କ,ଣ ମଙ୍ଗଳ ଗ୍ରହରେ ମିଳିଲା ତରଭୁଜ କରିବା ପାଇଁ ଚାଷଜମି ? ଜାଣନ୍ତୁ ଏହି ଦାବିର ସତ୍ୟତା

ନିକଟରେ ଆମେରିକାର ପ୍ରତିଷ୍ଠିତ ଖବରକାଗଜ ଦି ନ୍ୟୁୟର୍କ ଟାଇମ୍ସର ଏକ ଆର୍ଟିକିଲରେ ଦାବି କରାଯାଇଥିଲା ଯେ ମଙ୍ଗଳ ଗ୍ରହରେ ତରଭୁଜ ମିଳିଛି | ତେବେ ଯେବେଠୁଁ ଏହି ଆର୍ଟିକିଲର ସତ୍ୟତା ସାମ୍ନାକୁ ଆସିଲା, ସେବେଠୁ ହିଁ ଏହି ଖବରକାଗଜ ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରିବାକୁ ଲାଗିଲା |

ୱେବସାଇଟ ଫର୍ଚିଜିମ ଅନୁଯାୟୀ, ଏହି ନ୍ୟୁୟର୍କ ଟାଇମ୍ସ ଆର୍ଟିକିଲର ହେଡଲାଇନରେ ଲେଖାଥିଲା ଯେ ମଙ୍ଗଳ ଗ୍ରହରେ ତରଭୁଜର ଚାଷଜମି ମିଳିଛି | ଏହି ଆର୍ଟିକିଲକୁ ନ୍ୟୁୟର୍କ ଟାଇମ୍ସର ଲେଖକ ଜୋ ସ୍କମୋ ଲେଖିଥିଲେ |

ବାସ୍ତବରେ, ଏହି ଆର୍ଟିକିଲ ଏକ ବ୍ୟଙ୍ଗାତ୍ମକ ୱେବସାଇଟରେ ପବ୍ଲିସ କରାଯାଇଥିଲା ଏବଂ ଏହାକୁ ରିୟଲ ଭାବି ନ୍ୟୁୟର୍କ ଟାଇମ୍ସ ପବ୍ଲିସ କରିଦେଇଥିଲା | ଯଦିଓ ଏହି ଆର୍ଟିକିଲର ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହି ଖବରକାଗଜକୁ ଟ୍ରୋଲ କରୁଛନ୍ତି |

ଏପରି କିଛି ଲୋକ ଥିଲେ, ଯେଉଁମାନେ ମଙ୍ଗଳ ଗ୍ରହରେ ତରଭୁଜ ହେବା କଥା ଶୁଣି ବହୁତ ଉତ୍ସାହିତ ହୋଇ ଯାଇଥିଲେ | କିନ୍ତୁ ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ଏହା ଫେକ ନ୍ୟୁଜ ଥିଲା, ସେତେବେଳେ ସେ ବହୁତ ନିରାଶ ମନରେ ଏହି ଅପଡେଟକୁ ସୋସିଆଲ ମିଡିଆରେ ସେୟାର କଲେ |

ସେହିପରି ଜଣେ ବ୍ୟକ୍ତି କହିଛନ୍ତି ଯେ ହୋଇପାରେ ନ୍ୟୁୟର୍କ ଟାଇମ୍ସ ନିଜର କେନଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ଅର୍ଥାତ୍ CMS ଟେଷ୍ଟ କରୁଥିବ ଏବଂ ଭୁଲରେ ଏହି ଆର୍ଟିକିଲକୁ ପବ୍ଲିସ କରିଦେଇଥିବ |

ହଫପୋଷ୍ଟ ସହିତ ଏକ ବାର୍ତ୍ତାଳାପରେ ନ୍ୟୁୟର୍କ ଟାଇମ୍ସର ପ୍ରବକ୍ତା କହିଛନ୍ତି – ଏକ ବ୍ୟଙ୍ଗାତ୍ମକ ଆର୍ଟିକିଲ ଯାହାକୁ ଆମେ ଟେଷ୍ଟିଙ୍ଗ ପାଇଁ ବ୍ୟବହାର କରୁଥିଲୁ, ଭୁଲରେ ସାଇଟରେ ପବ୍ଲିସ ହୋଇଗଲା | ବର୍ତ୍ତମାନ ଏହି ଆର୍ଟିକିଲକୁ ହଟାଇ ଦିଆଯାଇଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.