବସ୍ଥା ଆଡକୁ ଅଣାଯାଇପାରିବ | ଭ୍ରୁଣୀୟ ଜିନ୍ସ ବା Embryonic Genes ବିଷୟରେ ପ୍ରଫେସର ଡେଭିଡ କହିଛନ୍ତି ଯେ ସେ ବର୍ତ୍ତମାନ ମୂଷାଙ୍କ ମସ୍ତିଷ୍କର ବୟସ ଉପରେ ଏହି ପରୀକ୍ଷଣ କରୁଛନ୍ତି, ଯାହାଦ୍ୱାରା ସେମାନେ ନିଜର କ୍ଷମତା ପୁଣି ଫେରି ପାଇପାରିବେ |

ମଣିଷମାନଙ୍କ ଉପରେ ଶୀଘ୍ର କରାଯିବ ଅଧ୍ୟୟନ :-

ନିଜର ଦାବିକୁ ନେଇ ସେ ଏତେ ଆଶାବାଦୀ ଯେ ସେ କହିଛନ୍ତି ଯେ ସେ ୨ ବର୍ଷରୁ କମ୍ ସମୟ ମଧ୍ୟରେ ମଣିଷ ଉପରେ ଷ୍ଟଡି କରିବେ | ସେ କହିଛନ୍ତି ଯେ ଆଜିର ଦିନରେ ପିଲାମାନେ ନିଜର ସର୍ବାଧିକ ଜୀବନ ବଞ୍ଚିବାକୁ ଲକ୍ଷ୍ୟ ରଖିବା ଉଚିତ | ମଣିଷର ଜୀବନର କୌଣସି ସୀମା ନାହିଁ, ଏପରି ପରିସ୍ଥିତିରେ ୧୦୦ ବର୍ଷ ବଞ୍ଚିବାକୁ ଲକ୍ଷ୍ୟ ରଖି ଚାଲିବା ଉଚିତ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *