ଜାଣନ୍ତୁ ପାକିସ୍ତାନ ଖେଳାଳିଙ୍କୁ କେତେ ଟଙ୍କା ମିଳୁଛି ଦରମା? ଦରମା ବିଷୟରେ ଶୁଣିଲା ପରେ ଆପଣଙ୍କୁ ମନରେ ମଧ୍ୟ ଦୟା ଆସିବ

ଯେଉଁଠାରେ ଭାରତୀୟ କ୍ରିକେଟ୍ ଖେଳାଳି କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ ପଡୋଶୀ ଦେଶ ପାକିସ୍ତାନ ଖେଳାଳିଙ୍କ ଦରମା ବହୁତ୍ କମ୍। ପୂର୍ବତନ ଭାରତୀୟ ଖେଳାଳି ଆକାଶ ଚୋପ୍ରା ଦୟା ଦେଖାଇଛନ୍ତି ପାକିସ୍ତାନର ଖେଳାଳିଙ୍କ ଉପରେ।

ପାକିସ୍ତାନରେ ବଡ଼ ବଡ଼ ଖେଳାଳି ଅଛନ୍ତି ଯାହାଙ୍କର ସାରା ଦୁନିଆରେ ନାମ ଅଛି। ବାବର ଆଜାମ, ମହମ୍ମଦ ରିଜୱାନ ସାହିନ ଆଫ୍ରିଦି ଭଳି ବଡ଼ ବଡ଼ ଖେଳାଳି ପଡ଼ିଆରେ ଭଲ ପ୍ରଦର୍ଶନ କରିଥାନ୍ତି। ଆପଣ ଜାଣି କି ଆଶ୍ଚର୍ଯ୍ୟ ହୋଇଯିବେ କି ପିସିବି ଏହି ଖେଳାଳିଙ୍କୁ ବହୁତ୍ କମ୍ ପଇସା ଦେଇଥାଏ। ପାକିସ୍ତାନ ଖେଳାଳିଙ୍କ ଦରମା ଏତେ କମ୍ ଯେ ପୂର୍ବତନ ଭାରତୀୟ ଖେଳାଳି ଆକାଶ ଚୋପ୍ରା ଦୟା ଦେଖାଇଛନ୍ତି ପାକିସ୍ତାନର ଖେଳାଳିଙ୍କ ଉପରେ। ସେ ମଧ୍ୟ ପାକିସ୍ତାନର ଆର୍ଥିକ ସ୍ଥିତି ସୁଧାରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ପାକିସ୍ତାନର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଅନୁସାରେ ଖେଳାଳିଙ୍କୁ 3 ଟି ଗ୍ରେଡ ରେ ବିଭକ୍ତ କରାଯାଇଛି। ପ୍ରଥମ ଗ୍ରେଡର ଖେଳାଳିଙ୍କୁ ୪୬ ଲକ୍ଷ ଦ୍ଵିତୀୟ ଗ୍ରେଡ ଖେଳାଳିଙ୍କୁ ୨୮ ଲକ୍ଷ ଏବଂ ତୃତୀୟ ଗ୍ରେଡ ଖେଳାଳିଙ୍କୁ ୧୯ ଲକ୍ଷ ମିଳିଥାଏ।

ପାକିସ୍ତାନ ଖେଳାଳିଙ୍କୁ ଟେଷ୍ଟ, ଦିନିକିଆ ଏବଂ t 20 ରେ ବହୁତ୍ କମ୍ ପଇସା ମିଳିଥାଏ। ପାକିସ୍ତାନ ଖେଳାଳିଙ୍କୁ ଗୋଟିଏ ଟେଷ୍ଟ ରେ ୩.୬ ଲକ୍ଷ, ODI ରେ 2.2 ଲକ୍ଷ ଏବଂ t 20 ରେ 1.6 ଲକ୍ଷ ମିଳିଥାଏ। ପାକିସ୍ତାନୀ ଖେଳାଳିଙ୍କୁ କେତେ ବୋନସ ମିଳିଥାଏ ତାହାର କୌଣସି ତଥ୍ୟ ନାହିଁ। ସେ ମଧ୍ୟ ଏହି ସବୁ ନିଜ you tube ଭିଡ଼ିଓରେ ଅପଲୋଡ଼ କରିଛନ୍ତି।

ସେହିଭଳି ଭାରତୀୟ ଖେଳାଳିଙ୍କ ଦରମା ପାକିସ୍ତାନ ଖେଳାଳିଙ୍କ ଅପେକ୍ଷା ବହୁତ୍ ଅଧିକ ମିଳିଥାଏ। ଭାରତର ଗ୍ରେଡ଼ A + ଖେଳାଳିଙ୍କୁ 7 କୋଟି, A ଖେଳାଳିଙ୍କୁ 5 କୋଟି, B ଗ୍ରେଡ ଖେଳାଳିଙ୍କୁ 3 କୋଟି ଏବଂ ଗ୍ରେଡ C ଖେଳାଳିଙ୍କୁ 1 କୋଟି ଟଙ୍କା ମିଳିଥାଏ। ଭାରତୀୟ ଖେଳାଳିଙ୍କୁ ଗୋଟିଏ ଟେଷ୍ଟ ରେ 15 ଲକ୍ଷ, ODI ରେ 6 ଲକ୍ଷ୍ ଏବଂ t 20 ରେ 3 ଲକ୍ଷ ମିଳି ଥାଏ।

ଭାରତୀୟ ଖେଳାଳିଙ୍କ ବୋନସ ବ୍ୟବସ୍ଥା ମଧ୍ୟ ରହିଛି। 100 ରନ୍ ଏବଂ 5 ୱିକେଟ ନେଇ ଥିବା ଖେଳାଳିଙ୍କୁ 5 ଲକ୍ଷ ମିଳିଥାଏ। ଏବଂ 200 ରନ୍ କଲେ 7 ଲକ୍ଷ ଅତିରିକ୍ତ ମିଳିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *