ନିଜ ଗାଡ଼ି ବିକିଲେ ହନୁମାନ,ଜାଣନ୍ତୁ କାରଣ …

ମନୋରଞ୍ଜନ ଦୁନିଆ ମଧ୍ୟ କରୋନା ଭାଇରସ ପାଣ୍ଡାମିକ୍ ଫଳରେ ବହୁତ ପ୍ରଭାବିତ ହୋଇଛି|ଖାସକରି ଟିଭି ଇଣ୍ଡଷ୍ଟ୍ରି ବେଶି ପ୍ରଭାବିତ ହୋଇଛି|ଧାରାବାହିକ ସୁଟିଂ ବନ୍ଦ ହେବଖ ଫଳରେ ବହୁ କଳାକାର ରାସ୍ତାକୁ ଆସିଥିଲେ|ଯିଏ ଅଳ୍ପ କିଛି ସକ୍ଷମ ଥିଲା,ତାହାକୁ କଷ୍ଟେମଷ୍ଟେ ଆଡଜଷ୍ଟ କରିବାକୁ ପଡ଼ିଥିଲା|ଏମିତି ଏକ କାହାଣୀ ଟିଭିରେ ହନୁମାନ ଭୂମିକାରେ ଅଭିନୟ କରିଥିବା ନିର୍ଭୟ ବାଧବାଙ୍କ ଅଟେ|ନିର୍ଭୟ ବହୁ ପୈରାଣିକ ଧାରାବାହିକରେ ହନୁମାନ ଭୂମିକାରେ ଅଭିନୟ କରିବାର ଜଣାଶୁଣା|

ମହାରାଷ୍ଟ୍ରରେ ଦ୍ୱିତୀୟ ଲହର ଫଳରେ ଵହୁ ଧାରାବାହିକର ସୁଟିଂ ବନ୍ଦ ରହିଥିଲା|କିଛି ରିଏଲିଟି ସୋ ଓ ଧାରାବାହିକ ଜରୁର ଆଖପାଖ ରାଜ୍ୟକୁ ଚାଲିଗଲେ|ଇଟାଇମ୍ସ ସହ କଥାବାର୍ତ୍ତାରେ ନିର୍ଭୟ କହିଥିଲେ ଯେ ପାଖାପାଖି ଦେଢବର୍ଷ ଘରେ ବସିଥିଲେ,ଫଳରେ ତାଙ୍କ ସମସ୍ତ ସଞ୍ଚିତ ଧନ ଗଲା|କିଛି କାମ ମିଳୁନଥିଲା|ଲାଇଭ ସୋ ମଧ୍ୟ ହେଉନଥିଲା|କିଛି ଟଙ୍କା ବାକି ଥିଲା ତାହା ମଧ୍ୟ ମିଳୁନଥିଲା|ସେ ଆଡଭେଞ୍ଜରର ସଉକ ରଖିଥିଲେ|ମଜବୁରୀ ଫଳରେ ତାକୁ ବିକିବାକୁ ପଡିଲା|ସେ କହିଛନ୍ତି ଯେ ବାଇକ୍ ତାଙ୍କ ଘର ଜୟପୁରରେ ଥିଲା|ସେ ମାର୍ଚ୍ଚରେ ଜୟପୁର ଯାଇ ବାଇକ୍ ବିକ୍ରି କରିଥିଲେ|ଯଦିଓ ବାଇକ ବିକ୍ରି କରିବା ସହଜ ନଥିଲା କାରଣ ତାହା ମହଙ୍ଗା ଥିଲା|

ନିର୍ଭୟ କହିଛନ୍ତି ଯେ ସେ ବାଇକକୁ ୨୨ ଲକ୍ଷ ଟଙ୍କାରେ କିଣିଥିଲେ|ଏଥିପାଇଁ କିଣିବା ଲୋକ ଖୋଜିବା କଷ୍ଟକର ଥିଲା|ଶେଷରେ ସେ କମ୍ପାନୀକୁ ୭.୫ ଲକ୍ଷ ଟଙ୍କାରେ ବିକିଥିଲେ|ଏହି ବାଇକ ସହ ତାଙ୍କର ବହୁ ସମ୍ପର୍କ ଜଡ଼ିତ|ସେ ଏବେ ଵିଧାନହର୍ତା ଗଣେଶରେ ହନୁମାନଙ୍କ ଭୂମିକା ନିର୍ବାହ କରୁଛନ୍ତି|

କହିରଖେ ଯେ ବଲିଉଡ୍ ଆକ୍ଟର ହର୍ଷବର୍ଦ୍ଧନ ରାଣା ମଧ୍ୟ ଏହି ଲକଡାଉନରେ ତାଙ୍କ ବାଇକ୍ ବିକ୍ରି କରିଛନ୍ତି,କିନ୍ତୁ ସେ ଆବଶ୍ୟକକାରୀ ଅକ୍ସିଜେନ ସିଲିଣ୍ଡର ଯୋଗାଇବାକୁ ଏହା କରିଥିଲେ|ସେ ସୋସିଆଲ ମିଡିଆରେ ନିଜ ବାଇକ ଫଟୋ ପୋଷ୍ଟ କରି କହିଛନ୍ତି ଖରାପ ଭାଗ୍ୟ ଫଳରେ ବାଇକ୍ ଵିକିଥିଲି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.