ନା ଅଙ୍କିତା ଲୋଖଣ୍ଡେ, ନା ରିୟା ଚକ୍ରବର୍ତ୍ତୀ,ବରଂ ସୁଶାନ୍ତ ସିଂହ ରାଜପୁତ ୟାଙ୍କୁ ହିଁ କରୁଥିଲେ ପ୍ରକୃତ ପ୍ରେମ

ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ସବୁବେଳେ ନିଜର ସମ୍ପର୍କକୁ ନେଇ ଚୁପ ରହିଥିଲେ | ତାଙ୍କର ନାମ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀଙ୍କ ସହିତ ଜଡିତ ରହିଛି | ଏଥିମଧ୍ୟରେ କୃତି ସାନନ, ଅଙ୍କିତା ଲୋଖଣ୍ଡେ, ସାରା ଅଲି ଖାନ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ଭଳି ନାମ ସାମିଲ ରହିଛି | ତେବେ ତାଙ୍କର ‘ପ୍ରକୃତ ପ୍ରେମ’ ଆଉ କେହି ଥିଲା |

ସୁଶାନ୍ତ ୨୦୧୯ ରେ ଏକ ଇଭେଣ୍ଟରେ ବକ୍ତା ଭାବରେ ପହଞ୍ଚିଥିଲେ | ଏଠାରେ ସେ ତାଙ୍କର ପ୍ରକୃତ ପ୍ରେମକୁ ଖୁଲାସା କରିଥିଲେ, ଯାହା କି ତାଙ୍କୁ ଚତୁର୍ଥ ଶ୍ରେଣୀରେ ହୋଇଥିଲା | ସେ କହିଥିଲେ ଯେ ତାଙ୍କର ପ୍ରଥମ ପ୍ରେମ ତାଙ୍କର କ୍ଲାସ ଟିଚର ଥିଲେ |

ନବମ କ୍ଲାସରେ ମିଳିଥିଲା ପ୍ରଥମ ପ୍ରପୋଜାଲ :-

ସୁଶାନ୍ତ ମଜାରେ କହିଦେଇଥିଲେ ଯେ ସେ ଟିଚରଙ୍କୁ ଆପ୍ରୋଚ କଲେନାହିଁ , କାରଣ ତାଙ୍କର ପରୀକ୍ଷାରେ ପାସ କରିବାର ଥିଲା | ତେବେ ୫ ବର୍ଷ ପରେ ତାଙ୍କୁ ପ୍ରଥମ ପ୍ରପୋଜାଲ ମିଳିଲା, ଯେତେବେଳେ ସେ ନବମ କ୍ଲାସରେ ପଢୁଥିଲେ | ଅଭିନେତା କହିଥିଲେ ଯେ ସେ କେବେ ଜୀବନରେ କାହାକୁ ମଧ୍ୟ ଆଇ ଲଭ ୟୁ କହିନାହାନ୍ତି |

ଏପରି ଥିଲା ସୁଶାନ୍ତଙ୍କ ପ୍ରଥମ ଡେଟ :-

ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କଥା ହୋଇ ସୁଶାନ୍ତ ନିଜର ପ୍ରଥମ ଡେଟ ବିଷୟରେ ମଧ୍ୟ ପ୍ରକାଶ କରିଥିଲେ | ଆକ୍ଟର କହିଛନ୍ତି, ” ମୁଁ ଇଂଜିନିୟରିଂ ସ୍ଟୁଡେଣ୍ଟସଙ୍କୁ ପଢାଉଥିଲି ଏବଂ ସେହି ଟଙ୍କାରେ ମୁଁ ଗୋଟେ ବାଇକ କିଣିଲି | ଏହାପରେ ମୁଁ ନିଜର ପ୍ରଥମ ଡେଟରେ ପରଟା ଖାଇବାପାଇଁ ମୁରଥଲ ଯାଇଥିଲି |”

ସୁଶାନ୍ତଙ୍କ ମୃ-ତ୍ୟୁ-ର ଚାଲିଛି ଯାଞ୍ଚ :-

କୁହାଯାଉଛି ଯେ ଆସନ୍ତା ଜୁନ ୧୪ ରେ ସୁଶାନ୍ତଙ୍କର ପ୍ରଥମ ମୃ-ତ୍ୟୁ ବାର୍ଷିକୀ ଅଟେ | ଗତ ବର୍ଷ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରେ ସେ ମୃତ ଅବସ୍ଥାରେ ମିଳିଥିଲେ | ସୁଶାନ୍ତଙ୍କ ଅଚାନକ ମୃ-ତ୍ୟୁ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ବର୍ତ୍ତମାନ ଏହି ମାମଲାର ଯାଞ୍ଚ ଚାଲୁଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *