କେନ୍ଦ୍ର ସରକାରଙ୍କ ଏହି ଯୋଜନା ଜିତିଲା ଲୋକମାନଙ୍କ ହୃଦୟ । ମାସକୁ ଆପଣଙ୍କୁ ମିଳିବ ୫୦୦୦ ଟଙ୍କା ପେନସନ, ଦିନକୁ ମାତ୍ର ଦେବାକୁ ପଡ଼ିବ ୭ ଟଙ୍କା,ଜାଣନ୍ତୁ ୟା ଉପରେ ସମ୍ପୂର୍ଣ୍ଣ ସୂଚନା

ପ୍ରତ୍ୟେକ ବ୍ୟକ୍ତି ନିଜର ବୃଦ୍ଧ ସମୟରେ ଆର୍ଥିକ ଟଙ୍କାକୁ ଭଲ ଭାବରେ ବନାଇ ରଖିବାକୁ ଚାହିଁଥାଏ । କାରଣ ବୃଦ୍ଧ ହେବା ସମୟରେ କୌଣସି ଯେମିତି ସମସ୍ୟା ନଆସେ । ଆଧୁନିକ ଯୁଗରେ ଲୋକ ନିଜର ଟଙ୍କାକୁ ଏମିତି ଜାଗାରେ ସୁରକ୍ଷିତ ରଖିବାକୁ ଚାହିଁଥାନ୍ତି ଯେଉଁଥିରେ ତାଙ୍କର ଟଙ୍କା ସୁରକ୍ଷିତ ରହିବା ସହ ଭଲ ରିଟର୍ଣ୍ଣ ଦେଇଥାଏ ।

ଯଦି ଆପଣ ଏମିତି ଜାଗାରେ ନିଜର ଟଙ୍କା ଲଗାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ। କାରଣ କେନ୍ଦ୍ର ସରକାର ଅଟଳ ପେନସନ ଯୋଜନା ଆରମ୍ଭ କରିଛନ୍ତି । ଅଟଳ ପେନସନ ଯୋଜନାରେ ନିବେଶ କରିବାପରେ ଆପଣଙ୍କୁ ମାସକୁ ମାସ ପେନସନ ମିଳିବ । କିନ୍ତୁ ଏଥିପାଇଁ କିଛି ସର୍ତ୍ତ ପାଳନ କରିବାକୁ ହେବ ।

ଏହି ଯୋଜନାରେ 18-40 ବର୍ଷ ମଧ୍ୟରେ କୌଣସି ବି ଭାରତୀୟ ନାଗରିକ ନିବେଶ କରି ପେନସନ ର ଫାଇଦା ନେଇପାରେ । କେବଳ ତାଙ୍କ ପାଖରେ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଆକାଉଣ୍ଟ ରହିଥିବା ଆବଶ୍ୟକ ।

ଜାଣନ୍ତୁ କେତେ ବର୍ଷ ପରେ ମିଳିବ ପେନସନ :-

ଅଟଳ ପେନସନ ଯୋଜନାରେ 60 ବର୍ଷ ପରେ ଜମାକର୍ତା ମାନଙ୍କୁ ପେନସନ ମିଳିବା ଆରମ୍ଭ ହୋଇଯାଇଥାଏ । APY ରେ ନିବେଶ କରିବା ଆପଣଙ୍କ ବୟସ ଉପରେ ନିର୍ଭର କରିଥାଏ । ଏହି ଯୋଜନା ଅନ୍ତର୍ଗତ ଅତି କମରେ 1000,2000, 3000,4000 କିମ୍ବା 5000 ଆପଣ ମାସକୁ ପେନସନ ପାଇବେ ।

ଯେତେ ଜଲଦି ଆପଣ ଅଟଳ ପେନସନ ସହିତ ଜଡ଼ିତ ହେବେ ସେତେ ଅଧିକା ଆପଣଙ୍କୁ ଏଥିରେ ରିଟର୍ଣ୍ଣ ମିଳିବ । ଯଦି କୌଣସି ବ୍ୟକ୍ତି 18 ବର୍ଷ ବୟସରୁ ପେନସନ ଯୋଜନାରେ ରହୁଛନ୍ତି ତାହେଲେ ତାଙ୍କୁ 60 ବର୍ଷ ବୟସ ହେବାପରେ ମାସକୁ 5000 ଟଙ୍କା ମିଳିବ । ପେନସନ ପାଇଁ ଆପଣଙ୍କୁ ପ୍ରତିମାସରେ 210 ଟଙ୍କା ଦେବାକୁ ହେବ ।

ପ୍ରତିଦିନ ଆପଣ 7 ଟଙ୍କା ଜମାକରି ମାସିକ 5000 ଟଙ୍କା ପେନସନ ପାଇପାରିବେ । ପ୍ରତିମାସ 1000 ଟଙ୍କା ପେନସନ ପାଇବାପାଇଁ ଆପଣଙ୍କୁ ପ୍ରତିମାସ କେବଳ 42 ଟଙ୍କା ଦେବାକୁ ହେବ ।

ଅଟଳ ପେନସନ ଯୋଜନାରେ ନିବେଶ କରୁଥିବା ଲୋକଙ୍କୁ ଇଙ୍କମ ଟ୍ୟାକ୍ସ ଆକ୍ଟ 80ସି ଅନ୍ତର୍ଗତ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ଫାଇଦା ମିଳିବ । ଏହାବ୍ୟତୀତ ସ୍ପେଶାଲ ମାମଲାରେ 50,000 ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଟ୍ୟାକ୍ସ ବେନିଫିଟ ମିଳିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *