ସାନ ଭାଇକୁ ରାସ୍ତା ପାର କରିବାପାଇଁ ବଡ ଭାଇ କଲା ଏମିତି କିଛି, ସୋସିଆଲ ମିଡିଆରେ ଭାଇରଲ ହେଲା ଏହି ହୃଦୟସ୍ପର୍ଶୀ ଭିଡିଓ

ସୋସିଆଲ ମିଡିଆରେ ଆଜିକାଲି ପିଲାମାନଙ୍କ ସହିତ ଜଡିତ କ୍ୟୁଟ ଏବଂ ମଜାଳିଆ ଭିଡିଓ ଖୁବ ଭାଇରଲ ହେଉଛି | ଏହି ଭିଡିଓଗୁଡିକୁ ଦେଖିବା ପରେ ବେଳେବେଳେ ହସ ଲାଗିଥାଏ ତ ଆଉ କେତେବେଳେ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ | ଆଜିକାଲି ଏପରି ଏକ ଭିଡିଓ ଇଣ୍ଟରନେଟର ଦୁନିଆରେ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | ଯାହାକୁ ଦେଖିବା ପରେ ଆପଣଙ୍କୁ ମଧ୍ୟ ନିଜ ବଡ଼ ଭାଇ ମନେ ପଡିଯିବେ |

ଆମେ ସମସ୍ତେ ଜାଣିଛନ୍ତି ଯେ ବଡ଼ ଭାଇ ହେବା ସହଜ ହୋଇନଥାଏ | ସମ୍ପର୍କରେ ବଡ଼ ହେବା ସହିତ ବହୁତ ଗୁଡିଏ ଦାୟିତ୍ୱ ମଧ୍ୟ ତୁଲାଇବାକୁ ପଡିଥାଏ | ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଖୁବ ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି | ଯାହାକୁ ଦେଖିବାପରେ ଆପଣ ମଧ୍ୟ ଜଣେ ବଡ଼ ଭାଇର ଦାୟିତ୍ୱଗୁଡ଼ିକୁ ବୁଝିପାରିବେ |

ଦେଖନ୍ତୁ ଭିଡିଓ :-

ଭିଡିଓରେ ଆପଣ ଦେଖିପାରିବେ ଯେ ତିନି ଭାଇ ଏକ ରାସ୍ତାରେ ନିଜ ଘରକୁ ଯାଉଛନ୍ତି, କିନ୍ତୁ ଠିକ ସେତିକିବେଳେ ରାସ୍ତାରେ ଏକ ଜାଗାରେ ତିନିଜଣ ଯାକ ଅଟକିଯାଆନ୍ତି | କାରଣ ରାସ୍ତାରେ ପାଣି ଭରି ରହିଥାଏ | ଏପରି ପରିସ୍ଥିତିରେ ବଡ଼ ଭାଇ ପ୍ରଥମେ ନିଜର ଛୋଟ ଭାଇକୁ ନିଜ କାନ୍ଧ ଉପରକୁ ଉଠାଏ ଏବଂ ପାଣି ପାର କରି ଆରପଟରେ ଛାଡିଆସେ, ତା’ପରେ ସେ ନିଜର ସବୁଠାରୁ ଛୋଟ ଭାଇକୁ ଉଠାଏ ଏବଂ ଅନ୍ୟ ପଟରେ ଛାଡିଦିଏ |

ସୋସିଆଲ ମିଡିଆରେ ଏହି ଭିଡିଓ ଲୋକମାନଙ୍କୁ ଖୁବ ଭଲ ଲାଗୁଛି | ଏହି କାରଣରୁ ଅନେକ ୟୁଜର ନିଜ ନିଜର ପ୍ରତିକ୍ରିୟା ଲେଖିଛନ୍ତି | ଜଣେ ୟୁଜର କହିଛନ୍ତି ଯେ ଏ କାମ କେବଳ ଜଣେ ବଡ଼ ଭାଇ ହିଁ କରିପାରିବେ | ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହା ସବୁଠାରୁ ଭଲ କଥା ଅଟେ, ଯାହା ମୁଁ ଏ ବର୍ଷ ଦେଖିଲି, ଅଦ୍ଭୁତ ! ଏହାବ୍ୟତୀତ ଆହୁରି ଅନେକ ୟୁଜର ଅଲଗା ଅଲଗା ଷ୍ଟାଇଲରେ ଏହି ଭିଡିଓରେ ପ୍ରଶଂସା କରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *