ସ-ଇ-ତା-ନ ବହି : ଗୋଟିଏ ରାତିରେ ଲେଖା ଯାଇଥିଲା ଏହି ଶୈ-ତା-ନୀ ବହି। ଆଜି ପର୍ଯ୍ୟନ୍ତ ଜାଣି ପାରିଲେନି କେହି ଏହାର ରହସ୍ୟ

ପ୍ରତ୍ୟେକ ଧର୍ମର ଏକ ଗ୍ରନ୍ଥ ରହିଥାଏ। ଯାହାର ଶିକ୍ଷାକୁ ସେହି ଧର୍ମକୁ ଅନୁସରଣ କରୁଥିବା ଲୋକ ମାନିଥାନ୍ତି। ଇସାଇ ଧର୍ମର ଏକ ଗ୍ରନ୍ଥ ରହିଛି। ଯାହାକୁ ବାଇବେଲ କୁହାଯାଏ। ଇସାଇ ଧର୍ମର ଏହି ଗ୍ରନ୍ଥକୁ ପବିତ୍ର ମାନାଯାଏ, କିନ୍ତୁ ଦୁନିଆରେ ଏମିତି ଏଭଳି ବହି ମଧ୍ୟ ରହିଛି ଯାହାକୁ ଶୈତାନ ବହି ରୂପରେ ମାନାଯାଏ। ଯାହାର ନାମ ଡେଭିଲସ ବାଇବେଲ। ଏହାଏକ ରହସ୍ୟମୟୀ ବହି ଅଟେ। କୁହାଯାଏ ଏହି ବହିକୁ ସମ୍ପୂର୍ଣ୍ଣ ଗୋଟିଏ ରାତିରେ ଲେଖାଯାଇଥିଲା। ଏହାକୁ ଶଇତାନ ବାଇବେଲ ମଧ୍ୟ କୁହାଯାଇଥାଏ। ଏହି ବହିର ପ୍ରତ୍ୟେକ ପୃଷ୍ଠାରେ ଶ-ଇ-ତା-ନ-ର ଛବି ଗୁଡିକ ରହିଛି।

ବହିଟି ସ୍ଵିଡେନ ର ପୁସ୍ତକାଳୟରେ ସୁରକ୍ଷିତ ରଖାଯାଇଛି :-

ଏହି ରହସ୍ୟମୟୀ ବହିର ନାମ କୋଡେ଼କ୍ସ ଗିଗାସ ଅଟେ। ଏହି ବହିକୁ ଦୁନିଆର ସବୁଠାରୁ ଖତରନାକ ବହି ମାନାଯାଇଥାଏ। ଏହା ପଛର ରହସ୍ୟକୁ ଜଣାପଡ଼ିଲା ନାହିଁ ଯେ, ଏହି ବହି କୁ କିଏ ଲେଖିଛନ୍ତି ଓ କାହିଁକି ଲେଖିଛନ୍ତି। ଏହା ବର୍ତ୍ତମାନ ସ୍ଵିଡେନରେ ରହିଛି ଓ ଏହାକୁ ଦେଖିବାକୁ ବହୁତ ଆଡୁ ହଜାର ସଂଖ୍ୟାରେ ଲୋକ ଆସୁଛନ୍ତି। ଏହା ଏଥିପାଇଁ ଅଦ୍ଭୁତ ହୋଇଥାଏ କାରଣ କାଗଜ ପୃଷ୍ଠାରେ ନୁହେଁ ବରଂ ଚମଡ଼ାରେ ଲେଖାଯାଇଛି।

ବହିର ଓଜନ 85 କିଲୋଗ୍ରାମ ଅଟେ :-

ଏହି ବହିରେ 160 ପୃଷ୍ଠା ରହିଛି ଯାହାକି ଏହାକୁ ବହୁତ ଓଜନ ବନାଇଦେଉଛି। ଏହି ବହିର ଓଜନ 85 କିଲୋଗ୍ରାମ ଅଟେ ଯାହାକୁ ଉଠାଇବାକୁ 2 ଜଣ ଲୋକଙ୍କ ଆବଶ୍ୟକ ରହିଛି। ଏହାପଛରେ ଏକ କାହାଣୀ ପ୍ରଚଳିତ ରହିଛି କି, 13ତମ ଶତାବ୍ଦୀରେ ଜଣେ ସନ୍ୟାସୀ ନିଜର ମଠବାସୀ ପ୍ରତିଜ୍ଞାକୁ ଭଙ୍ଗ କରିଥିଲେ, ଯାହାଦ୍ୱାରା ତାଙ୍କୁ କାନ୍ଥରେ ଜୀବିତ ଟାଙ୍ଗି ଦେବାର ଦଣ୍ଡ ଦିଆଗଲା। ଏହି ଦଣ୍ଡରୁ ବଞ୍ଚିବା ପାଇଁ ସେ ଗୋଟିଏ ରାତିରେ ଏମିତି ଏକ ପୁସ୍ତକ ଲେଖିବାକୁ କହିଥିଲା ଯାହାକି ମାନବ ଜ୍ଞାନ ସହ ମଠକୁ ଗୌରବାନ୍ୱିତ କରିବ। ତାକୁ ଏଥିପାଇଁ ଆଦେଶ ଦିଆଗଲା ଓ ଅଧରାତିରେ ଯେତେବେଳେ।ସେ ଜାଣିବାକୁ ପାଇଲା ସେ ଏହାକୁ ଲେଖି ସମାପ୍ତ କରିପାରିବନାହିଁ ତ ସେତେବେଳେ ସେ ଏକ ବିଶେଷ ପ୍ରାର୍ଥନା ଅନ୍ତର୍ଗତ ଶଇତାନକୁ ଡାକିଥିଲା। ସେ ଶଇତାନ ଠାରୁ ସେ ନିଜର ଆତ୍ମା ବଦଳରେ ସମ୍ପୂର୍ଣ୍ଣ ବହିକୁ ପୁରା କରିବାକୁ ସାହାର୍ଯ୍ୟ ମାଗିଥିଲା। ସେ ଗୋଟିଏ ରାତିରେ ସମ୍ପୂର୍ଣ୍ଣ ବହି ଟିକୁ ଲେଖିଦେଇଥିଲା।

କମ ସେ କମ 29 ବର୍ଷର ସମୟ :-

ବୈଜ୍ଞାନିକ ମାନନ୍ତି ଯେ, ପ୍ରାଚୀନ ସମୟରେ ଚମଡ଼ାର ପୃଷ୍ଠା ଗୋଟିଏ ଦିନରେ ଲେଖିବା ଅସମ୍ଭବ। ଯଦି ଦିନରାତି ଏକତ୍ରିତ କରି ଲେଖାଯାଏ ତାହେଲେ ଏହାକୁ ପୂରଣ କରିବାପାଇଁ 20 ବର୍ଷ ସମୟ ଲାଗିବ। ଆଉ କିଛି ବିଶେଷଜ୍ଞ ଦାବି କରି କହିଥିଲେ ଏହାକୁ ଲେଖିବାକୁ ମୋଟ 20 ରୁ 25 ବର୍ଷ ନିହାତି ଲାଗିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *