ଏକ ତିନି ବର୍ଷୀୟ ଛୁଆର ସୋସିଆଲ ମିଡିଆରେ ହେଉଛି ଖୁବ୍ ଚର୍ଚ୍ଚା,ପ୍ରକୃତରେ କ’ଣ କଲା ଏହି ଛୋଟ ଛୁଆ?

କରୋନା ସମୟରେ ଲୋକମାନେ ଯେତେବେଳେ ନିଜର ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ,ଏହା ମଧ୍ୟରେ ଲୋକମାନେ ହସ୍ପିଟାଲ ଓ ଡାକ୍ତରଙ୍କ ପାଖକୁ ଯିବାକୁ ଡରୁଛନ୍ତି|ଆଜି ସମୟରେ ଲୋକଙ୍କ ମନରେ ବସିଯାଇଛି ଯେ ଯଦି ହସ୍ପିଟାଲ ଯିବି କାଳେ କରୋନା ହୋଇଯିବ|ଏଥିପାଇଁ ଲୋକମାନେ ହସ୍ପିଟାଲ ଯିବାପାଇଁ ଡରୁଛନ୍ତି|ଏଵେ ନାଗାଲାଣ୍ଡର ଏକ ଫଟୋ ସାମନାକୁ ଆସିଛି ଯାହା ଲୋକଙ୍କ ହୃଦୟସ୍ପର୍ଶ କରିଛି|ହଁ ଆଜ୍ଞା,ଏହି କଥା ଏପରି ଯେ ଯାହାକୁ ଶୁଣି ଆପଣ ମଧ୍ୟ କହିବେ ସାହସ ହେଵତ ଏହି ଛୋଟ ଛୁଆ ଭଳି|କହିରଖେ ଯେ ନାଗାଲାଣ୍ଡର ଜୁହ୍ନେବୋଟୋ ଜିଲ୍ଲାର ଘଟାଶି ତହସିଲରେ ଗୋଟିଏ ଛୁଆ ନିଜର ଚେକ୍ଅପ୍ କରିବାକୁ ନିଜେ ହେଲ୍ଥ ସେଣ୍ଟରରେ ପହଞ୍ଚି ଯାଇଥିଲା ଯାହାକୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ|

ସୂଚନାଯୋଗ୍ୟ ଯେ ଏହି ଛୁଆର ବୟସ ତିନି ବର୍ଷ ହେବ ମାନେ‌ ଯେଉଁ ବୟସରେ ପିଲାମାନେ ସାଧାରଣତଃ ମା ବାପାଙ୍କ ପିଛା ଛାଡନ୍ତି ନାହିଁ,ଓ ଛାଡନ୍ତି ଯଦି ଖେଳନାରେ ମଜ୍ଜି ରହିଥାନ୍ତି କିନ୍ତୁ ଏହି ଛୋଟ‌ ଛୁଆକୁ ଦେଖନ୍ତୁ ଯିଏ ମାସ୍କ ଲଗାଇ କ୍ଲିନିକ୍ ପହଞ୍ଚିଥାଏ ଓ ଡକ୍ଟରକୁ ନିଜର ରୋଗ ବିଷୟରେ କହିଥାଏ|ଏହି ବାହାଦୁର ଛୁଆର ଫଟୋ ଟୁଇଟର ୟୁଜର @ୟେପ୍ଥୋମିବେନ୍ ସେୟାର କରିଛନ୍ତି|ଏତିକି କେବଳ ନୁହେଁ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ “ଯେତେବେଳେ ମେଡିକାଲ କର୍ମଚାରୀ ୩ ବର୍ଷୀୟ ଛୁଆକୁ ହେଲ୍ଥ ସେଣ୍ଟରରେ ଦେଖିଲେ,ତାଙ୍କ ଚେହେରାରେ ହସ ଆସିଥିଲା”

କହିରଖେ ଯେ ଏହି ଛୁଆର ସାହାସ ଓ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି|ବହୁ ଲୋକମାନେ ତାର ସାହାସକୁ ପ୍ରଶଂସା କରୁଛନ୍ତି|ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ ଯେତେବେଳେ ବହୁତ ବୟସ୍କ ବ୍ୟକ୍ତି ମାନେ ନିଜର ଟେଷ୍ଟ କରିବାକୁ ଓ ଟିକା ଲଗାଇବାକୁ ଡରୁଛନ୍ତି ସେତେବେଳେ ଏହି ଛୋଟ ଛୁଆ ସମସ୍ତଙ୍କୁ ରାସ୍ତା ଦେଖାଇଛି|ଗୋଟିଏ କଥା ହେଉଛି ଯେ ଏହି ଛୋଟ ଛୁଆର ସାହାସ ଦେଖିକି ଲୋକଙ୍କୁ ଆଗକୁ ଆସିବା ଦରକାର ଓ ଟିକାକରଣ ପ୍ରକ୍ରିୟାରେ ଭାଗ ନେବା ଆବଶ୍ୟକ ଯାହାଦ୍ବାରା କରୋନାକୁ ସମାପ୍ତ କରାଯାଇପାରିବ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *