ମୁଖ୍ୟମନ୍ତ୍ରୀ ଉଠା ଦୋକାନୀଙ୍କ ପାଇଁ ଘୋଷଣା କଲେ ସହାୟତା ପ୍ୟାକେଜ, ୮୭୦୦୦ରୁ ଅଧିକ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହେବେ

ଉଠା ଦୋକାନୀ ମାନଙ୍କୁ ମିଳିବ ସହାୟତା ପ୍ୟାକେଜ। ରାଜ୍ୟରେ କରୋନା ଭାଇରସ ଓ ଲକଡାଉନ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଉଠା ଦୋକାନୀଙ୍କ ପାଇଁ ସରକାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଟ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କାର ଆର୍ଥିକ ସହାୟକା ରାଶିକୁ ମଞ୍ଜୁର କରିଛନ୍ତି ।

ସମଗ୍ର ଦେଶରେ କରୋନାର ଦ୍ଵିତୀୟ ଲହର ଦେଶବାସୀଙ୍କୁ ଗଭୀର ଭାବରେ ପ୍ରଭାବ ପକାଇବା ସହ ବହୁତ କ୍ଷୟକ୍ଷତି ମଧ୍ୟ କରିଛି। ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ ପଡିଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଲାଗୁ କରିଥିବା ଲକଡାଉନ ସହରାଞ୍ଚଳର ଉଠାଦୋକାନୀ ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଅଧିକ କ୍ଷତିଗ୍ରସ୍ତ କରିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟରେ ଥିବା ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି।

Google

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୬କୋଟି ୨୯ଲକ୍ଷ ୭୧ହଜାର ଟଙ୍କା ମଞ୍ଜୁର,ଯାହାଦ୍ଵାରା କି ରାଜ୍ୟରେ ଥିବା ୮୭ହଜାର ୬୫୭ ଜଣ ଉଠାଦୋକାନୀ ଉପକୃତ ହୋଇପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *