ଧୋନୀ ଓ କୋହଲିଙ୍କୁ ନେଇ ରସିଦ ଖାଁ ଦେଲେ ବଡ଼ ବୟାନ, ସଚିନ ତେନ୍ଦୁଲକରଙ୍କ ଉପରେ ମଧ୍ୟ କହିଲେ ଏହିକଥା,ପଢନ୍ତୁ ପୁରା ଖବର

ଆଫଗାନିସ୍ତାନ ଷ୍ଟାର ବୋଲର ରସିଦ ଖାଁ ନିଜର ଫିରକି ସ୍ପିନ ବୋଲିଂ ଦ୍ୱାରା ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ହଟହଟା କରିଦେଇଛନ୍ତି। ରସିଦ ଖାଁଙ୍କ ବୋଲିଂକୁ ପଢିବା ଯେକୌଣସି ବ୍ୟାଟ୍ସମ୍ୟାନ ଙ୍କ ପ୍ରତି ଏକ ଚ୍ୟାଲେଞ୍ଜ ହୋଇଥାଏ। ସେ ଆଫଗାନିସ୍ତାନର ନମ୍ବର୍ 1 ବୋଲର ମାନଙ୍କ ମଧ୍ୟରୁ ଏକ ଅଟନ୍ତି। ତାଙ୍କର ଜଳବା ଇଣ୍ଡିଆନ ପ୍ରିମିୟର ଲିଗରେ ମଧ୍ୟ ଦେଖିବାକୁ ମିଳିଛି।

ସେ ସନରଇଜର୍ସ ହାଇଦ୍ରାବାଦ ଦଳର ଅଂଶ ଅଟନ୍ତି। ରସିଦ ଆଇପିଏଲ ବହୁତ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ଙ୍କୁ ପାଭିଲିୟନ ପଠାଇ ଦେଇଛନ୍ତି। ସେ ଆଇପିଏଲ ରେ 69 ମ୍ୟାଚରୁ 85 ଉଇକେଟ ନେଇଛନ୍ତି। ରସିଦ ସର୍ବପ୍ରଥମେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ଆରସିବି ଅଧିନାୟକ ବିରାଟ କୋହଲି ଓ ଏବି ଡିଭିଲିୟର୍ସଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଆଉଟ କରିଦେଇଛନ୍ତି।

ରସିଦ ଖାଁ କହିଥିଲେ କି ସେ ଏହି ତିନିଜଣଙ୍କୁ ବୋଲିଂ କରିଛନ୍ତି। ଉଇକେଟ ନେବା ଠିକ ଅଟେ କେବେକେବେ ଆପଣ ବ୍ୟାଟ୍ସମ୍ୟାନଙ୍କୁ କ୍ୟାଚ ଆଉଟ ମଧ୍ୟ କରାଇଥାନ୍ତି ଓ କେବେକେବେ ଏଲବିଡ଼ବ୍ଲ୍ୟୁ ମଧ୍ୟ ଆଉଟ କରାଇଥିଲେ। ଏହି ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା ଏକ ବହୁତ ବଡ଼ ଉପଲବ୍ଧି ଅଟେ। କାରଣ ଏକ ସ୍ପିନର ଭାବରେ ସେହି ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା ଏକ ବଡ଼ କଥା ଅଟେ। ସେହି ଉଇକେଟ ମୋ ମନରେ ସର୍ବଦା ରହିବ।

ସଚିନଙ୍କୁ ବୋଲିଂ କରିବା ଆମ ସ୍ୱପ୍ନ :-

ରସିଦ ଖାଁ କହିଥିଲେ, ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ବୋଲିଂ କରିବା ତାଙ୍କର ଏକ ସ୍ୱପ୍ନ ରହିଛି। ମୁଁ ତାଙ୍କୁ ଏଥିପାଇଁ ବୋଲିଂ କରିବାକୁ ଚାହେଁ କାରଣ ସେ ଲେଗ ସ୍ପିନ ବୋଲିଂରେ ବହୁତ ଭଲ ବ୍ୟାଟ୍ସମ୍ୟାନ ଜଣେ ଅଟନ୍ତି। ତାଙ୍କୁ ଆଉଟ କରିବାରୁ ଅଧିକ ତାଙ୍କୁ ବୋଲିଂ କରିବାକୁ ମୋତେ ବହୁତ ପସନ୍ଦ। ତାଙ୍କୁ ଆଉଟ କରିବା ଅଲଗା କଥା ଅଟେ। ତାଙ୍କୁ ବୋଲିଂ କରିବା ମଧ୍ୟ ମୋର ସ୍ୱପ୍ନ ଅଟେ।

22 ବର୍ଷୀୟ ଏହି ସ୍ପିନ ବୋଲର କହିଥିଲେ କି ବୋଲର ଭାବରେ ଆପଣଙ୍କୁ ଅନୁଭବ ଥାଏ କି କେଉଁ ବ୍ୟାଟ୍ସମ୍ୟାନଙ୍କୁ କିଭଳି ବୋଲିଂ କରିବା ଆବଶ୍ୟକ। କାରଣ ପ୍ରତ୍ୟେକ ଖେଳିବାର ଭିନ୍ନ ଶୈଳୀ ରହିଥାଏ। ପ୍ରତ୍ୟେକ ବ୍ୟାଟ୍ସମ୍ୟାନ ମୋ ଲେଗ ସ୍ପିନକୁ ଭିନ୍ନ ଭାବରେ ଖେଳିଥାଏ। ଏଥିପାଇଁ ମୋତେ ବାସ୍ତବରେ ଅଧ୍ୟୟନର ଆବଶ୍ୟକତା ଏହା ରହିବ କି ତାଙ୍କୁ କୋଉଠି ଓ କେମିତି ବୋଲିଂ କରିବା ଆବଶ୍ୟକ। ଏହାପରେ ମଧ୍ୟ ତାଙ୍କୁ ବୋଲିଂ କରିବା ବହୁତ ଖୁସିର କଥା ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *