ଆଜିକାଲି ଚାକିରୀ କରୁଥିବା ଲୋକମାନଙ୍କୁ ବହୁତ ସାହାଯ୍ୟ କରୁଛି ଏହି ଆପ୍ଲିକେସନ, ମିଳିଥାଏ ସାଲାରୀ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା,ଜାଣନ୍ତୁ ସେ ଆପ୍ଲିକେସନ ବିଷୟରେ

ଚାକିରୀ କରୁଥିବା ଲୋକମାନେ ତ ନିଶ୍ଚିତ ଭାବରେ ଉମଙ୍ଗ ଆପ ବିଷୟରେ ଜାଣିଥିବେ | ଏହି ଆପ ସାହାଯ୍ୟରେ ଆପଣ ସହଜରେ ନିଜର ପିଏଫ ଆକାଉଣ୍ଟର ବାଲାନ୍ସକୁ ଦେଖିପାରିବେ | ଏହାବ୍ୟତୀତ ଆହୁରି ଅନେକଗୁଡ଼ିଏ ସୁବିଧା ଆପଣଙ୍କୁ ଏହି ଆପ ମାଧ୍ୟମରେ ମିଳିଥାଏ | ପିଏଫ ଆକାଉଣ୍ଟଧାରୀମାନେ ଉମଙ୍ଗ ଆପ୍ଲିକେସନ ମାଧ୍ୟମରେ ନିଜର କାମ ସମାଧାନ କରିପାରିବେ | ଏହି ଆପ୍ଲିକେସନର ବିଶେଷ କଥା ହେଉଛି ଯେ ଏହା ୟୁଜର ଫ୍ରେନ୍ଡଲି ଅଟେ | ପରିବେଶ ଦିବସ ଦିନ ଡିଜିଟାଲ ଇଣ୍ଡିଆ ଟ୍ୱିଟ କରି କାଗଜର ବ୍ୟବହାର କମ କରିବାକୁ ପରାମର୍ଶ ଦେଇଛି |

ଉମଙ୍ଗ ମୋବାଇଲ ଆପକୁ ଡିଜିଟାଲ ଇଣ୍ଡିଆ ଅଧୀନରେ ଭାରତରେ ଇ-ଶାସନ ଚଳାଇବା ପାଇଁ ଡିଜାଇନ କରାଯାଇଛି | ଉମଙ୍ଗ ଆପକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ଜାତୀୟ ଇ-ଗଭର୍ନାନ୍ସ ଡିଭିଜନ(NeGD) ଦ୍ୱାରା ବିକଶିତ କରାଯାଇଛି |

ଉମଙ୍ଗ କାରଣରୁ ପେପର ଲେସ :-

ଡିଜିଟାଲ ଇଣ୍ଡିଆ ଟ୍ୱିଟ କରି ଲେଖିଛି – ଏହି WorldEnvironmentDay ରେ ଆସନ୍ତୁ ଆମେ କାଗଜର ବ୍ୟବହାରକୁ କମ କରିବା ଏବଂ ପରିବେଶକୁ ବଞ୍ଚାଇବା ପାଇଁ ସଂକଳ୍ପ ନେବା | ଟଙ୍କା ବାହାର କରିବା ଏବଂ EPFO ​​ସମ୍ବନ୍ଧୀୟ ସେବାଗୁଡିକ ବର୍ତ୍ତମାନ ପେପର ଲେସ ଅଟେ | ଏହା ଉମଙ୍ଗ ଆପ ସାହାଯ୍ୟରେ ସମ୍ଭବ ଅଟେ |

୬.୫ କୋଟିରୁ ଅଧିକ ଲୋକ ପ୍ରାଇଭେଟ ସେକ୍ଟରରେ ଜବ କରୁଥିବା ଲୋକମାନେ ଏହି ଆପ ସାହାଯ୍ୟରେ ନିଜର PF ଆକାଉଣ୍ଟ ସହିତ ଜଡିତ ସବୁ କାମ କରିପାରିବେ |

କେଉଁ ସୁବିଧା ମିଳିଥାଏ :-

୧. ଆପଣ ନିଜର ପିଏଏଫ ବାଲାନ୍ସ ଏବଂ ପାସବୁକ ଚେକ କରିପାରିବେ |

୨. ଏଥିରେ ଆପଣଙ୍କୁ EPFO ଅଫିସର ଆଡ୍ରେସ ମଧ୍ୟ ମିଳିଯିବ |

୩. ଜୀବନ ପ୍ରମାଣପତ୍ର ପାଇଁ ମଧ୍ୟ ଏହି ଆପ ସାହାଯ୍ୟରେ ଆବେଦନ କରିପାରିବେ |

୪. ଚାକିରୀ ଆରମ୍ଭ କରିବା ପୂର୍ବରୁ ଆପଣ UAN ନମ୍ବର ପାଇଁ ଆବେଦନ କରିପାରିବେ |

ଏହା ବ୍ୟତୀତ ଆପଣ ଉମଙ୍ଗ ଆପ ଦ୍ୱାରା 10C ଫର୍ମ, ପାସବୁକ, କ୍ଲେମ ରେଜ, ଟ୍ରାକ୍ କ୍ଲେମ, UAN ଆକ୍ଟିଭେସନ୍, UAN ଆବଣ୍ଟନ କାମ କରିପାରିବେ | ଆପଣ ଏହି ଆପ୍ଲିକେସନ ମାଧ୍ୟମରେ ଆଧାର ସିଡ଼ିଙ୍ଗ ମଧ୍ୟ କରିପାରିବେ |

କିପରି କରିବେ ଲଗଇନ :-

୧. ଆପଣ ସର୍ବପ୍ରଥମେ ଉମଙ୍ଗ ଆପ୍ଲିକେସନ ଡାଉନଲୋଡ କରନ୍ତୁ | ଏହା ପରେ ଆପ୍ଲିକେସନ ଲଗଇନ କରନ୍ତୁ |

୨. ଆପଣଙ୍କୁ EPFO ​​ର ବିକଳ୍ପ ଦେଖାଯିବ, ତା’ଉପରେ କ୍ଲିକ୍ କରନ୍ତୁ |

୩. ବର୍ତ୍ତମାନ ଆପଣଙ୍କୁ ଅନେକ ପ୍ରକାରର ବିକଳ୍ପ ଦେଖାଯିବ, ଯେଉଁଥିରେ ଆପଣ ସହଜରେ କାମ କରିପାରିବେ |

୪. ବିଶେଷ କଥା ହେଉଛି ଆପଣ OTP ମାଧ୍ୟମରେ ଏହାକୁ ଦୁଇ ମିନିଟରେ ଲଗଇନ ମଧ୍ୟ କରିପାରିବେ |

କିପରି ଚେକ କରିବେ ପିଏଫ ବାଲାନ୍ସ :-

୧. ଆପରେ EPFO ସେକ୍ସନକୁ ଆସି ଆପଣଙ୍କୁ ‘ଭ୍ୟୁ ପାସବୁକ୍’ ଉପରେ କ୍ଲିକ୍ କରିବାକୁ ପଡିବ |

୨. ଏହା ପରେ ଆପଣଙ୍କର UAN ନମ୍ବର ଦିଅନ୍ତୁ |

୩. ଏହା ପରେ ‘Get OTP Option’ ଉପରେ OTP ଉପରେ କ୍ଲିକ କରନ୍ତୁ |

୪. ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରରେ OTP ଆସିବ, ଯାହାକୁ ଆପଣଙ୍କୁ ଦିଆଯାଇଥିବା ଜାଗା ଉପରେ ଲେଖିବାକୁ ପଡିବ |

୫. ଏହାପରେ EPF ବାଲାନ୍ସ ଚେକ କରିବାପାଇଁ ଲଗଇନ ଉପରେ କ୍ଲିକ କରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.