ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ କାର୍ଯ୍ୟନୁଷ୍ଠାନ,ଫେସବୁକ୍ କଲା ୨ ବର୍ଷ ପାଇଁ ବ୍ୟାନ,ଜାଣନ୍ତୁ କାହିଁକି ?

ଆମେରିକା ସଂସଦ ରେ ଦଙ୍ଗା ପାଇଁ ଉସୁକେଇବାରୁ ଫେସ୍ ବୁକ୍ କଲା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଙ୍କୁ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ। ଫେସ୍ ବୁକ୍ ଟ୍ରମ୍ପ ଙ୍କ ଆକାଉଣ୍ଟ୍ କୁ ଅତି କମ୍ ରେ ୨ ବର୍ଷ ପାଇଁ ସସପେଣ୍ଡ କଲା। ୬ ଜାନୁୟାରୀ ୨୦୨୧ ରେ ଫେସ୍ ବୁକ୍ U S capitol ରେ ଘଟିଥିବା ଘଟଣା ପାଇଁ ଟ୍ରମ୍ପ ଆକାଉଣ୍ଟ୍ କୁ ସସପେଣ୍ଡ୍ କରିବା ପାଇଁ ନିଷ୍ପତି ନେଇଥିଲା। ପ୍ରଥମ ଥର ପାଇଁ ଫେସ୍ ବୁକ୍ କୋୖଣସି ପ୍ରଧାନ ମନ୍ତ୍ରୀ ବା ରାଷ୍ଟ୍ରପତି ଙ୍କ ଆକାଉଣ୍ଟ ବ୍ୟାନ୍ କରିବ।

୭ ଜାନୁଆରୀ ୨୦୨୧ ରେ ପ୍ରଥମ ଥର ପାଇଁ ଫେସବୁକ୍ ଟ୍ରମ୍ପ ଙ୍କ ଆକାଉଣ୍ଟ୍ କୁ ଦୁଇ ବର୍ଷ ପାଇଁ ରୋକ ଲଗେଇଥିଲା। ତାଙ୍କ ଶାସନ କାଳରେ ଫେସବୁକ୍ ତରଫରୁ ନିଆ ଯାଇଥିଲା ସବୁଠୁ କଠିନ ନିଷ୍ପତି। କିଛି ସପ୍ତାହ ପରେ କମ୍ପାନୀ ଏହି ନିଷ୍ପତି କୁ ୱେବ୍ ସାଇଟ୍ ବୋର୍ଡ ଙ୍କୁ ପ୍ରେରିତ କରାଯାଇଥିଲା। କମ୍ପାନୀ କହିଥିଲା ଯେ ଟ୍ରମ୍ପ ଦଙ୍ଗା କରୁଥିବା ଲୋକ ଙ୍କୁ ପ୍ରଶଂସା କରିବା ଏବଂ ସେମାନଙ୍କୁ ସଚ଼ା ଦେଶ ଭକ୍ତ କହିବା ଏହା ଫେସବୁକ୍ ନିୟମ ବିରୁଦ୍ଧରେ ଥିଲା ।

ଫେସବୁକ୍ ର ପର୍ଯ୍ୟବେକ୍ଷଣ ବୋର୍ଡ଼ ପୂର୍ବ ମାସ ମଧ୍ୟ ଟ୍ରମ୍ପ ଙ୍କ ଆକାଉଣ୍ଟ କୁ ସସପେଣ୍ତ ରଖିଥିଲା। ଏହାପରେ ମଧ୍ୟ ବୋର୍ଡ଼ ଟ୍ରମ୍ପ ଙ୍କ ଉପରେ ଉଚିତ୍ ଜୋରିମାନା ଲଗେଇବାରେ ବିଫଳ ହୋଇଥିଲା। ଟ୍ରମ୍ପ ଙ୍କ ଆକାଉଣ୍ଟ ସସପେଣ୍ଡ୍ କଲା ସମୟରେ ଫେସବୁକ୍ ର ମୁଖ୍ୟ ଅଧିକାରୀ ଜୁକରବର୍ଗ ଏକ ପୋଷ୍ଟ କରିଥିଲେ ଯେ ଏହି ସମୟରେ ରାଷ୍ଟ୍ରପତିଙ୍କୁ ଆମର ସେବା ବ୍ୟବହାର କରିବାକୁ ଅନୁମତି ଦେବା ବଡ଼ ବିପଦ ଅଟେ।

ଏହା ପରେ କମ୍ପାନୀ ଏହି ମାମଲାକୁ ନିଜର ଏକ ବୋର୍ଡ଼ କୁ ହସ୍ତଗସ୍ଥ କରିଦେଇଥିଲା। ଏହି ବୋର୍ଡ଼ ରେ ଓକିଲ, ମାନବ ଅଧିକାରୀ କାର୍ଯ୍ୟକର୍ତ୍ତା ଏବଂ ଏକାଡେମୀକ୍ ସାମିଲ ହୋଇଥିଲେ। ଯାହାଙ୍କୁ ଏହି ନିଷ୍ପତି ନେବାକୁ ଥିଲାଯେ ଟ୍ରମ୍ପ ଙ୍କ ଉପରେ ଲଗା ଯାଇଥିବା ବ୍ୟାନ ଏହାକୁ ହଟାଇ ଦିଆଯିବ ନା ଆଗକୁ ଲାଗି ରହିବ। ବୋର୍ଡ଼ କହିଥିଲା ଯେ, ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଲଗା ଯାଇଥିବା ନିଲମ୍ବନ ଅନିଶ୍ଚିତ ଏବଂ ଲଗା ଯାଇଥିବା ଜୋରିମାନା ଉଚିତ୍ ନୁହେଁ।

ବୋର୍ଡ଼ କହିଲା ଯେ ଫେସବୁକ୍ ପାଖରେ ଲଗା ଯାଇଥିବା ମନଇଚ୍ଛା ଜୋରିମାନା ଉପରେ ପୁଣି ଥରେ ଯାଞ୍ଚ୍ କରାଯାଉ। ଜୋରିମାନା ଧାର୍ଯ୍ୟ କରିବା ପାଇଁ ଛ ମାସ ସମୟ ଅଛି, ଏହି ଜୋରିମାନ ଉଲଂଘନ ହୋଇଥିବା ଗମ୍ଭୀରତା ଓ ଘଟି ଥିବା କ୍ଷତି କୁ ନେଇକି ଧାର୍ଯ୍ୟ କରାଯାଉ। ଯାହା ପରେ କମ୍ପାନୀ ଦୁଇ ବର୍ଷ ପାଇଁ ଆକାଉଣ୍ଟ୍ ସାସପେଣ୍ଡ କରିଛି ବୋଲି ଘୋଷଣା କଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *