TMC ସାଂସଦ ନୁସରତ ଜହାଂ ହେଲେ ପ୍ରେଗନାଣ୍ଟ,କିନ୍ତୁ ସ୍ୱାମୀ କହିଲେ ଛୁଆ ମୋର ନୁହେଁ, ଆମେ ୬ ମାସ ହେଲାଣି ଏକାଠି ନଥିଲୁ,ତା ହେଲେ କେମିତି….ଜାଣନ୍ତୁ ପୁରା ଖବର

ମମତା ବାନାର୍ଜୀଙ୍କ ପାର୍ଟିର ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାଂ ଙ୍କ ତରଫରୁ ଏକ ଖବର ସାମ୍ନାକୁ ଆସୁଛି। ଏହାମଧ୍ୟରେ ତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟ କରିଦେବାର କଥା ସାମ୍ନାକୁ ଆସୁଛି। ସେ ବହୁତ ଜଲଦି ମାଆ ହେବାକୁ ଯାଉଛନ୍ତି ଏପର୍ଯ୍ୟନ୍ତ ତାଙ୍କର କୌଣସି ଅଧିକାରୀ ଟିମ ଏହାଉପରେ କିଛି କହିନାହାଁନ୍ତି। ମିଡ଼ିଆ ରିପୋର୍ଟ ମୁତାବିକ ଅଭିନେତ୍ରୀ 6 ମାସର ପ୍ରେଗନାଣ୍ଟ ଅଟନ୍ତି କିନ୍ତୁ ଏହାବିଷୟରେ ତାଙ୍କ ପତି ନିଖିଲ ଜୈନ କିଛି ଜାଣିନାହଁନ୍ତି।

ସୂତ୍ର ଅନୁସାରେ ତାଙ୍କ ପତିଙ୍କ କହିବାକଥା ହେଲା, ସେ 6 ମାସ ହେବ ଏକାଠି ନାହାଁନ୍ତି ଓ ତାଙ୍କର ବିବାହ ଭାଙ୍ଗିବା ଉପରେ ରହିଛି। ଏଥିପାଇଁ ଏହି ଛୁଆ ମଧ୍ୟ ତାଙ୍କର ନୁହେଁ। ଏହାସହ ମଧ୍ୟ ସେ କହିଥିଲେ, ନୁସରତ ଓ ତାଙ୍କ ମଧ୍ୟରେ କୌଣସି ସମ୍ପର୍କ ମଧ୍ୟ ନାହିଁ। ଆପଣଙ୍କୁ ଜଣାଇଦେଉଛୁ କି, ନୁସରତ 2019 ମସିହାରେ ଜୁନ 19 ତାରିଖ ଦିନ ବିବାହ କରିଥିଲେ। ସେମାନେ ଏହି ବିବାହ ଇସଲାମ, ହିନ୍ଦୁ ଓ ଇସାଇ ଧର୍ମ ଆଧାରରେ କରିଥିଲେ। ଏମାନଙ୍କ ବିବାହର ଫୋଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହାପରେ ନୁସରତ ଜୁନ 25 ତାରିଖରେ ସାଂସଦରେ ପଦାର୍ପଣ କରିଥିଲେ। ଆପଣଙ୍କୁ ଜଣାଇଦେଉଛୁ କି, ଉଭୟଙ୍କ ମଧ୍ୟରେ ବିବାହ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିନଥିଲା। ଏକବର୍ଷ ଭିତରେ ସେମାନେ ପରସ୍ପର ଠାରୁ ଦୂରେଇ ଗଲେ।

ଆମେ ଜାଣିବାକୁ ପାଉଛୁ କି, ବିଗତ କିଛି ସମୟ ହେବ ନୁସରତଙ୍କ ଜୀବନ ସଠିକ ଟ୍ରାକ ଦେଇ ଯାଉନାହିଁ। ଏବେପର୍ଯ୍ୟନ୍ତ ସେ ନିଜର ପତିଙ୍କ ଠାରୁ ଆଇନ ଅନୁଯାୟୀ ଅଲଗା ହୋଇନାହାଁନ୍ତି। ବର୍ତ୍ତମାନ ସେମାନେ କିନ୍ତୁ ଅଲଗା ରହୁଛନ୍ତି। ନିଖିଲ ମିଡ଼ିଆକୁ କହିଥିଲେ କି, ମୁଁ ଏହାବିଷୟରେ କିଛି ଜାଣିନାହିଁ। ମୋର ଲମ୍ବା ସମୟ ହେବ ତାଙ୍କ ସହ କୌଣସି ସମ୍ବନ୍ଧ ନାହିଁ। ଏହାସହ ମଧ୍ୟ ସେ କହିଥିଲେ କି ସ୍ପଷ୍ଟ ରୂପରେ ଏହି ଛୁଆ ମୋର ନୁହେଁ। ଏହାମଧ୍ୟରେ ସୂଚନା ଆସୁଛି କି, ନୁସରତ ଭାରତୀୟ ଜନତା ପାର୍ଟିର ପ୍ରତ୍ୟାଶୀ ୟଶ ଦାସଗୁପ୍ତାଙ୍କ ସହିତ ସମ୍ବନ୍ଧକୁ ନେଇ କେତେକ ଖବର ମାନ ଆସିଛି। ଉଭୟଙ୍କୁ ବହୁତ ବାର ଦେଖାଯାଇଛି।

ଲୋକସଭା ଟିକେଟ ରୁ ନୁସରତ ଲଢ଼ିଥିଲେ ନିର୍ବାଚନ :-

ନୁସରତ ଜହାଂଙ୍କ ଲୋକପ୍ରିୟତା କୁ ଦେଖି ମମତା ବାନାର୍ଜୀ ତାଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଥିଲେ। ମମତାଙ୍କ କଥା ମାନି ନାକେବଳ ଲଢ଼ିଲେ ଶେଷରେ ଜିତିଲେ ମଧ୍ୟ। ନୁସରତ ସାଢ଼େ ୩ଲକ୍ଷରୁ ଉର୍ଦ୍ଧ୍ବ ଭୋଟରେ ଜିତି ସାଂସଦ ହୋଇଗଲେ। ନୁସରତ କହିଥିଲେ, ସେ ମାତ୍ର ଦ୍ଵାଦଶ ପାସ କରିଛନ୍ତି ଓ ତାଙ୍କ ପାଖରେ 3 କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଙ୍କର ରାଜନୀତି ଓ ଫିଲ୍ମରେ ଭଲ କ୍ୟାରିଅର ସତ୍ତ୍ୱେ ସେ ବିବାଦ ଘେରରେ ରହିଥାନ୍ତି।

ନିର୍ବାଚନ ଜିତିବାପରେ ନୁସରତ ଜହାଂ ମୁଣ୍ଡରେ ସିନ୍ଦୁର, ହାତରେ ମେହେନ୍ଦୀ ଓ ଲାଲ ରଙ୍ଗର ଶାଢୀ ପିନ୍ଧି ସାଂସଦ ଭବନ ପହଞ୍ଚିଥିଲେ। ତାଙ୍କୁ ଏପରି ଦେଖି ସମସ୍ତେ ହଇରାଣ ହୋଇଗଲେ। କିନ୍ତୁ ସେ ବହୁତ ସୁନ୍ଦରୀ ଦେଖାଯାଉଥିଲେ।

Leave a Reply

Your email address will not be published. Required fields are marked *