WTC 2021 ଫାଇନାଲରେ ଏହି ପାଞ୍ଚ ଜଣ ଖେଳାଳୀ କରି ପାରନ୍ତି କମାଲ,ଜାଣନ୍ତୁ ସେହି ଖେଳାଳୀ କିଏ କିଏ ?

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଇଂଲଣ୍ଡର ସାଉଥହାମ୍ପଟନ ଠାରେ ଜୁନ 18 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ର ଫାଇନାଲ ମ୍ୟାଚ ଖେଳାଯିବ।

ବର୍ତ୍ତମାନ ଫାଇନାଲ ଚମ୍ପିୟାନସିପ କୁ ନେଇ ଦୁଇଟି ଦଳ ପ୍ରସ୍ତୁତ ରହିଛନ୍ତି। କିନ୍ତୁ ଭାରତକୁ ଅଭ୍ୟାସ କରିବାର ବହୁତ କମ ସମୟ ମିଳୁଛି ଓ ସେହି ସ୍ଥାନରେ ନ୍ୟୁଜିଲାଣ୍ଡ ଇଂଲଣ୍ଡ ସହିତ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବେ।

ଋଷଭ ପନ୍ତ:-

ପନ୍ତ ଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ପାଇଁ ଟ୍ରମ୍ପ କାର୍ଡ଼ କୁହାଯାଇଛି। ଏବେର ଦିନରେ ପନ୍ତ ଶାନଦାର ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ହେଉ କିମ୍ବା ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜ ପନ୍ତ ବୋଲର ମାନଙ୍କର ବହୁତ ଭଲ କ୍ଳାସ ନେଇଛନ୍ତି ଓ।ସେମାନଙ୍କୁ ଛେଚି ମଧ୍ୟ ଦେଇଛନ୍ତି। ପନ୍ତ ଦଳକୁ ବିଜୟ ଦେବାରେ ମଧ୍ୟ ମୁଖ୍ୟ ଭୂମିକା ନିଭାଇଥିଲେ।

ବିରାଟ କୋହଲି:-

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏହିସମୟରେ ଶାନଦାର ଫର୍ମରେ ଆଗକୁ ବଢ଼ୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ମ୍ୟାଚରେ ବିରାଟଙ୍କ ପାଖରେ ବହୁତ ଆଶା ରହିଛି। ଟିମ ଇଣ୍ଡିଆର ବିଜୟରେ କୋହଲିଙ୍କ ପ୍ରଦର୍ଶନ ମୁଖ୍ୟ ଭୂମିକା ଗ୍ରହଣ କରିବ। ସେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଟୁର୍ଣ୍ଣାମେଣ୍ଟରେ 877 ରନ କରିଛନ୍ତି। ଫାଇନାଲରେ ବିରାଟ ନିଜର ଭଲ ପ୍ରଦର୍ଶନ ଦେଇପାରନ୍ତି।

ଆଜିଙ୍କ୍ୟ ରାହାଣେ:-

ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ମ୍ୟାଚରେ ଆଜିଙ୍କ୍ୟ ରାହାଣେଙ୍କ ଭୂମିକା ବହୁତ ଗୁରୁତ୍ୱ ରହିବ। ତାଙ୍କୁ ମଧ୍ୟକ୍ରମର ସବୁଠାରୁ ମଜବୁତ ବ୍ୟାଟ୍ସମ୍ୟାନ ମାନାଯାଏ। ସେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ନିଜ ପ୍ରତିଭାର ସମ୍ପୂର୍ଣ୍ଣ ପରିଚୟ ଦେଇଥିଲେ। ବିରାଟ କୋହଲିଙ୍କ ଅଧିନାୟକତ୍ୱ ରେ ଭାରତୀୟ ଦଳ 36 ରନରେ ଅଲଆଉଟ ହେବାପରେ ଆଜିଙ୍କ୍ୟ ରାହାଣେ ଯେଉଁଭଳି ଦଳକୁ ସମ୍ଭାଳିଥିଲେ ଓ ବିଜୟ ଦେଇଥିଲେ ଏହା ଚିରସ୍ମରଣୀୟ ହୋଇ ରହିବ। ଏହି ସିରିଜରେ ମଧ୍ୟ ସେ ବହୁତ ରନ ବନାଇଲେ। ଚମ୍ପିୟାନସିପ ରେ ରାହାଣେ ସବୁଠାରୁ ଅଧିକ ରନ କରିବାର ଟପ 5 ଖେଳାଳିଙ୍କ ମଧ୍ୟରେ ରହିଲେ। ସେ ଏବେପର୍ଯ୍ୟନ୍ତ 1095 ରନ କରିଛନ୍ତି ଯେଉଁଥିରେ 3 ଶତକ ଓ 6 ଅର୍ଧଶତକ ସାମିଲ ରହିଛି।

କେନ ଉଇଲିଆମସନ :-

ନ୍ୟୁଜିଲାଣ୍ଡ ଅଧିନାୟକ କେନ ଉଇଲିଆମସନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ ଯଦି ଟ୍ରଫି ଉପରେ କବଜା କରିବାକୁ ଚାହାଁନ୍ତି ତ। କେନ ଚମ୍ପିୟାନସିପରେ ନିଜ ଦଳ ତରଫରୁ ସର୍ବାଧିକ ରନ ହାସଲ କରିଛନ୍ତି ସେ 9ଟି ମ୍ୟାଚରୁ 817 ରନ କରିଛନ୍ତି। ଏମିତି ମାନାଯାଏ ଯଦି କେନ କ୍ରିଜରେ ଦୀର୍ଘ ସମୟ ରହିଯାଉଛନ୍ତି ତାହେଲେ ତାଙ୍କୁ ଆଉଟ କରିବା ମୁସ୍କିଲ ଅଟେ।

ଡେଭୋନ କନୱେ:-

କନୱେ ଡେବ୍ୟୁ ମ୍ୟାଚରେ ଦ୍ଵିଶତକ ହାସଲ କରି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଚିନ୍ତା ହୋଇଯାଇଛନ୍ତି। ସେ ଫାଇନାଲ ମ୍ୟାଚରେ ନିଜର ଦଳପାଇଁ ଟ୍ରମ୍ପ କାର୍ଡ଼ ସାବ୍ୟସ୍ତ ହୋଇପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *