ଜୁନ୍ ୧୪ ରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ଟଙ୍କା କମାଇବାର ମୌକା, ଗୋଟିଏ ଦିନରେ ହୋଇଯିବେ ଲକ୍ଷପତି ! ଜାଣନ୍ତୁ କେମିତି ?

ଯଦି ଆପଣ ଏହି ମାସରେ ଭଲ ଟଙ୍କା କମାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ବହୁତ ବଡ଼ ମୌକା ଆସିଯାଇଛି। ଜୁନ 14ରୁ 16 ତାରିଖ ପର୍ଯ୍ୟନ୍ତ ଆପଣ ମୋଟା ଟଙ୍କା କମାଇପାରିବେ। କୋଲକାତା ବେସଡ଼ ଷ୍ଟିଲ ମାନୁଫାକଚରିଂ କରୁଥିବା କମ୍ପାନୀ ଶ୍ୟାମ ମେଟାଲିକ ଆଣ୍ଡ ଏନର୍ଜି ଲିମିଟେଡ଼ ଆପଣଙ୍କୁ ଏହି ମୌକା ଦେଉଛି। ଆପଣଙ୍କୁ ଜଣାଇଦେଉଛୁ କି, କମ୍ପାନୀ ନିଜର ଆଇପିଓ ନେଇଆସୁଛି। ଯାହା ଜରିଆରେ ନିବେଶକ ଭଲ ରୋଜଗାର କରିପାରିବେ। ଆସନ୍ତୁ ଜାଣିବା ଆପଣ କେଉଁଭଳି ଟଙ୍କା ଲଗାଇପାରିବେ।

ଆପଣଙ୍କୁ ଜଣାଇଦେଉଛୁ କି, ଏହି ଆଇପିଓ ଜରିଆରେ କମ୍ପାନୀ 1107 କୋଟି ଟଙ୍କା ଯୋଗାଡ଼ କରିବାର ପ୍ଲାନ କରିଛି। ଏହି ଆଇପିଓ ଜୁନ 14 ତାରିଖରେ ଲାଗୁହେବ। ଆପଣ 14 ରୁ 16 ତାରିଖ ଭିତରେ ଏଥିରେ ଟଙ୍କା କମାଇପାରିବେ। ସେହିପରି ନିବେଶକଙ୍କ ପାଇଁ ଏହା ଜୁନ 11 ତାରିଖରୁ ଲାଗୁହେବ।

କେତୋଟି ଶେୟର ଜାରି କରିବ କମ୍ପାନୀ :-

ମନୀ କଣ୍ଟ୍ରୋଲ ଖବର ମୁତାବିକ, ମାର୍କେଟ ରେଗୁଲେଟର sebi ପାଖରେ ଜମା ହୋଇଥିବା କମ୍ପାନୀର DRHP ମୁତାବିକ, ଏହି ପବ୍ଲିକ ଇସ୍ୟୁ ପାଇଁ କମ୍ପାନୀ 657 କୋଟି ଟଙ୍କାର ଫ୍ରେଶ ଇକ୍ୟୁଟି ଜାରି କରିବ, ସେହିପରି କମ୍ପାନୀର ପ୍ରମୋଟର ଓ ଉପସ୍ଥିତ ନିବେଶକାରୀ OFS ଜରିଆରେ 450 କୋଟି ଟଙ୍କା ଶେୟର ଜାରି କରିବେ।

କେଉଁଠାରେ ବ୍ୟବହାର କରିବ ଫଣ୍ଡ :-

– IPO ଦ୍ୱାରା ଏକତ୍ରିତ କରାଯାଇଥିବା 657 କୋଟିର ବ୍ୟବହାର କମ୍ପାନୀ ନିଜର ଓ ନିଜ ସହଯୋଗୀ କମ୍ପାନୀ SSPL ର ଋଣ ପୈଠ କରିବାରେ ବ୍ୟବହାର କରିବ।

– ଏହି IPO ପାଇଁ ଶ୍ୟାମ ମେଟାଲିକ ICICI ସିକ୍ୟୁରିଟି, ଅକ୍ସିସ କ୍ୟାପିଟାଲ, IIFL ସିକ୍ୟୁରିଟି, JM ଫାଇନାନ୍ସିଆଲ ଓ ଏସବିଆଇ କ୍ୟାପିଟାଲକୁ ନିଜର ଲିଡ଼ର ମ୍ୟାନେଜର ନିଯୁକ୍ତି କରିଛି।

କେମିତି ରହିଛି କମ୍ପାନୀର କାରୋବାର :-

କମ୍ପାନୀ ର କାରବାର କଥା କହିବାକୁ ଗଲେ କମ୍ପାନୀ 13ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ପ୍ରଦେଶରେ 42 ବିତରକଙ୍କ ଦଳ ସ୍ଥାପିତ କରି ରଖିଛି। ଓଡ଼ିଶାର ସମ୍ବଲପୁର ଓ ପଶ୍ଚିମବଙ୍ଗର ଜମୁରିଆ ଓ ମଙ୍ଗଳପୁର ଠାରେ ଏହାର ମୋଟ ତିନୋଟି କାରଖାନା ରହିଛି ।

କମ୍ପାନୀ ଉପରେ କେତେ କରଜ ରହିଛି :-

ଏହାବ୍ୟତୀତ କମ୍ପାନୀ ଉପରେ ମୋଟ କରଜ ରାଶି 381.12 କୋଟି ଟଙ୍କା ରହିଛି। ସେହିପରି ଏହାର ସହଯୋଗୀ କମ୍ପାନୀ ଉପରେ 398.60 କୋଟି ଟଙ୍କା କରଜ ରହିଛି। କମ୍ପାନୀ ଉପରେ ମୋଟ କରଜ 886.29 କୋଟି ଟଙ୍କା ରହିଛି।

ଲାଭ କେତେ ହେଲା :-

– ବିତ୍ତବର୍ଷ 2020-21 ଡିସେମ୍ବର ତ୍ରିମାସିକରେ କମ୍ପାନୀର ମୋଟ ରେଭେନ୍ୟୁ 3933.08 କୋଟି ଟଙ୍କା ଥିଲା।

– ବିଗତବର୍ଷ ଏହି ଅବଧିରେ କମ୍ପାନୀର ମୋଟ ରାଜସ୍ୱ 3283.09 କୋଟି ଟଙ୍କା ଥିଲା।

– ଶ୍ୟାମ ମେଟାଲିକସ କୁ ଡିସେମ୍ବର ତ୍ରୀମାସିକରେ 456.32 କୋଟି ଟଙ୍କାର ନେଟ ପ୍ରଫିଟ ହୋଇଥିଲା।

– ବିଗତ ବିତ୍ତବର୍ଷ Q3 ରେ କମ୍ପାନୀର ନେଟ ପ୍ରଫିଟ କେବଳ 260.36 କୋଟି ଟଙ୍କା ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *