କରୋନା ଭ୍ୟାକ୍ସିନ ନେବାପରେ କଣ କରିବା ଉଚିତ ଓ କଣ କରିବା ଅନୁଚିତ ! ଜାଣନ୍ତୁ ସମ୍ପୂର୍ଣ ସୂଚନା

ଦେଶରେ କରୋନା ଭାଇରସ ଠାରୁ ବଞ୍ଚିବା ପାଇଁ ବଡ଼ ସ୍ତରରେ ଟୀକାକରଣ ଚାଲୁଛି। ଏବେପର୍ଯ୍ୟନ୍ତ ଭାରତରେ 22 କୋଟି ରୁ ଅଧିକ ଲୋକଙ୍କୁ କରୋନା ଭ୍ୟାକ୍ସିନ ଦିଆଯାଇସାରିଛି। ଯେବେକି କାହା ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ଦେଖାଯାଇନାହିଁ। ଭ୍ୟାକ୍ସିନ ନେଉଥିବା ଲୋକେ କିଛି ସାଇଡ଼ ଇଫେକ୍ଟ ଓ ହାଲକା ସମସ୍ୟାର ସମ୍ମୁଖିନ ହୋଇଥିଲେ। ବଡ଼ ସଂଖ୍ୟାରେ କହିଥିଲେ କି, ଏହା ବହୁତ କମ ମାମଲାରେ ସମ୍ଭାବିତ ରହିଛି। ମହାରାଷ୍ଟ୍ର କୋଭିଡ଼ 19 ଟାସ୍କ ଫୋର୍ସ ସଦସ୍ୟ ଡ଼. ଶଶାଙ୍କ ଯୋଶୀ ସୂଚନା ଦେଇଥିଲେ କି, ଭାରତରେ ବ୍ୟବହୃତ ଦୁଇଟି ଭ୍ୟାକ୍ସିନ ଯଥା କୋଭ୍ୟାକ୍ସିନ ଓ କୋଭିସିଲଡ଼ ବହୁତ ସୁରକ୍ଷିତ ଅଟେ। କିଛି ମାମଲାରେ ଜରୁରୀ କିଛି ସାଇଡ଼ ଇଫେକ୍ଟ ଦେଖିବାକୁ ମିଳିପାରେ। ଏଠାରେ ଆମେ ଆପଣଙ୍କୁ ଟୀକାକରଣ ସହ ଜଡ଼ିତ କିଛି କହିବାକୁ ଯାଉଛୁ।

ଟୀକାକରଣ ପୂର୍ବରୁ :-

1. ଯଦି କୌଣସି ବ୍ୟକ୍ତିଙ୍କୁ ମେଡ଼ିସିନ ସହ ଆଲର୍ଜି ରହିଛି ତାହେଲେ କୌଣସି ଡ଼କ୍ଟରଙ୍କ ଠାରୁ ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ହେବା ମହତ୍ତ୍ୱପୂର୍ଣ୍ଣ ଅଟେ। ସମ୍ପୂର୍ଣ ବ୍ଲଡ଼ କାଉଣ୍ଟ ସି ରିଆକ୍ଟିଭ ପ୍ରୋଟିନ ତଥା ଇମ୍ୟୁନଗ୍ଲୋବୁଲିନ ଇ ସ୍ତରକୁ ଡ଼କ୍ଟର ଉପଦେଶ ଜରିଆରେ ଯାଞ୍ଚ କରାଯାଇ ହେବ।

2. ଟୀକାକରଣ ପୂର୍ବରୁ ସଠିକ ଭାବରେ ଖାଦ୍ୟ ଖାଇବା ଆବଶ୍ୟକ। ଯେତେ ହେବ ସେତେ ଆରାମ ମଧ୍ୟ ରହିବା ଉଚିତ। କାଉଁସିଲିଂ ସେହି ଲୋକଙ୍କର ସାହାର୍ଯ୍ୟ କରିପାରିବ ଯିଏକି ଚିନ୍ତିତ ଥିବେ।

3. ମଧୁମେହ ଓ ରକ୍ତଚାପ ଥିବା ଲୋକମାନଙ୍କୁ ଏହିକଥାର ଧ୍ୟାନ ଦେବା ଆବଶ୍ୟକ। କ୍ୟାନ୍ସର ରୋଗୀ ବିଶେଷ ରୂପରେ କେମୋଥେରାପି କରିଥିବା ଲୋକଙ୍କୁ ଡ଼କ୍ଟରଙ୍କ ଉପଦେଶ ସହକାରେ କାମ କରିବା ଉଚିତ।

4. ଯେଉଁ ଲୋକଙ୍କୁ କୋଭିଡ଼ 19 ଚିକିତ୍ସା ରୂପରେ ରକ୍ତ ପ୍ଲାଜ୍ମା କିମ୍ବା ମନୋକ୍ଲନଲ ଆଣ୍ଟିବଡି ପ୍ରାପ୍ତ ହୁଏ କିମ୍ବା ଯିଏ ବିଗତ ଦେଢ଼ମାସରୁ ସଂକ୍ରମିତ ରହିଛି। ତାଙ୍କୁ ଉପଦେଶ ଦିଆଯାଉଛି କି ସେ ଏବେ ଭ୍ୟାକ୍ସିନ ନନିଅନ୍ତୁ।

ଟୀକାକରଣ ପରେ:-

1. କୌଣସି ବି ଗମ୍ଭୀର ଏଲର୍ଜି ପ୍ରତିକ୍ରିୟା ରୁ ବଞ୍ଚିବା ପାଇଁ ଭ୍ୟାକ୍ସିନ ଲାଗାଇବା ସମୟରେ ସୁରକ୍ଷିତ ରୁହନ୍ତୁ। ଲୋକଙ୍କୁ ଦିଆଯିବାପରେ ସୁନିଶ୍ଚିତ କରାଯାଏ କି, ଏହା ଏମିତି ନୁହେଁ।

2. ଇଞ୍ଜେକ୍ସନ ବାଲା ସ୍ଥାନରେ ଯନ୍ତ୍ରଣା ଓ ଜ୍ୱର ଭଳି ଦୁଷ୍ପ୍ରଭାବ ସାଧାରଣ କଥା ଅଟେ। ଏଥିରେ ବିଚଳିତ ହେବାର କୌଣସି କଥା ନାହିଁ। କିଛି ଅନ୍ୟ ଦୁଷ୍ପ୍ରଭାବ ଯେମିତି ଥଣ୍ଡା ଲାଗିବା ଓ ଥକାପଣ ଭଳି ଆଶା କରାଯାଇଛି, ଏହା କିଛି ଦିନରେ ଦୂର ହୋଇଯାଏ।

ଜରୁରୀ କଥା :-

1. ଭ୍ୟାକ୍ସିନ ଆମର ପ୍ରତିରକ୍ଷା ପ୍ରଣାଳୀକୁ ବାହାର ଆଶଙ୍କାରୁ ଲଢ଼ିବାକୁ ଶିକ୍ଷା ଦେଇଥାଏ। ସାଧାରଣତଃ ଟୀକାକରଣ ପରେ ଶରୀର କୁ ଭାଇରସ ଠାରୁ ସୁରକ୍ଷା ବନାଇବାକୁ କିଛି ସପ୍ତାହ ଲାଗିଥାଏ।

2. ଏହାର ଅର୍ଥ ଏହାକି ଯେ, ଟୀକାକରଣ ତୁରନ୍ତ ପରେ କିଛିଦିନରେ ବ୍ୟକ୍ତି ଏବେବି କୋଭିଡ଼-19 ରେ ସଂକ୍ରମିତ ହୋଇପାରେ। କାରଣ ଏହି ବ୍ୟକ୍ତି ପାଖରେ ପ୍ରତିରକ୍ଷା ବିକଶିତ କରିବା ପାଇଁ ପର୍ଯ୍ୟାପ୍ତ ସମୟ ରହିବନାହିଁ।

3. ଟୀକାକରଣ ପରେ ଏହିସବୁ ଉପାୟ ପାଳନ କରିବା ଆବଶ୍ୟକ। ସାର୍ବଜନିକ ସ୍ଥାନ ମାନଙ୍କରେ ଫେସ ମାସ୍କ, ହାତର ସଫା କରିବା ଓ ଶାରୀରିକ ଦୂରତା ବନାଇ ରଖିବା ଆବଶ୍ୟକ ଅଟେ।

Leave a Reply

Your email address will not be published. Required fields are marked *