ସାବଧାନ : ଭାରତରେ ଆସିଲାଣି କରୋନାର ଆଉ ଏକ ନୂଆ ଭାରିଆଣ୍ଟ “ବି.୧.୧.୨୮.୨” ,୭ ଦିନରେ ଭୟଙ୍କର ରୂପ ନେଉଛି ଏହି ଭାରିଆଣ୍ଟ

ଭାରତରେ ଦେଖାଦେଲା କରୋନାର ନୂଆ ରୂପ। ୭ ଦିନରେ ଘାତକ ସାଜୁଛି ଏହି ଭାଇରାଣ୍ଟ। ଭାରତରେ ‘ବି.୧.୧.୨୮.୨’ ନାମକ ଆଉ ଏକ ନୂଆ କରୋନା ଭାଇରାଣ୍ଟକୁ ଚିହ୍ନଟ କରାଯାଇଛି। ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି(ଏନଆଇଭି) ଦ୍ୱାରା ଜିନୋମ ସିକ୍ୱେନ୍ସିଙ୍ଗ କରାଯାଇ ଏହି ଭାରିଆଣ୍ଟକୁ ଠାବ କରାଯାଇଛି। ଭାରତକୁ ବ୍ରାଜିଲ ଓ ବ୍ରିଟେନରୁ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଖରେ ଏହି କରୋନା ଭାରିଆଣ୍ଟ ଦେଖିବାକୁ ମିଳିଛି।

ବିଶେଷଜ୍ଞଙ୍କ ଗବେଷଣା ଅନୁସାରେ, ଏହି ନୂଆ କରୋନା ଭାରିଆଣ୍ଟ “ଡେଲଟା” ଭାରିଆଣ୍ଟ ସହିତ ପ୍ରାୟତଃ ସମାନ ଅଟେ। ଆଲଫା ଭାରିଆଣ୍ଟ ଠାରୁ ଏହା ଅଧିକ ବିପଡଜନକ ବୋଲି ବିଶେଷଜ୍ଞ ମାନେ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, “ବି.୧.୧.୨୮.୨” ଭାରିଆଣ୍ଟରେ ସଂକ୍ରମିତ ହେବାଦ୍ବାରା ରୋଗୀର ଓଜନ ୭ ଦିନ ମଧ୍ୟରେ କମିବାରେ ଲାଗିବ। ଏହି ଭାରିଆଣ୍ଟରେ ସଂକ୍ରମଣ ଅଧିକ ହେଲେ ରୋଗୀର ଫୁସଫୁସ ଉପରେ ମଧ୍ୟ ପ୍ରଭାବ ପକାଇବ। ବୈଜ୍ଞାନିକମାନେ ଏହି ସମ୍ପର୍କରେ ପାଖାପାଖି ୭ ଦିନ ପର୍ଯ୍ୟନ୍ତ ପରୀକ୍ଷା କରିଛନ୍ତି।

Google

ସୂଚନା ଅନୁସାରେ, ଗତବର୍ଷ ବ୍ରିଟେନ୍‌ରେ ଆଲଫା ଭାରିଆଣ୍ଟ ଅଧିକ ମାତ୍ରାରେ ଲୋକମାନଙ୍କୁ ସଂକ୍ରମିତ କରିଥିଲା। ଆଉ ଏ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ “ସାର୍ସ-କୋଭିଡ-୨”ର ଅନେକ ଭାରିଆଣ୍ଟ ମିଳିସାରିଛି। ଆଉ ସେଥିମଧ୍ୟରୁ “ବି.୧.୬୧୭” ଭାରିଆଣ୍ଟ ଭାରତରେ ପ୍ରଥମେ ଚିହ୍ନଟ କରାଯାଇଥିଲା। ଏହି ଭୂତାଣୁର ଅନ୍ୟ ଏକ ରୂପର ନାମ ହେଲା “ବି.୧.୬୧୭.୨” ରହିଛି, ଯାହାକୁ “ଡେଲଟା” ବୋଲି କୁହାଯାଉଛି। ଏହି ଭାଇରାଣ୍ଟ ଅଧିକ ମାତ୍ରାରେ ସଂକ୍ରମିତ କରୁଛି ବୋଲି ଗବେଷକ ମାନେ ସୂଚନା ଦେଇଛନ୍ତି। ଏହି ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଚିନ୍ତାପ୍ରକାଶ କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *