ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୬୦୯୭ ଜଣ ସଂକ୍ରମିତ ଚିହ୍ନଟ, ୪୪ ଜଣଙ୍କ ଜୀବନ ନେଲା କରୋନା

ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୦୯୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ସମୟରେ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୪୪୬ ଜଣ ଏବଂ ୨୬୫୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଆଉ ୪୪ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୨୯୫ ଜଣ,ବାଲେଶ୍ଵର ଜିଲ୍ଲାରୁ ୩୯୨ ଜଣ,ବରଗଡ ଜିଲ୍ଲାରୁ ୧୦୭ ଜଣ,ଭଦ୍ରକ ଜିଲ୍ଲାରୁ ୨୪୬ ଜଣ,ବଲାଙ୍ଗୀର ଜିଲ୍ଲାରୁ ୭୭ ଜଣ,ବୌଦ୍ଧ ଜିଲ୍ଲାରୁ ୧୩୦ ଜଣ,କଟକ ଜିଲ୍ଲାରୁ ୬୪୭ ଜଣ,ଦେବଗଡ ଜିଲ୍ଲାରୁ ୨୮ ଜଣ,ଢେଙ୍କାନାଳ ଜିଲ୍ଲାରୁ ୭୩ ଜଣ,ଗଜପତି ଜିଲ୍ଲାରୁ ୪୮ ଜଣ,ଗଞ୍ଜାମ ଜିଲ୍ଲାରୁ ୪୫ ଜଣ,ଜଗତସିଂହପୁର ଜିଲ୍ଲାରୁ ୨୨୬ ଜଣ,ଯାଜପୁର ଜିଲ୍ଲାରୁ ୪୩୪ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୪୨ ଜଣ,କଳାହାଣ୍ଡି ଜିଲ୍ଲାରୁ ୭୭ ଜଣ,କନ୍ଧମାଳ ଜିଲ୍ଲାରୁ ୧୧୨ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୫୩ ଜଣ,କେନ୍ଦୁଝର ଜିଲ୍ଲାରୁ ୧୨୩ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୦୧୭ ଜଣ,କୋରାପୁଟ ଜିଲ୍ଲାରୁ ୧୨୬ ଜଣ,ମାଲକାନଗିରି ଜିଲ୍ଲାରୁ ୮୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୨୯୭ ଜଣ,ନବରଙ୍ଗପୁର ଜିଲ୍ଲାରୁ ୧୪୬ ଜଣ,ନୟାଗଡ ଜିଲ୍ଲାରୁ ୧୨୦ ଜଣ,ନୂଆପଡ଼ା ଜିଲ୍ଲାରୁ ୧୭ ଜଣ,ପୁରୀ ଜିଲ୍ଲାରୁ ୨୯୧ ଜଣ,ରାୟଗଡ଼ା ଜିଲ୍ଲାରୁ ୧୨୦ ଜଣ,ସମ୍ବଲପୁର ଜିଲ୍ଲାରୁ ୧୦୧ ଜଣ,ସୋନପୁର ଜିଲ୍ଲାରୁ ୬୪ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୨୦୮ ଜଣ ଓ ଷ୍ଟେଟ ପୁଲରୁ ୧୫୧ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୭୨୨୬ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୭୬୪୬୭୩ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୬୯୩୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ ୧୨୪୫୭୬୦୬ ସାମ୍ପୁଲ ଟେଷ୍ଟ କରାଯାଇଛି। ରାଜ୍ୟରେ ୪୪ ଜଣ କରୋନା ଜନିତ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୧୬୭ କୁ ବୃଦ୍ଧି ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *