ସମୁଦ୍ର କୂଳକୁ ବଣଭୋଜି କରିବାପାଇଁ ଯାଇଥିଲେ ପରିବାର,ଅଚାନକ ହାତରେ ଲାଗିଲା ଜଳପରୀର କ-ଙ୍କା-ଳ,ଜାଣନ୍ତୁ ପୁରା ଘଟଣା

ଛୋଟବେଳେ ଅଜା-ଆଇ ଜଳପରୀର କାହାଣୀ ଶୁଣାଉଥିଲେ|ଏହି କାହାଣୀ ମାନଙ୍କରେ ସମୁଦ୍ରର ତଳ ଅଂଶରେ ବସବାସ କରୁଥିବା ଦୁନିଆ ବିଷୟରେ କୁହାଯାଉଥିଲା|ସେହି ଦୁନିଆର ରାଜକୁମାରୀକୁ ଜଳପରୀ କୁହାଯାଉଥିଲା|କିନ୍ତୁ ଆମ ପାଇଁ ଏହା ଏକ କାହାଣୀ ହେଉଥିଲା|ଯଦିଓ ଏମିତି ବହୁ ମାମଲା ସାମନାକୁ ଆସିଥାଏ,ଯେଉଁମାନେ ଜଳପରୀର ଅସ୍ତିତ୍ବର ପ୍ରମାଣ ମିଳିବାକୁ ଲାଗିଥାଏ|

ୟୁକେର ଲିଭରପୁଲର ମର୍ସିସାଇଡରେ ଥିବା ସମୁଦ୍ର ତଟରେ ଏକ ପରିବାରର ହାତରେ ଜଳପରୀର କଙ୍କାଳ ଲାଗିଥିଲା|ଏହି କଙ୍କାଳର ଫଟୋ ଆଶ୍ଚର୍ଯ୍ୟ କରିଛି|ପ୍ରଶ୍ନ ଉଠିଛି ଯେ କ’ଣ ଜଳପରୀ ଖାଲି କାହାଣୀରେ ରହିଛି ନା ସତରେ ଅସ୍ଥିତ୍ଵ ରହିଛି|କଙ୍କାଳର ସାମ୍ନାରେ ଆସିଥିବା ଫଟୋ ଦେଖି ଏକ୍ସପର୍ଟ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ|ସେ ମଧ୍ୟ ଏହାର ରହସ୍ୟ ପାଉ ନାହାନ୍ତି|

୧ ଜୁନ ଦିନ ୟୁକେ ରହୁଥିବା କ୍ରିଷ୍ଟି ଜୋନ୍ସ ନିଜ ପରିବାର ସହ ବଣଭୋଜି କରିବାପାଇଁ ସମୁଦ୍ର ତଟକୁ ଯାଇଥିଲେ|ସମସ୍ତେ ସମୁଦ୍ର କୂଳରେ ଉପଭୋଗ କରୁଥିଲା ବେଳେ ସେତେବେଳେ ସେମାନଙ୍କ ନଜର ଏକ ଅଜଵ ଗଜବ ଜିନିଷ ଉପରେ ପଡ଼ିଲା|ହାଡର ଏହି ଢାଞ୍ଚା ବହୁତ ଅଜଵ ଥିଲା|ଏହି କଙ୍କାଳ ମଣିଷ ଆଡେ ଓ ମାଛ ଆଡେ ମଧ୍ୟ ଦେଖୁଥିଲା|ଯେତେବେଳେ କ୍ରିଷ୍ଟି ତାଙ୍କ ପାଖକୁ ଆସିଲେ ତାଙ୍କୁ ଲାଗିଲା ଯେ ଏହା ଜଳପରୀର କଙ୍କାଳ ଅଟେ|

ଦ ଲିଭରପୁଲ ଇକୋକୁ ଦେଇଥିବା ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ ତାଙ୍କୁ କଙ୍କାଳ ସେତେବେଳେ ମିଳିଲା ଯେତେବେଳେ ସେ ସମୁଦ୍ର କୂଳରେ ବୁଲୁଥିଲେ|ଏଵେ ସେ ପ୍ରକୃତରେ ଜାଣିବାକୁ ଚାହୁଁଛନ୍ତି ଯେ ପ୍ରକୃତରେ ଏହା କାହାର କଙ୍କାଳ|ତାଙ୍କୁ ଲାଗୁଛି ଯେ ଏହା ଜଳପରୀ ଅଟେ କିନ୍ତୁ ଏପର୍ଯ୍ୟନ୍ତ ଜଳପରୀ କାଳ୍ପନିକ ମାନାଯାଏ|ଏହି କଙ୍କାଳକୁ ଅଧିକାରୀ ନେଇ ଯାଞ୍ଚ ଆରମ୍ଭ କରିଛନ୍ତି|କିନ୍ତୁ ଏପର୍ଯ୍ୟନ୍ତ ଜଣାପଡିନାହିଁ ଏହା କ’ଣ?

ଅଧିକାରୀ ଏବେ ଏହାକୁ ଜଳପରୀର କଙ୍କାଳ ନୁହେଁ ବୋଲି ସଫାସଫା କହିଛନ୍ତି|ସେ କହିଛନ୍ତି ଜଳପରୀ ରହିବା ନରହିବା କଥା ରହସ୍ୟମୟ|ଏହା ସତ୍ୟ ହୋଇପାରି ନାହିଁ|କିନ୍ତୁ ଏହା ଜଳପରୀର କଙ୍କାଳ କହିବା ଠିକ୍ ହେବନାହିଁ|ହୋଇପାରେ ଏହା କୈାଣସି ମାଛ ପ୍ରଜାତିର ଯାହା ମଣିଷ ଆକୃତି ସହ ମେଳ ଖାଇପାରେ|ଫେସବୁକ ଓ ଟୁଇଟରରେ ଏହାକୁ ନେଇ ତର୍କବିତର୍କ ଚାଲିଛି|କାହାକୁ ଜଣାନାହିଁ ପ୍ରକୃତରେ ଏହା କ’ଣ? ଏମିତିରେ ଲୋକମାନେ ଏହାର ଜଵାଵକୁ ଅପେକ୍ଷା କରିଛନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *