ମୌସୁମୀ ବାୟୁ ଛୁଇଁଲା ଓଡ଼ିଶା, ବର୍ଷିବ କାଲିଠାରୁ

ମୌସୁମୀ ବାୟୁ ଓଡିଶା ଛୁଇଁଲା। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଏହି ବିଷୟରେ ସୂଚନା ଦିଆଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛିଯେ, ଆଜି ମୌସୁମୀ ବାୟୁ ଦକ୍ଷିଣ ପଶ୍ଚିମ ଓଡ଼ିଶା ଛୁଇଁଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ମୌସୁମୀ ବାୟୁ ସାରା ଓଡ଼ିଶାକୁ ଛୁଇଁବ। ଏଥିପାଇଁ ବର୍ତ୍ତମାନ ସ୍ଥିତି ଅନୁକୂଳ ରହିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଛନ୍ତିଯେ, ଆଜି ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଛୁଇଁଛି। ଦକ୍ଷିଣ ଓଡ଼ିଶା ଏବଂ ବଲାଙ୍ଗିର ଜିଲ୍ଲାରେ ଭଲ ବର୍ଷା ହୋଇଛି। ଲଘୁଚାପ କାରଣରୁ ଆଜି ଆହୁରି ଅନେକ ଅଞ୍ଚଳରେ ବର୍ଷା ହେବ। ତେବେ ଆସନ୍ତାକାଲି ୧୧ ତାରିଖରୁ ସବୁଠାରୁ ଅଧିକ ବର୍ଷା ହେବ ବୋଳି ଆକଳନ କରାଯାଇଛି।

ସୂଚନା ଅନୁସାରେ, ମୌସୁମୀ ବାୟୁ ଏହା ପୂର୍ବରୁ ଜୁନ ୩ ତାରିଖରେ କେରଳ ଛୁଇଁଥିଲା। ସାଧାରଣତଃ କେରଳ ଛୁଇଁବାର ପାଖାପାଖି ୧୦ ଦିନ ମଧ୍ୟରେ ଏହି ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଥାଏ।

Leave a Reply

Your email address will not be published. Required fields are marked *