ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ : ଏମିତି କଣ ହେଲା ଯାହାଦ୍ୱାରା ଖେଳାଳି ଓ ଦର୍ଶକ ମାନଙ୍କୁ ତାଳି ବଜାଇବାକୁ ପଡିଥିଲା,ଦେଖନ୍ତୁ ଭିଡ଼ିଓ

କ୍ରିକେଟ ମୈଦାନରେ କେତେକ ରୋମାଞ୍ଚକର ଦୃଶ୍ୟ ସାମ୍ନାକୁ ଆସିଛି। ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ପ୍ରଥମ ମୁକାବିଲାରେ ଏମିତି କିଛି ଦେଖିବାକୁ ମିଳିଛି। ଯାହାକି କେବଳ ଦର୍ଶକଙ୍କୁ ନୁହେଁ ବରଂ ଖେଳାଳି ମାନଙ୍କୁ ମଧ୍ୟ ତାଳି ବଜାଇବାକୁ ବାଧ୍ୟ କରିଥିଲା। ଏମିତି ହୋଇଥିଲା କି, ପ୍ରଥମ ଟେଷ୍ଟ ସମୟରେ ବର୍ଷା ଲଗାତାର ପ୍ରଭାବିତ କରିଥିଲା।

ତୃତୀୟ ଦିନର ଖେଳ ବର୍ଷା କାରଣରୁ ହୋଇନଥିଲା। ଚତୁର୍ଥ ଦିନର ଦ୍ଵିତୀୟ ଇନିଂସରେ ଯେତେବେଳେ ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ ହେନେରୀ ନିକୋଲାସ ଓ ବିଜେ ୱାଟଲିଂ ବ୍ୟାଟିଂ କରୁଥିଲେ, ସେତେବେଳେ ବାରମ୍ବାର ବର୍ଷା କାରଣରୁ ଦର୍ଶକ ବିଚଳିତ ହୋଇଯାଉଥିଲେ। ଏହି ସମୟରେ ଦର୍ଶକ ଛତା ତଳେ ଛିଡା ହେବାକୁ ଚେଷ୍ଟା କରୁଥିଲେ।

ଏହିସମୟରେ ଷ୍ଟାଡିୟମର ଜଣେ ବୃଦ୍ଧ ଦର୍ଶକ ରେନକୋଟ କୁ ଓଲଟା ପିନ୍ଧିଦେଲେ। ଏବେ ଷ୍ଟାଡିୟମରେ ଲଗାଯାଇଥିବା କ୍ୟାମେରାକୁ ମଧ୍ୟ ଏହି ମୁହୂର୍ତ୍ତର ଅପେକ୍ଷା ଥିଲା। କ୍ୟାମେରା ବାରମ୍ବାର ଏହି ଦର୍ଶକଙ୍କୁ ଦେଖାଇଥିଲା।

କିଛି ସମୟ ପରେ ଦର୍ଶକଙ୍କୁ ଯେତେବେଳେ ଏହିକଥାର ଜ୍ଞାତ ହୋଇଥିଲା ସେତେବେଳେ ସେ ଏହାକୁ ସିଧା ପିନ୍ଧିବାକୁ ଚେଷ୍ଟା କରିଥିଲେ। ଏହାପରେ ସେ ଏହାକୁ ସିଧା ପିନ୍ଧିବାପରେ ଦର୍ଶକଙ୍କୁ ନିଜର ଥମ୍ବ ଦେଖାଇଥିଲେ। ଏହାକୁ ନଜାରା ଦେଖି ଷ୍ଟାଡିୟମରେ ଥିବା ଖେଳାଳି ଓ ଦର୍ଶକ ଜୋରଦାର ତାଳି ମାରିଥିଲେ। ପ୍ରଥମ ଟେଷ୍ଟର ଏହି ଅଦ୍ଭୁତ ନଜାରା ବହୁତ ଭାଇରାଲ ହେଉଛି।

ପ୍ରଥମ ମ୍ୟାଚ ହୁଏତ ଡ୍ର ହୋଇଗଲା, କିନ୍ତୁ ଦ୍ଵିତୀୟ ମ୍ୟାଚକୁ ନେଇ ନ୍ୟୁଜିଲାଣ୍ଡ ଟିମକୁ ଚିନ୍ତା ହୋଇପାରେ, କାରଣ ଅଧିନାୟକ କେନ ଉଇଲିୟମସନ ଓ ମିଚେଲ ସାଣ୍ଟନର ଆହତ ହୋଇଯାଇଛନ୍ତି। ମିଚେଲ ସାଣ୍ଟନର ଇଂଲଣ୍ଡ ବିପକ୍ଷରେ ଦ୍ଵିତୀୟ ଟେଷ୍ଟରେ ବାହାର ହୋଇଯାଇଛନ୍ତି। ବର୍ତ୍ତମାନ ଅଧିନାୟକ କେନ ଉଇଲିଆମସନଙ୍କ ଖେଳିବାକୁ ନେଇ ଏପର୍ଯ୍ୟନ୍ତ କୋୖଣସି ଖବର ଆସିନାହିଁ। ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ଦ୍ଵିତୀୟ ଟେଷ୍ଟ ଜୁନ 11 ତାରିଖରେ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *