ବିଶ୍ୱ ଟେଷ୍ଟ ଚମ୍ପିୟାନସିପକୁ ନେଇ ସୃଷ୍ଟି ହେଲା ଆଶଙ୍କା,ଭାରତୀୟ ଟିମ ପାଇଁ ଆସିଲା ଖରାପ ଖବର,ପଢନ୍ତୁ ପୁରା ଖବର

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ 18 ତାରିଖ ଦିନ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ହେବାର ରହିଛି। ଏହି ମୁକାବିଲା ପୂର୍ବରୁ ଏକ ଖରାପ ଖବର ସାମ୍ନାକୁ ଆସୁଛି। ଏହିସମୟରେ ସାଉଥହାମ୍ପଟନ ର ପାଣିପାଗ ବହୁତ ଖରାପ ହୋଇଯିବ। ପାଣିପାଗ ରିପୋର୍ଟ ଅନୁଯାୟୀ ଜୁନ 18 ତାରିଖରୁ 22 ଜୁନ ପର୍ଯ୍ୟନ୍ତ ସାଉଥହାମ୍ପଟନରେ ବର୍ଷା ହେବାର ଆଶଙ୍କା ରହିଛି। ଦୁଇଦିନ ପର୍ଯ୍ୟନ୍ତ ଲଗାତାର ବର୍ଷା ହେବାର ରହିଛି ଯାହାକି ଫାଇନାଲ ଉପରେ ପ୍ରଭାବ ପକାଇବ।

ପାଣିପାଗ ୱେବସାଇଟ ଆକ୍ୟୁୱେଦର ଅନୁସାରେ 19 ଓ ଜୁନ 20 ତାରିଖରେ ବହୁତ ବର୍ଷା ହେବାଦ୍ୱାରା ଏହା ଫାଇନାଲ ମ୍ୟାଚ ଉପରେ ପ୍ରଭାବ ପକାଇବ। ରିପୋର୍ଟ ମୁତାବିକ, ଜୁନ 19 ତାରିଖରେ ସାଉଥହାମ୍ପଟନ ଆକାଶରେ ଦିନସାରା ବାଦଲ ଢାଙ୍କି ରହିବ। ସକାଳୁ ବର୍ଷା ହେବ ଓ ଏହାପରେ ଦ୍ୱିପ୍ରହର ବେଳକୁ ବର୍ଷା ହେବ। ଅନୁମାନ ମୁତାବିକ, ସାଉଥହାମ୍ପଟନରେ ଲଗାତାର ଦେଢ଼ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବ। ଜୁନ 20 ତାରିଖ କଥା କହିବାକୁ ଗଲେ ସାଉଥହାମ୍ପଟନରେ 4 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବ। ଏହା ଦ୍ୱିପ୍ରହର ସମୟରେ ହେବ। ଆପଣଙ୍କୁ ଜଣାଇଦେଉଛୁ କି, ଇଂଲଣ୍ଡର ଡ୍ରେନେଜ ସିଷ୍ଟମ ବହୁତ ଭଲ ଅଟେ। ସେଥିପାଇଁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ପାଇଁ ଗୋଟିଏ ଦିନ ରିଜର୍ଭ ରଖିଛି। କିନ୍ତୁ ଫ୍ୟାନ୍ସମାନେ ଚାହିଁବେ ନାହିଁ ଏହି ମ୍ୟାଚ ବର୍ଷା କାରଣରୁ ରିଜର୍ଭ ଡେ ରେ ଖେଳାଯାଉ।

ଯଦି ସେଦିନ କମ ବର୍ଷା ହୁଏ ଓ ଆକାଶରେ ବାଦଲ ଢ଼ାଙ୍କି ରୁହେ ତାହେଲେ ମଧ୍ୟ ଭାରତ ପାଇଁ ଏହା ଖରାପ ଖବର କାରଣ ଏହି ପରିସ୍ଥିତିରେ ନ୍ୟୁଜିଲାଣ୍ଡର ଏମିତି ଦକ୍ଷ ବୋଲର ରହିଛନ୍ତି ଯିଏକି ବଲ କୁ ସ୍ୱିଙ୍ଗ କରିବାରେ ବହୁତ ମାହୀର ଅଟନ୍ତି। ଖାଆସ ଭାବରେ ଟ୍ରେଣ୍ଟ ବୋଲଟ ଓ ଟିମ ସାଉଥି ଭାରତକୁ ପ୍ରବଳ କ୍ଷତି ପହଞ୍ଚାଇବେ। ଏବେଏବେ ଇଂଲଣ୍ଡକୁ କାଉଣ୍ଟି କ୍ରିକେଟ ଖେଳିବାକୁ ଯାଇଥିବା ହନୁମା ବିହାରୀଙ୍କ ମୁତାବିକ ଯଦି ଆକାଶରେ ବାଦଲ ରହୁଛି ତାହେଲେ ସେଠାରେ ଦିନଯାକ ବଲ ସ୍ୱିଙ୍ଗ ହିଁ କରିବ। ଯାହାକି ଭାରତୀୟ ଖେଳାଳିଙ୍କ ପାଇଁ ଚିନ୍ତାର ବିଷୟ ହେବ। ଆପଣଙ୍କୁ ଜଣାଇଦେଉଛୁ କି, ବିରାଟ କୋହଲି, ରୋହିତ ଶର୍ମା, ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରାଙ୍କ ଭଳି ବ୍ୟାଟ୍ସମ୍ୟାନ ସ୍ୱିଙ୍ଗ ବୋଲିଂ ଆଗରେ ସମସ୍ୟାରେ ପଡ଼ିଥାନ୍ତି। ଏମିତିରେ ଏହିପରି ପରିସ୍ଥିତିରେ ନ୍ୟୁଜିଲାଣ୍ଡ ବହୁତ ଭଲ ଭାବରେ ଖେଳିଥାଏ କାରଣ ତାଙ୍କ ଦେଶରେ ମଧ୍ୟ ଇଂଲଣ୍ଡ ଭଳି ମାହୋଲ ରହିଥାଏ। ଯଦି ଭାରତକୁ ଏହି ଫାଇନାଲ ଜିତିବାର ଥାଏ ତାହେଲେ ଦଳକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.