ଦୀପିକାଙ୍କ ସହିତ ବ୍ରେକଅପ ହେବାପରେ ଯୁବରାଜ କହିଥିଲେ ଏହିକଥା,ଜାଣନ୍ତୁ କଣ ପାଇଁ ଏହି ଦୁଇ ଯୋଡି ମଝିରେ ବ୍ରେକଅପ ହୋଇଥିଲା ?

କ୍ରିକେଟ ଓ ହିନ୍ଦୀ ସିନେମାର ସମ୍ପର୍କ ବହୁତ ପୁରୁଣା ଅଟେ। ସାଧାରଣତଃ ବଲିଉଡ ହସିନା ମାନଙ୍କର ଯୋଡି କ୍ରିକେଟର୍ସଙ୍କ ସହିତ ଜମୁଥାଏ। କେତେଥର ଏହି ଯୋଡ଼ି କେବଳ ପ୍ରେମରେ ହିଁ ରହିଯାଇଥାଏ ଓ କେତେଥର ଏମାନେ ଜନ୍ମ ଜନ୍ମ ପର୍ଯ୍ୟନ୍ତ ଏକାଠି ରହିବାକୁ ନିଷ୍ପତ୍ତି ନେଇଥାନ୍ତି। କେତେକ ଏମିତି ବଲିଉଡ ଅଭିନେତ୍ରୀ ରହିଛନ୍ତି ଯାହାର ଅଫେୟାର କ୍ରିକେଟର୍ସଙ୍କ ସହିତ ରହିଛି। ଅଭିନେତ୍ରୀ ଦୀପିକା ପାଦୁକୋଣ ଓ ଭାରତର ପୂର୍ବ ଧାକଡ଼ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ମଧ୍ୟ ଏହି ସୂଚୀରେ ରହିଛନ୍ତି। ଆସନ୍ତୁ ଆଜି ଆମେ ଆପଣଙ୍କୁ ଉଭୟଙ୍କ ଅଫେୟାର ବିଷୟରେ କହିବାକୁ ଯାଉଛୁ।

କ୍ରିକେଟ ଦୁନିଆରେ ଯୁବରାଜ ସିଂହ ବହୁତ ନାଁ କମାଇଛନ୍ତି ନିଜର ବ୍ୟାଟିଂ ସହିତ ନିଜର ବୋଲିଂରେ ମଧ୍ୟ ବିରୋଧୀଙ୍କୁ ଅଟକାଇବାରେ ସେ ବହୁତ ସଫଳ। ତାଙ୍କ ଉପରେ ଲକ୍ଷ ଝିଅଙ୍କ ଦିଲ ରହିଛି। ଅଭିନେତ୍ରୀ ଦୀପିକାଙ୍କର ମଧ୍ୟ ତାଙ୍କ ଉପରେ ଦିଲ ଆସିଥିଲା। ଦୀପିକାଙ୍କ କଥା କହିବାକୁ ଗଲେ ଆଜିର ସମୟରେ ସେ ସବୁଠାରୁ ଶୀର୍ଷ ଅଭିନେତ୍ରୀ ଅଟନ୍ତି। ତାଙ୍କର ବହୁତ ଫ୍ୟାନ ମଧ୍ୟ ରହିଛନ୍ତି।

ଆପଣଙ୍କୁ ଜଣାଇଦେଉଛୁ କି, ଯୁବରାଜ ବହୁତ ଅଭିନେତ୍ରୀ ଓ ମଡେଲସଙ୍କ ସହ ରିଲେସନଙ୍କୁ ନେଇ ଚର୍ଚ୍ଚାରେ ସର୍ବଦା ରହିଥିଲେ। ଦୀପିକା ମଧ୍ୟ ତାଙ୍କ ସହିତ ରିଲେସନରେ ରହିଥିଲେ। ଯୁବରାଜ ଓ ଦୀପିକା ପରସ୍ପରକୁ ଡେଟ ମଧ୍ୟ କରିଥିଲେ।

କୁହାଯାଉଛି କି, ଯୁବରାଜ ସିଂହ ଓ ଦୀପିକା ପାଦୁକୋନ ପରସ୍ପରକୁ ବହୁତ ଡେଟ କରିଛନ୍ତି। ସୂଚନା ମୁତାବିକ, ଏହି ଦୁଇ ଜଣ 2007 ମସିହା t-20 ବିଶ୍ୱକପ ପରେ ଭେଟ ହୋଇଥିଲେ। ଏହି ସମୟରେ ଦୀପିକାଙ୍କ ବଲିଉଡ କ୍ୟାରିଅର ଆରମ୍ଭ ହୋଇଥିଲା। ଏହିସମୟରେ ଯୁବି 6 ବଲ ରୁ 6 ଛକା ମାରି ନିଜର ନାମ ବନାଇଦେଇଥିଲେ।

ଆପଣଙ୍କୁ ଜଣାଇଦେଉଛୁ କି, ଯୁବରାଜ ଓ ଦୀପିକାଙ୍କ ମଧ୍ୟରେ ପ୍ରଥମ ଭେଟ ବହୁତ ଖାଆସ ଥିଲା। କାରଣ ଦୁଇଜଣ ପ୍ରଥମ ଭେଟରେ ବହୁତ ଭଲ ବନ୍ଧୁ ହୋଇଯାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଏହାପରେ ଉଭୟ ଡେଟ କରିବା ସମୟରେ ସମସ୍ତଙ୍କୁ ତାଙ୍କର ରିଲେସନସିପ ବିଷୟରେ ଜଣାପଡିଥିଲା ଓ ଏହା ଶେଷରେ ଭାଇରାଲ ହୋଇଯାଇଥିଲା।

ଯୁବରାଜ ସିଂହ ଓ ଦୀପିକାଙ୍କ ମଧ୍ୟରେ ସବୁକିଛି ଠିକ ଚାଲୁଥିଲା କିନ୍ତୁ ଏହାପରେ ଉଭୟଙ୍କ ସମ୍ପର୍କ ଶେଷ ହୋଇଗଲା। କୁହାଯାଉଛି କି, ଦୀପିକା ଯୁବରାଜଙ୍କ ସ୍ଵଭାବ କାରଣରୁ ବ୍ରେକଅପ କରିଦେଇଥିଲେ। ଏହାପରେ ଯୁବରାଜ ନିଜର ଅଫେୟାର ଓ ବ୍ରେକଅପ କଥା କହିଥିଲେ। ଯୁବରାଜ ପରସ୍ପର ସହିତ ସମୟ ନଅତିବାହିତ କରିବା କାରଣରୁ ବ୍ରେକଅପ ଭାବିଥିଲେ।

ନିଜର ସାକ୍ଷାତକାର ମାଧ୍ୟମରେ ନିଜର ବ୍ରେକଅପ ଉପରେ ଆଲୋଚନା କରି ଯୁବରାଜ ସିଂହ କହିଥିଲେ କି, ମୁଁ ଏବେଏବେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲି ଓ ଆମେ ଦୁହେଁ ମୁମ୍ବାଇର କମନ ଫ୍ରେଣ୍ଡସଙ୍କ ସହ ଭେଟ ହୋଇଥିଲୁ। ଆମେ ପରସ୍ପରକୁ ପସନ୍ଦ କରୁଥିଲୁ ଓ ପରସ୍ପରକୁ ଜାଣିବାକୁ ଚାହୁଁଥିଲୁ। କିନ୍ତୁ ଆମେ ପରସ୍ପରକୁ ସମୟ ଦେଇପାରିନଥିଲୁ।

Leave a Reply

Your email address will not be published.