ମୈଦାନ ବାହାରକୁ ଛକା ମାରୁଥିବା ଏହି ଖେଳାଳି ନିଜର ଜାତୀୟ କ୍ରିକେଟ ଦଳରେ ସ୍ଥାନ ପାଇବାପାଇଁ କମାଇଲେ 30 କିଲୋ ଓଜନ,ଦେଖନ୍ତୁ ଭିଡିଓ

ସାରା ଦୁନିଆରେ କ୍ରିକେଟ ପ୍ରତିଭା ସାମ୍ନାକୁ ଆସିଛି । ଗୋଟିଏ ପରେ ଗୋଟିଏ ତୁଫାନି ବ୍ୟାଟ୍ସମ୍ୟାନ ଓ ବୋଲର ନିଜର ପରଫରମାନ୍ସ କାରଣରୁ କ୍ରିକେଟପ୍ରେମୀଙ୍କୁ ଚକିତ କରୁଛନ୍ତି । ଏମିତି ହିଁ ଏକ ବ୍ୟାଟ୍ସମ୍ୟାନ ଅଛନ୍ତି ପାକିସ୍ତାନର 22 ବର୍ଷୀୟ ଖେଳାଳି ଆଜମ ଖାଁ । ସେ ବ୍ୟାଟିଂ କରିବାକୁ ଆସିଲେ ବୋଲର ଭୟଭୀତ ହୋଇଯାଇଥାଏ । ଯେତେବେଳେ ସେ ଛକା ମାରିଥାଏ ଷ୍ଟାଡିୟମ ବାହାରକୁ ହିଁ ଯାଇଥାଏ । ଆଜମ ଖାଁଙ୍କର ଏହିଭଳି ବ୍ୟାଟିଂ ପ୍ରଦର୍ଶନ ପାଇଁ ପାକିସ୍ତାନ ବୋର୍ଡ ତାଙ୍କୁ ଶେଷରେ ଫଳ ଦେଇଛି ।

ଆଜମ ଖାଁଙ୍କୁ ପ୍ରଥମ ଥର ଭାବରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳରେ ସାମିଲ କରାଯାଇଛି । ଖାଆସ କଥା ଏହା ହେଉଛି କି, ଏହି ଖେଳାଳି ନିଜର ନାଶନାଲ ଦଳରେ ସ୍ଥାନ ପାଇବାପାଇଁ ନିଜର 30 କିଲୋ ଓଜନ କମାଇସାରିଛନ୍ତି । ପୂର୍ବ କ୍ରିକେଟର ମୋଇନ ଖାନଙ୍କ ପୁଅ ଆଜମ ଖାଁଙ୍କ ଦଳରେ ଚୟନ ହେବାକୁ ନେଇ ତାଙ୍କୁ ଓଜନ କମ କରିବାକୁ କୁହାଯାଇଥିଲା । 22 ବର୍ଷୀୟ ଖାଁ ଚୟନକର୍ତାଙ୍କ ନଜରରେ ଥିଲେ । ତାଙ୍କୁ ଏହାପରେ ନିଜର 30 କିଲୋ ଓଜନ କମ କରିବାକୁ କୁହାଯାଇଥିଲା । ସେ ପରିଶ୍ରମ କରିଥିଲେ ଏବଂ ବର୍ତ୍ତମାନ ସେ t-20 ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି।

ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ହାରିସ ସୋହେଲ ଙ୍କୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ,ପକିସ୍ତାନର ଦିନିକିଆ ଗସ୍ତରେ ସାମିଲ କରାଯାଇଥିବା ବେଳେ, ଇମାଦ ୱାସିମଙ୍କୁ ପାକିସ୍ତାନ t-20 ଦଳରେ ଚୟନ କରାଯାଇଥିଲା । ଚୟନକର୍ତା କହିଥିଲେ, ଅନକ୍ୟାପ ଖେଳାଳି ଆଜମ ଖାଁଙ୍କୁ t-20 ଦଳରେ ସାମିଲ କରାଯାଇଥିଲା ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ପାଇଁ ପିସିବି ଲେଗ ସ୍ପିନର ଜାହିଦ ମାସୁ, ଲେଫ୍ଟ ଆର୍ମ ସ୍ପିନର ନୌମାନ ଅଲ୍ଲୀ ଓ ଅଫ ସ୍ପିନର ସାଜିଦ ଖାଁଙ୍କୁ ଦଳରେ ନେଇଛନ୍ତି । ଲେଗ ସ୍ପିନର ୟାସିର ଶାହଙ୍କ ଦଳରେ ସାମିଲ ହେବା ତାଙ୍କ ଫିଟାନେସ ଉପରେ ସମ୍ପୂର୍ଣ୍ଣ ଡ଼ିପେଣ୍ଡ କରିଥାଏ । ପାକିସ୍ତାନକୁ ଜୁଲାଇ 8 ତାରିଖରୁ ଇଂଲଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ଓ t-20 ମ୍ୟାଚର ସିରିଜ ଖେଳିବାକୁ ଯାଉଛି । ଏହାପରେ ତାଙ୍କୁ ଇଣ୍ଡିଜ ବିପକ୍ଷରେ ପାଞ୍ଚ t-20 ଓ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଖେଳିବ ।

ODI: ବାବର ଆଜାମ (କ୍ୟାପ୍ଟ), ଶାଦବ ଖାନ (ଉପ-ଅଧିନାୟକ), ଅବଦୁଲ୍ଲା ଶାଫିକ୍, ଫହିମ ଆଶ୍ରାଫ, ଫଖର ଜମାନ, ହାଇଦର ଅଲି, ହାରିସ ଛାତ, ହାରିସ ସୋହେଲ, ହାସନ ଅଲି, ଇମାମ-ଉଲ-ହକ, ମହମ୍ମଦ ହସନେନ, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ୍ (wk), ସଲମାନ ଅଲି ଆଗା, ସରଫରାଜ ଅହମ୍ମଦ (wk), ସାଉଦ ଶକିଲ, ଶାହିନ୍ ଆଫ୍ରିଦି ଏବଂ ଉସମାନ କାଦିର।

ଟି -20: ବାବର ଆଜାମ (କ୍ୟାପଟେନ), ଶାଦବ ଖାନ (ଉପ-କ୍ୟାପଟେନ), ଅର୍ଶଦ ଇକବାଲ, ଆଜମ ଖାନ, ଫହିମ ଆଶ୍ରାଫ, ଫଖର ଜମାନ, ହାୟଦାର ଅଲି, ହାରିସ ଛାତ, ହାସନ ଅଲି, ଇମାଦ ୱାସିମ, ମହମ୍ମଦ ହାଫିଜ, ମହମ୍ମଦ ହାସନେ, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ୍ (ୱିକେଟ୍ କିପର), ମହମ୍ମଦ ୱାସିମ୍ ଜ୍ର।, ସରଫରାଜ ଅହମ୍ମଦ (ଡବ୍ଲୁ.କେ), ଶାହିନ୍ ଆଫ୍ରିଦି, ଶାର୍ଜିଲ ଖାନ ଏବଂ ଉସମାନ କାଦିର।

ପରୀକ୍ଷା: ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (ଉପ-ଅଧିନାୟକ), ଅବଦୁଲ୍ଲା ଶାଫିକ୍, ଆବିଦ୍ ଅଲି, ଅଜହର ଅଲି, ଫହିମ ଆଶ୍ରଫ, ଫୱାଦ ଆଲାମ, ହାରିସ ଛାତ, ହାସନ ଅଲି, ଇମ୍ରାନ ବଟ, ମହମ୍ମଦ ଅବ୍ବାସ, ମହମ୍ମଦ ନୱାଜ, ନାସିମ ଶାହା, ନୋମାନ ଅଲି ସାଜିଦ ଖାନ, ସରଫରାଜ ଅହମ୍ମଦ (wk), ସାଉଡି ଶାକିଲ, ଶାହିନ ଆଫ୍ରିଦି, ଶାହନାୱାଜ ଡାହାନି, ୟାସିର ଶାହା (ଫିଟନେସ ଉପରେ ନିର୍ଭର କରେ) ଏବଂ ଜାହିଦ ମହମୁଦ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *