ଲଦ୍ଦାଖରେ ପୁଣି ହଲଚଲ ! ଲଦ୍ଦାଖରେ ଚୀନ ବାୟୁସେନାର ଯୁଦ୍ଧାଭ୍ୟାସ ଜାରି,ଭାରତ ନିୟୋଜିତ କଲା ରାଫେଲ୍

ଦେଶରେ କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ଅନ୍ୟପକ୍ଷରେ ଲାଇନ୍ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲ୍ଏସି)ରେ ଚିନ୍ତା ବଢ଼ିଛି|ଚୀନ ପୂର୍ବ ଲାଦାଖରେ ନିଜର ସେନାଶକ୍ତି ବଢ଼ାଇଛି|ଏହା ସହ ଚୀନ ବାୟୁସେନା ନିକଟରେ ଏକ ବଡ ଯୁଦ୍ଧ ଅଭ୍ୟାସ କରିଛି|ଏହି ଅଭ୍ୟାସ ଫଳରେ ଭାରତର ଗୁଇନ୍ଦା ସଂସ୍ଥା ଚକିତ ହୋଇଯାଇଛି|

ଶୀର୍ଷ ସରକାରୀ ସୂତ୍ରରୁ ଜଣାପଡିଛି ଯେ ଚୀନ ବାୟୁସେନାର ୨୦ରୁ ଉର୍ଦ୍ଧ୍ବ ଲଢୁଆ ବିମାନ ପୂର୍ବ ଲଦାଖ କ୍ଷେତ୍ରରେ ହୋଇଥିବା ଯୁଦ୍ଧ ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ|ସୂତ୍ରରୁ ପ୍ରକାଶ ଯେ ଯୁଦ୍ଧ ଅଭ୍ୟାସ ସେହି ଏୟାରବେସରେ କରାଯାଇଛି ଯେଉଁଠାରେ ପୂର୍ବବର୍ଷ ଲାଦାଖରେ ଚୀନ ସେନା ନିଜ ଯବାନକୁ ସମସ୍ତ ସାହାଯ୍ୟ ଯୋଗାଇ ନିୟୋଜିତ କରିଥିଲେ|

ସୂତ୍ରରୁ ପ୍ରକାଶ ଯେ ଭାରତ ନିଜର ଉଚ୍ଚକୋଟୀର ପ୍ରସ୍ତୁତି ପାଇଁ ଉତ୍ତର ସୀମାରେ ରାଫେଲ ଲଢୁଆ ବିମାନ ସହ ନିଜର ଲଢୁଆ ବିମାନକୁ ସକ୍ରିୟ କରିଛି|ସୂତ୍ରରୁ ପ୍ରକାଶ ଯେ ଭାରତରେ ନଜର ଲଦାଖ ସାମ୍ନାରେ ଥିବା ଚୀନ ସୀମା କାଶଗର,ହୋତାନ,ନଗରୀ ଗୁସ୍ନା,ଶିଗାସ୍ତେ,ହ୍ଲାସା ଗୋଙ୍ଗକର,ନ୍ୟିଙ୍ଗଚି ଓ ଚମଡୋ ପଙ୍ଗାଡା ଏୟାରବେସରେ ରହିଛି|

ସରକାରୀ ସୂତ୍ରରୁ ଇଣ୍ଡିଆ ଟୁଡେ କହିଛନ୍ତି ଯେ ଶିଙ୍ଗଜିୟାଙ୍ଗ ଓ ତିବ୍ବତ ସ୍ୱାୟତ୍ତ ସୈନ୍ୟ କ୍ଷେତ୍ରରେ ଅବସ୍ଥିତ ସାତଜଣ ଚୀନ ସୈନ୍ୟ ଉପରେ ନଜର ରଖିବାକୁ ଉପଗ୍ରହ ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟବହାର କରାଯାଉଛି|ଭାରତୀୟ ବାୟୁସେନାର ଫରୱାର୍ଡର ପଶ୍ଚିମ ଓ ଉତ୍ତର ଭାଗରୁ ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଛି|

ଭାରତୀୟ ବାୟୁସେନାର ଲଢୁଆ ବିମାନ ମଧ୍ୟ ଏଲ୍ଏସିରେ ଯୁଦ୍ଧ ଅଭ୍ୟାସ କରୁଥିବା ଦେଖାଯାଇଥିଲା|କୁହାଯାଉଛି ଯେ ଚୀନ ପିପୁଲ୍ସ ଲିବରେସନ ଆର୍ମି ଏୟାରଫୋର୍ସ ଏଵେ ନିଜର ବହୁ ଏୟାରବେସକୁ ଅପଗ୍ରେଡ୍ କରିଛି,ଯେଉଁଥିରେ ରହିବାକୁ କ୍ୟାମ୍ପ ନିର୍ମାଣ,ରନୱ ଲମ୍ବାର ବିସ୍ତାର ଓ ଅତିରିକ୍ତ ଫୋର୍ସ ନିୟୋଜିତ କରାଯାଇଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *