ଅଜବ T20 ମ୍ୟାଚ : ଗୋଟିଏ ବି ଛକା ଦେଖିବାକୁ ମିଳିଲା ନାହିଁ,ଆଉ ଚୌକା ବି ଗୋଟିଏ,ଜାଣନ୍ତୁ ପୁରା ମ୍ୟାଚ ବିଷୟରେ

ରବଣ୍ଡା ର Kwibuka Women’s T20 Tournament ରେ ପାଞ୍ଚଦେଶ ମଧ୍ୟରେ ଖେଳା ଯାଉଥିଲା। ୭ ଜୁନ ରେ ରବଣ୍ଡା ଏବଂ ନାମିବିଆ ମଧ୍ୟରେ ମହିଳା କ୍ରିକେଟ୍ ମ୍ୟାଚ୍ ଚାଲୁଥିଲା। ଏଥିରେ ନାମିବିୟା ୪୩ ରନ୍ ରେ ଜିତି ଥିଲା। ନାମିବିୟା ପ୍ରଥମେ ବ୍ୟାଟିଂ କରି ଓପନର ଅନ୍ଦ୍ରିୱାନ୍ ଡର ୨୯ ରନ୍ ର ସାହାଯ୍ୟରେ ୧୦୧ ରନ୍ ର ଲକ୍ଷ୍ୟ ଦେଇଥିଲେ। ପୁଣି ନିଜ ଖେଳାଳିଙ୍କ ସହ ମିଶି ରବଣ୍ଡାକୁ ୫୯ ରନରେ ରୋକି ଦେଇପାରିଥିଲେ। ଯାହା ଏବେ ପଏଣ୍ଟ ଟେବୁଲ୍ ରେ ପ୍ରଥମ ସ୍ଥାନରେ ଅଛି। ଏହି ଏ ଯାଏ 2 ଟି ମ୍ୟାଚ୍ ଖେଳି 1 ମ୍ୟାଚ୍ ଜିତି ଥିବାବେଳେ ଅନ୍ୟ ମ୍ୟାଚଟି ହାରିଯାଇଛି।

ଟସ ହାରିକି ପ୍ରଥମେ ବ୍ୟାଟିଂ କରିଥିଲେ ନାମିବିଆ ଟିମ୍। ଅନ୍ଦ୍ରିୱାନ୍ ଡର ୨୯ ରନ୍ ଏବଂ ଅରସ୍ତା ଦିଏଗାର୍ତ୍ ୨୦ ରନ୍ କରିଥିଲେ। ପାଞ୍ଚ ଓଭରରେ ପ୍ରଥମ ଉଇକେଟ୍ ହରାଇ ୩୬ ରନ୍ କରିଥିଲେ। ଏହାପରେ ଅନ୍ଦ୍ରିୱାନ୍ ଡର ଙ୍କ ଉଈକେଟ୍ ଯାଇଥିଲା। ପୁଣି ନାମିବିଆ ଟିମ୍ ହଡବଡ଼ ହେଇଯାଇଥିଲା। ପୁଣି ଆଣ୍ଡିର୍ ଉସେନ ୧୧ ରନ୍ କରି ଚାରି ଉଈକେଟ୍ ର ପତନ ଘଟି ଥିଲା। ପରବର୍ତ୍ତୀ ସମୟରେ ଜଲଦି ଜଲଦି ଉଈକେଟ୍ ପଡିବାକୁ ଲାଗିଲା। ଏହିଭଳି ଭାବରେ ଟିମର ରନ ୧୧ ଓଭରରେ ୫୭ ରନ୍ କରିଥିଲେ। କିନ୍ତୁ ଆଠ ନମ୍ବରରେ ସୁନ୍ ବିଟିମୋନ ୨୨ ରନ୍ ଓ ବତିଲେ ୧୩ ରନ୍ ବଳରେ ଟିମର ସ୍କୋର ୧୦୦ ରେ ପହଞ୍ଚି ଥିଲା। ନାମିବିଆ ଟିମ୍ ତରଫରୁ ଗୋଟେ ବି ଛକା ହେଇନଥିଲା କିନ୍ତୁ ୧୧ ଟି ଚଉକା ଲାଗିଥିଲା। ରବଣ୍ଡା ଟିମର ସିଫା ତିନି ଓଭର ରେ ୧୦ ରନ୍ ଦେଇ ତିନି ଉଇକେଟେ ନେଇଥିଲେ।

ଲକ୍ଷ୍ୟର ପିଛାକରି ରବଣ୍ଡା ଟିମ୍ ର ଅବସ୍ଥା ପ୍ରଥମ ଅବସ୍ଥାରୁ ହିଁ ଖରାପ ହୋଇଯାଇଥିଲା। ଓପନର ଗିଯେଲ୍ ପ୍ରଥମ ଓଭର ର ତୃତୀୟ ବଲ ରେ ହିଁ ଆଉଟ୍ ହୋଇଯାଇଥିଲେ। ସେହି ସମୟରେ ଟିମ୍ ର ସ୍କୋର ଦୁଇ ରନ୍ ହୋଇଥିଲା। ଏହି ରନ୍ ରେ ଆଉ ତିନି ଉଇକେଟ ର ପତନ ଘଟିଥିଲା। ରବଣ୍ଡାକୁ ସବୁଠୁ ଅଧିକ ଖରାପ୍ ସ୍ଥିତିରେ କେଲିନ୍ ପହଞ୍ଚାଇଥିଲେ। ସେ ଦୁଇଟି ଉଇକେଟ ନେବାସହ ଗୋଟିଏ ରନ୍ ଦେଇନଥିଲେ। ଏବଂ ରବଣ୍ଡା ମ୍ୟାଚ୍ ଜିତିବାର ସମସ୍ତ ଆଶା ଛାଡ଼ି ଦେଇଥିଲେ।

ରବଣ୍ଡା ର ସମସ୍ତ ଖେଳାଳି ୨୦ ଓଭର ଖେଳିବା ଲକ୍ଷ୍ୟରେ ରହିଲେ। ଅନ୍ୟ ଖେଳାଳିମାନେ ଆରାମରେ ଖେଳିଲେ ଏବଂ ଟିମ୍ କୁ ଅଲ୍ ଆଉଟ୍ ରୁ ରକ୍ଷା କଲେ। ଏହି ଭଳି ଭାବରେ ଟିମ୍ ୮ ଉଈକେଟେ ହରାଇ ୫୮ ରନ୍ କରିପାରିଥିଲେ। ରବଣ୍ଡା ପାଳିରେ କେବଳ ଗୋଟେ ଚୌକା ଦେଖିବାକୁ ମିଳିଥିଲା। ଏହି ଭଳି ଭାବରେ ଉଭୟ ଟିମ୍ ପାଖରୁ ଗୋଟେ ବି ୬କା ଦେଖିବାକୁ ମିଳି ନଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *