SBI ଗ୍ରାହକମାନେ ଧ୍ୟାନ ଦିଅନ୍ତୁ, ବ୍ୟାଙ୍କ ବନ୍ଦ କରିଦେଇଛି ଏହି ଅନଲାଇନ ସେବା, ଏଥର ଆପଣଙ୍କୁ ଏଥି ପାଇଁ ଯିବାକୁ ପଡ଼ିବ ବ୍ୟାଙ୍କ ଶାଖା,ଜାଣନ୍ତୁ କେଉଁ ସେବା …

ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ଗ୍ରାହକଙ୍କୁ ତାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ କରିବାକୁ କହୁଛି। କାରଣ ସମସ୍ତ ଗ୍ରାହକ ବ୍ୟାଙ୍କ ସହ ଜଡ଼ିତ ନିଜର ସମସ୍ତ ଲାଭ ଅତି ସହଜରେ ଯେପରି ଉଠାଇ ପାରିବେ। ଏହାବ୍ୟତୀତ ଆପଣ କୌଣସି ସରକାରୀ ଯୋଜନାର ଲାଭ ଉଠାଇ ପାରିବେନାହିଁ। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଭିଜିଟ କରିବାକୁ ପଡ଼ିବ। ପ୍ରଥମେ ଏହିକାମ ଅତିସହଜରେ ଅନଲାଇନରେ ହୋଇଯାଉଥିଲା। ପ୍ରଥମେ ଏହା ଅନଲାଇନ ହୋଇଯାଉଥିଲା କିନ୍ତୁ ବର୍ତ୍ତମାନ ଏହା କରାଇବାକୁ ହେଲେ ବ୍ୟାଙ୍କ ଯିବାକୁ ପଡ଼ିବ ବୋଲି ବ୍ୟାଙ୍କ ଟ୍ୱିଟ ଜରିଆରେ କହିଛି।

ଟ୍ୱିଟରରେ ଜଣେ ୟୁଜର ଏସବିଆଇ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡକୁ ଅନଲାଇନ ଲିଙ୍କ କରିବାକୁ ପଚାରିଥିଲା। ଏଥିରେ ଏସବିଆଇ ଟ୍ୱିଟ କରି ଲେଖିଥିଲେ, କୃପୟା ଧ୍ୟାନ ଦିଅନ୍ତୁ ଏହିସେବା ଅନଲାଇନ ଉପଲବ୍ଧ ନାହିଁ। ଏହି ସମ୍ବନ୍ଧରେ ସହାୟତା ପାଇବାପାଇଁ କୌଣସି ବ୍ୟାଙ୍କକୁ କୌଣସି ଶାଖା ସହିତ ସମ୍ପର୍କ କରିବାର ଆଵଶ୍ୟକତା ରହିଛି।

ଅଫଲାଇନ SBI ଆକାଉଣ୍ଟ ସହ ଆଧାର ଲିଙ୍କ କରନ୍ତୁ :-

ଆପଣ ନିଜର ବ୍ୟାଙ୍କ ଶାଖାକୁ ଯାଇ ନିଜର ବ୍ୟାଙ୍କ ଖାତାକୁ ଆଧାରରେ ଲିଙ୍କ କରାନ୍ତୁ। ଏଥିପାଇଁ ଆପଣଙ୍କୁ ଏହିକାମ କରିବାକୁ ହେବ।

– ସର୍ବପ୍ରଥମେ ପାଖ ଏସବିଆଇ ବ୍ୟାଙ୍କ କୁ ଯାଆନ୍ତୁ।

– ଅରିଜିନାଲ ଆଧାରକାର୍ଡ ସହିତ ଏହାର ଏକ କପି ନେଇଯାଆନ୍ତୁ।

– ଆଧାର ଲିଙ୍କ ଫର୍ମ ଭରି ଏହାର ଆଧାର କପି ସହିତ ଜମା କରାଇ ଦିଅନ୍ତୁ।

– ପ୍ରତିନିଧି ଆପଣଙ୍କ ଠାରୁ ଅରିଜିନାଲ ଆଧାର ଦେଖିବାପାଇଁ ମାଗି ପାରନ୍ତି।

– ପ୍ରତିନିଧି ଆପଣଙ୍କ ଆବେଦନ ରେଜିଷ୍ଟର କରି ଆପଣଙ୍କୁ ରସିଦ ଦେଇଦେବ।

– ଆପଣଙ୍କ ଆଧାର ଆପଣଙ୍କ ବ୍ୟାଙ୍କ ଖାତା ସହିତ ଲିଙ୍କ ହୋଇଯିବ।

ଏହାପରେ କିଛି ସମୟ ପରେ ବ୍ୟାଙ୍କ ତରଫରୁ SMS ପଠାଇ ସୂଚିତ କରିଦିଆଯିବ। ଆପଣଙ୍କୁ ଜଣାଇଦେଉଛୁ କି, ଯଦି ଆପଣଙ୍କ ଆଧାରକାର୍ଡ ଓ ମୋବାଇଲ ନମ୍ବର୍ ଅଲଗା ଅଲଗା ରହିଛି ତାହେଲେ ଏହା ଲିଙ୍କ ହେବନାହିଁ।

ପ୍ରଥମେ ଏହି ସର୍ଭିସ ଅନଲାଇନ ମହଜୁଦ ଥିଲା। କିନ୍ତୁ ଏସବିଆଇ ଅନୁସାରେ ଏବେ ଏହାକୁ ଆକାଉଣ୍ଟ ସହିତ ଲିଙ୍କ କରାଯାଇ ପାରିବନାହିଁ। ପ୍ରଥମେ ଏସବିଆଇ ୱେବସାଇଟକୁ ଯାଇ ଏହିକାମ କୁ ଅତିସହଜରେ ପୁରା କରାଯାଇପାରିବ।

SMS ଦ୍ୱାରା ମଧ୍ୟ ଆପଣ SBI ରେ ନିଜର ଆଧାର ଲିଙ୍କ କରିପାରିବେ:-

ଏହି ଫର୍ମାଟରେ ମେସେଜ ଟାଇପ କରନ୍ତୁ। UID<space><Aadhaar Number><Account Number>

– ମେସେଜ କୁ ଏହି ନମ୍ବର୍ ରେ 567676 ପଠାନ୍ତୁ।

– ଆପଣଙ୍କୁ ଏହାପରେ ଆଧାରକାର୍ଡ ଲିଙ୍କ ହେବାର ମେସେଜ ମିଳିଯିବ।

– ଯଦି ଆପଣଙ୍କ ଆଧାର ଲିଙ୍କ ନହୁଏ ତାହେଲେ ଏହି ସ୍ଥିତିରେ ମଧ୍ୟ ଆପଣଙ୍କୁ SMS ଓ ବ୍ୟାଙ୍କ ଶାଖାକୁ ଯିବାପାଇଁ କୁହାଯିବ।

– ଯଦି ଆପଣଙ୍କ ମୋବାଇଲ ନମ୍ବର୍ ବ୍ୟାଙ୍କ ଖାତାରେ ରେଜିଷ୍ଟର ନାହିଁ ତାହେଲେ ମଧ୍ୟ ଆପଣଙ୍କୁ SMS ମିଳିଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *