ଟୀକାକରଣ: ଡିସେମ୍ବର ଭିତରେ କେମିତି ମିଳିବ ୨୫୦ କୋଟି ଡୋଜ,ଜାଣନ୍ତୁ ଏଠାରେ କଣ ରହିଛି କେନ୍ଦ୍ରର ପ୍ଲାନ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ସମସ୍ତଙ୍କୁ ମାଗଣାରେ କରୋନା ଟୀକା ଦେବା ପାଇଁ ଘୋଷଣା କରିବା ପରେ କେନ୍ଦ୍ର ସରକାର ୭୪କୋଟି ଟୀକା ଡୋଜ କିଣିବାର ଅର୍ଡର ଦେଇଛି ଓ ଏହାସହିତ ଏଥିପାଇଁ ଅଗ୍ରୀମ ଭୁଗତାନ ,ମଧ୍ୟ କରିଦେଇଛି। କରୋନାର ଏହି ଟୀକା ଅଗଷ୍ଟ ରୁ ଡିସେମ୍ବର ମଧ୍ୟରେ ଆସିବ। ଖାସ କଥା ହେଉଛିକି କରୋନାର ଏହି ଟୀକା ତିନୋଟି କମ୍ପାନୀ ଭାରତ ବାୟୋଟେକ, ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ବାୟୋଲୋଜିକାଲ ଇ ଦେବ। ଏହା ବ୍ଯତୀତ କିଛି ଅନ୍ୟ ଟୀକା ମଧ୍ୟ ଶୀଘ୍ର ଆସିବ।

ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତିଯେ, ୨୧ ଜୁନରୁ ସମସ୍ତ ରାଜ୍ୟକୁ ମାଗଣା କରୋନା ଟିକା ଦିଆଯିବ। ଏଥିପାଇଁ ସରକାର ଟିକା ଉତ୍ପାଦନକାରୀଙ୍କଠାରୁ ଏହି ଟିକା କିଣିବେ ଏବଂ ଜନସଂଖ୍ୟା, ସଂକ୍ରମଣ ଏବଂ ଆବଶ୍ୟକତା ଅନୁଯାୟୀ ଏହି ଟିକା ରାଜ୍ୟ ସରକାରଙ୍କୁ ଦେବେ। ଏହି ଘୋଷଣା ପରେ ତୁରନ୍ତ କେନ୍ଦ୍ର ସରକାର ମଙ୍ଗଳବାର ଦିନ ସୂଚନା ଦେଇଛନ୍ତିଯେ, ଏଥିପାଇଁ କେନ୍ଦ୍ର ସରକାର ୭୪ କୋଟି ଟିକା ଡୋଜ ବୁକ କରିସାରିଛନ୍ତି।

କେଉଁଠୁ ପାଇବେ ୭୪ କୋଟି ଟିକା ଡୋଜ:-

– କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ କୋଭିଶିଲ୍ଡର ୨୫ କୋଟି ଡୋଜ ଏବଂ ଭାରତ ବାୟୋଟେକ ପାଇଁ କୋଭାକ୍ସିନ ୧୯ କୋଟି ଡୋଜ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

– କରୋନା ଟିକାର ଏହି ୪୪ କୋଟି (୨୫ + ୧୯ କୋଟି) ଡୋଜ ଜୁନରୁ ଡିସେମ୍ବର ମଧ୍ୟରେ ଉପଲବ୍ଧ ହେବ।

– ଉଭୟ କୋଭିଡ ଟିକା କିଣିବା ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ଭରତ ବାୟୋଟେକକୁ ୩୦ ପ୍ରତିଶତ ରାଶି ପୂର୍ବରୁ ପ୍ରଦାନ କରାଯାଇଛି।

– ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହାଇଦ୍ରାବାଦ ସ୍ଥିତ ଟିକା ନିର୍ମାତା ବାୟୋଲୋଜିକାଲ-ଇ ସହିତ ୩୦ କୋଟି ଟିକା ଡୋଜ ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୧୫୦୦ କୋଟି ଟଙ୍କାର ଅଗ୍ରୀମ ଦେୟ ବାୟୋଲୋଜିକାଲ-ଇକୁ ପ୍ରଦାନ କରିଛି। ମଧ୍ୟରେ ବାୟୋଲୋଜିକାଲ-ଇ ର ଟିକା ମାତ୍ରା ଅଗଷ୍ଟ-ଡିସେମ୍ବର ମଧ୍ୟରେ ଦିଆଯିବ।

ସରକାରଙ୍କ ଅନୁଯାୟୀ, ଟୀକାକରଣ ଆରମ୍ଭରୁ ଜୁଲାଇ ପର୍ଯ୍ୟନ୍ତ ସରକାରକୁ ୫୩.୬ ନିୟୁତ ଡୋଜ ମିଳିବ ଏବଂ ଏହାପରେ ଏହି ଟିକା ଆସିବ। ଏହି ଟିକା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଆସିବ।

କେବଳ ତିନୋଟି କମ୍ପାନୀ ଅଛି, ଯାହାକି ଆସନ୍ତା କିଛି ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଏହି ଟିକା ଦେବ। ଏଥିରେ ରୁଷର ସ୍ପୁଟନିକ ନାହିଁ, ଯାହାକୁ ପୂର୍ବରୁ ଅନୁମୋଦନ ହୋଇସାରିଛି। ଏହା ବ୍ୟତୀତ ଆହୁରି କିଛି କରୋନା ଟିକା ଅଛି, ଯାହାକି ଆଗାମୀ ଦିନରେ ଉପଲବ୍ଧ ହେବ, ଯେପରି ଯାଇଡସ କ୍ୟାଡିଲା, ନୋବାଭାକ୍ସ, ଜେନୋଭାଙ୍କ କରୋନା ଟିକା।

ଏଥିସହିତ ସରକାରଙ୍କୁ ଆଶା ଅଛିଯେ, ଅଗଷ୍ଟ ପରେ ପରିସ୍ଥିତି ଆହୁରି ଭଲ ହେବ। ଅର୍ଥାତ ଦୁଇ-ତିନି ମାସ ପରେ ଭାରତରେ ଟିକାର ଭଣ୍ଡାର ରହିବ। ଭାରତକୁ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଏହି କମ୍ପାନୀଗୁଡିକରୁ ୨୧୬ କୋଟି ଟିକାର ଡୋଜ ମିଳିବ।

କମ୍ପାନୀ -ଟିକା ସଂଖ୍ୟା

କୋଭିଶିଲ୍ଡ -୭୫ କୋଟି

କୋଭାକ୍ସିନ୍- ୫୫ କୋଟି

ବାୟୋଲୋଜିକ୍ଇ- ୩୦ କୋଟି

ଯାଇଡସ କଡିଲା- ୦୫ କୋଟି

ନୋବାଭାକ୍ସ- ୨୦ କୋଟି

ଭରତ ବାୟୋଟେକ ନାସାଲ -୧୦ କୋଟି

ଜେନେବା- ୦୬ କୋଟି

ସ୍ପୁଟନିକ ବି ୧୫.୬ କୋଟି

ଏଥିରେ ସେହି ଟୀକା ସାମିଲ ନାହିଁ, ଯାହାକୁ ଆମେରିକା, ଇଂଲଣ୍ଡ, ଜାପାନ, ଇଉରୋପ ଦେଶ କିମ୍ବା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ନିକଟରୁ ଅପାତକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। ଅର୍ଥାତ ଫାଇଜର, ମୋଡର୍ନା ଓ ଜନସନର ଟୀକା ଏଥିରେ ସାମିଲ ନାହିଁ। ଯେତେବେଳେ ତାହା ଆସିବ ସେତେବେଳେ ଏହି ସଂଖ୍ୟା ୨୫୦କୋଟି ଉପରକୁ ଯିବ ବୋଲି ଆଶା ଅଛି।

ପ୍ରଧାନମନ୍ତ୍ରୀ ମୋଦୀ ଟୀକାକୁ ନେଇ ଘୋଷଣା କରିବା ପରେ କେନ୍ଦ୍ର ସରକାର ଏକ ଏଡଭାଇଜର ଜାରି କରିଛନ୍ତି, ଯାହା ୨୧ ଜୁନରୁ ସମ୍ପୂର୍ଣ ରୂପରେ ଲାଗୁ ହେବ। ଏହାର ମୁତାବିକ, ଦେଶରେ ଟୀକା ନିର୍ମାତାଙ୍କ ଦ୍ଵାରା ଉତ୍ପାଦିତ କରାଯାଉଥିବା ଟୀକାର ୭୫ପ୍ରତିଶତ କିଣାକିଣି କେନ୍ଦ୍ର ସରକାର କରିବେ ଓ କିଣା ଯାଇଥିବା ଟୀକା ରାଜ୍ୟ ଓ ସଂଘ ରାଜ୍ୟ କ୍ଷେତ୍ରରେ ମାଗଣାରେ ଦିଆଯିବ। ରାଜ୍ୟର ଜନସଂଖ୍ୟା, ସଂକ୍ରମିତଙ୍କ ସଂଖ୍ୟା ଓ ଟୀକାକାରଣର ଗତି ଅନୁସାରେ କେନ୍ଦ୍ର ସରକାର ଟୀକା ଦେବେ।

ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ବର୍ତ୍ତମାନ ସମସ୍ତ ଦାୟିତ୍ଵ କେନ୍ଦ୍ର ସରକାରଙ୍କର ଅଟେ, ତେବେ ସରକାର ନିଜର ସମ୍ପୂର୍ଣ ପ୍ରସ୍ତୁତି କରିନେଇଛନ୍ତି, ଯାହାଦ୍ୱାରା ସେମିତି ସ୍ଥିତି ନ ହେଉ ଯାହା ୧ମେ ପରେ ରାଜ୍ୟରେ ୧୮ ରୁ ୪୪ ବର୍ଷର ଆୟୁବର୍ଗଙ୍କ ଟୀକାକରଣ ସମୟରେ ହୋଇଥିଲା। ଏହି ସମୟରେ ଅନେକ ରାଜ୍ୟକୁ ଟୀକାର ଅଭାବର ସାମ୍ନା କରିବାକୁ ପଡିଲା, ଯେଉଁ କାରଣରୁ ରାଜ୍ୟକୁ ଟୀକାକରଣ କେନ୍ଦ୍ରକୁ ବନ୍ଦ କରିବାକୁ ପଡିଲା।

ମାଗଣାରେ ଟୀକା ଓ ରାସନ ପାଇଁ କେନ୍ଦ୍ର କରିବ ୧.୪୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ:-
କରୋନାର ଦ୍ଵିତୀୟ ଲହର ମଧ୍ୟରେ ଦେଶର ୧୮-୪୪ ବୟସର ଲୋକଙ୍କୁ ମାଗଣାରେ ଟୀକା ଓ ଗରିବ ଲୋକଙ୍କୁ ମାଗଣାରେ ରାସନ ଉପଲବ୍ଧ କରିବା ପାଇଁ କେନ୍ଦ୍ର ସରକାର ୧.୪୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଅତିରିକ୍ତ ଖର୍ଚ୍ଚ ଉଠାଇବାକୁ ପଡିବ। ପ୍ରଧାନମନ୍ତ୍ରୀ ମୋଦୀ ଦେଶର ନାମ ସମ୍ବୋଧନରେ ସୋମବାର ଦିନ ବଡ ଘୋଷଣା କରିଛନ୍ତି।

ସୂଚନାନୁସାରେ, ବୟସ୍କମାନଙ୍କୁ ମାଗଣା ଟିକା ଯୋଗାଇବା ପାଇଁ ସରକାରଙ୍କୁ ୪୫ ରୁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଯେଉଁଠାରେ ସରକାର ଏହି ଆଇଟମ ପାଇଁ ୩୫ହଜାର କୋଟି ଟଙ୍କା ବଜେଟ ପ୍ରସ୍ତୁତ କରିଛନ୍ତି। ସେହିଭଳି ସରକାରଙ୍କୁ ଦୀପାବଳୀ ପର୍ଯ୍ୟନ୍ତ ଦେଶର ୮୦ କୋଟି ଲୋକଙ୍କୁ ପ୍ରତି ମାସ ୫ କିଲୋଗ୍ରାମ ଗହମ କିମ୍ବା ଚାଉଳ ଏବଂ ଏକ କିଲୋଗ୍ରାମ ଡାଲି ଯୋଗାଇବା ପାଇଁ ସରକାର ୧.୧୦ ରୁ ୧.୩୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

ଏହିପରି ସମୁଦାୟ ଖର୍ଚ୍ଚ ୧.୪୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇପାରେ। ସୂତ୍ର ଅନୁସାରେ ସରକାରଙ୍କୁ ଆରବିଆଇରୁ ଲାଭ ରୂପରେ ଅନୁମାନିତ ୯୯,୧୨୨ କୋଟିରୁ ଅଧିକ ରାଶି ମିଳିଛି। ଏହା ବ୍ଯତୀତ ପେଟ୍ରୋଲ ଓ ଡିଜେଲ ଉପରେ ଋଣକୁ ନେଇ ଭଲ ରାଜସ୍ୱ ମିଳିଛି। ଏହି ଦୁଇଟି ରୂପରେ ସରକାର ମାଗଣା ଟୀକା ଓ ରାସନ ଖର୍ଚ୍ଚ ବହନ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *