ଘର ଅଗଣାରେ ଖେଳୁଥିଲା ୪ ବର୍ଷର ନିରୀହ ଝିଅ, ହଠାତ୍ ଚିତାବାଘ ଉଠାଇ ନେଇଗଲା,ଆଉ ତା ପରେ..ଜାଣନ୍ତୁ ପୁରା ଘଟଣା

ପିଲାମାନେ ବହୁତ ସରଳ ଏବଂ ନିରୀହ ହୋଇଥାନ୍ତି | ସେମାନଙ୍କ ମଧ୍ୟରେ ଜିଜ୍ଞାସା ମଧ୍ୟ ବହୁତ ରହିଥାଏ | ତା ଉପରେ ପୁଣି ସେମାନେ ଚଞ୍ଚଳ ମଧ୍ୟ ହୋଇଥାନ୍ତି | ଏପରି ପରିସ୍ଥିତିରେ ବାପାମାଙ୍କୁ ସେମାନଙ୍କର ଅଧିକ ଧ୍ୟାନ ରଖିବାକୁ ପଡିଥାଏ | ପିଲାମାନଙ୍କ ଉପରେ ସର୍ବଦା ନଜର ରଖିବା ଜରୁରୀ ହୋଇଥାଏ | ଗୋଟିଏ ଛୋଟ ଭୁଲ ପାଇଁ ଅନେକଥର ଭାରି ପଡ଼ିଯାଏ | ଅନେକଥର ସମସ୍ୟା ଏପରି ଆସିଯାଏ ଯେ ଆପଣ ଘରେ ଥିଲେ ମଧ୍ୟ ଆପଣଙ୍କର କ୍ଷତି ହୋଇଯାଏ | ବର୍ତ୍ତମାନ କାଶ୍ମୀରର ବଡଗାମ ଜିଲ୍ଲାର ଏହି ଘଟଣାକୁ ହିଁ ନିଅନ୍ତୁ |

ଏଠାରେ ଓମ୍ପୋରା ଅଞ୍ଚଳରେ ଜଣେ ୪ ବର୍ଷର ଝିଅ ନିଜ ଘରର ଅଗଣାରେ ଖେଳୁଥିଲା | କିଛି ସମୟ ପରେ ସେ ଅଚାନକ ଅଦୃଶ୍ୟ ହୋଇଗଲା | ଝିଅଟି ଯେଉଁଠାରେ ଖେଳୁଥିଲା ସେଠାରେ ରକ୍ତ ଚିହ୍ନ ଥିଲା | ଏଭଳି ପରିସ୍ଥିତିରେ ଲୋକମାନେ ଭୟ କରୁଥିଲେ ଯେ ଝିଅଟିକୁ ଚିତାବାଘ ଉଠାଇ ନେଇ ଯାଇଥିବ | ବାସ୍ତବରେ, ସ୍ଥାନୀୟ ଲୋକମାନେ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ଚିତାବାଘ ବୁଲୁଥିବାର ଦେଖିଥିଲେ | ତେଣୁ ସେମାନେ ଭାବିଲେ ଯେ ଚିତାବାଘ ଝିଅକୁ ନିଜ ସହ ନେଇଯାଇଛି |

ଖୁବ ଶୀଘ୍ର ନିଖୋଜ ଝିଅର ସୂଚନା ପୋ-ଲି-ସ-କୁ ଦିଆଯାଇଥିଲା | ଏହା ପରେ ପୋ-ଲି-ସ, ବନ୍ୟଜନ୍ତୁ ଦଳ ଏବଂ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ | ଝିଅଟିର ନାମ ଅଧା ଶକିଲ ବୋଲି କୁହାଯାଉଛି | ସେ ଶକିଲ ଅହମ୍ମଦଙ୍କ ଝିଅ ଅଟେ | ଝିଅ ନିଖୋଜ ହେବା ପରେ ଲୋକମାନେ ତାଙ୍କୁ ସୋସିଆଲ ମିଡିଆରେ ଖୋଜିବା ପାଇଁ ମଧ୍ୟ ପ୍ରଚାର କରିଥିଲେ | ମୁସକାନ ମମତାଜ ନାମକ ଜଣେ ମହିଳା ଟ୍ୱିଟରରେ ତାଙ୍କ ଭାଣିଜୀ ଅଧା ଶକିଲ ନିଖୋଜ ଥିବା ଦର୍ଶାଇ ସାହାଯ୍ୟ ମାଗିଥିଲେ |

ପୋ-ଲି-ସ, ବନ୍ୟପ୍ରାଣୀ ଦଳ ଏବଂ ସେନା ସମସ୍ତେ ଝିଅଟିକୁ ଖୋଜିବାରେ ଲାଗିଥିଲେ | ତା’ପରେ ସେମାନେ ଯାହା ଜାଣିଲେ, ସେମାନଙ୍କର ହୋସ ଉଡ଼ିଗଲା | ତାଙ୍କର ସନ୍ଦେହ ସତ ହୋଇଗଲା | ଝିଅଟିକୁ ଚିତାବାଘ ହିଁ ଉଠାଇ ନେଇ ଯାଇଥିଲା | ସେମାନଙ୍କୁ ଶୁକ୍ରବାର ସକାଳେ ଝିଅଟିର କିଛି ବଡି ପାର୍ଟ ମିଳିଲା | ଝିଅଟିର ମୃ-ତ-ଦେ-ହ ନିକଟସ୍ଥ ଏକ ନର୍ସରୀରୁ ମିଳିଥିଲା | ସେଠାରେ ଥିବା ଦୃଶ୍ୟ ଦେଖି ପୋ-ଲି-ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା | ପରେ ଝିଅଟିର ମୃ-ତ-ଦେ-ହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା | ୪ ବର୍ଷର ଝିଅର ମୃ-ତ୍ୟୁ କାରଣରୁ ସାରା ପରିବାର ଶୋକ ପ୍ରକାଶ କରିଛନ୍ତି | କେହି ବି ବିଶ୍ୱାସ କରିପାରିଲେ ନାହିଁ ଯେ ତାଙ୍କ ଛୋଟ ଝିଅ ବର୍ତ୍ତମାନ ଆଉ ଦୁନିଆରେ ନାହିଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *