ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୦୦୨ ଜଣ ସଂକ୍ରମିତ ଚିହ୍ନଟ, ୪୨ ଜଣଙ୍କ ଜୀବନ ନେଲା କରୋନା

ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୦୦୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ସମୟରେ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୯୨୧ ଜଣ ଏବଂ ୩୦୮୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଆଉ ୪୨ ଜଣଙ୍କର କରୋନା ଜନିତ ମୃ-ତ୍ୟୁ ଘ-ଟି-ଛି।

ଆଜି ଅନୁଗୁଳ ଜିଲ୍ଲାରୁ ୩୮୮ ଜଣ,ବାଲେଶ୍ଵର ଜିଲ୍ଲାରୁ ୩୩୧ ଜଣ,ବରଗଡ ଜିଲ୍ଲାରୁ ୧୧୭ ଜଣ,ଭଦ୍ରକ ଜିଲ୍ଲାରୁ ୨୬୭ ଜଣ,ବଲାଙ୍ଗୀର ଜିଲ୍ଲାରୁ ୮୯ ଜଣ,ବୌଦ୍ଧ ଜିଲ୍ଲାରୁ ୧୩୪ ଜଣ,କଟକ ଜିଲ୍ଲାରୁ ୭୭୧ ଜଣ,ଦେବଗଡ ଜିଲ୍ଲାରୁ ୬୪ ଜଣ,ଢେଙ୍କାନାଳ ଜିଲ୍ଲାରୁ ୧୦୬ ଜଣ,ଗଜପତି ଜିଲ୍ଲାରୁ ୪୮ ଜଣ,ଗଞ୍ଜାମ ଜିଲ୍ଲାରୁ ୭୪ ଜଣ,ଜଗତସିଂହପୁର ଜିଲ୍ଲାରୁ ୨୩୨ ଜଣ,ଯାଜପୁର ଜିଲ୍ଲାରୁ ୪୮୬ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୯୭ ଜଣ,କଳାହାଣ୍ଡି ଜିଲ୍ଲାରୁ ୧୦୩ ଜଣ,କନ୍ଧମାଳ ଜିଲ୍ଲାରୁ ୦୩ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୮୮ ଜଣ,କେନ୍ଦୁଝର ଜିଲ୍ଲାରୁ ୧୪୮ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୧୧୬୭ ଜଣ,କୋରାପୁଟ ଜିଲ୍ଲାରୁ ୧୫୮ ଜଣ,ମାଲକାନଗିରି ଜିଲ୍ଲାରୁ ୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୩୭୦ ଜଣ,ନବରଙ୍ଗପୁର ଜିଲ୍ଲାରୁ ୧୯୮ ଜଣ,ନୟାଗଡ ଜିଲ୍ଲାରୁ ୧୯୬ ଜଣ,ନୂଆପଡ଼ା ଜିଲ୍ଲାରୁ ୨୮ ଜଣ,ପୁରୀ ଜିଲ୍ଲାରୁ ୩୦୬ ଜଣ,ରାୟଗଡ଼ା ଜିଲ୍ଲାରୁ ୨୨୨ ଜଣ,ସମ୍ବଲପୁର ଜିଲ୍ଲାରୁ ୧୦୭ ଜଣ,ସୋନପୁର ଜିଲ୍ଲାରୁ ୫୯ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୨୪୩ ଜଣ ଓ ଷ୍ଟେଟ ପୁଲରୁ ୨୦୭ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୮୧୩୦୯୬ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୭୩୨୦୧୮ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୭୮୦୩୧ ଜଣ ଚିକିତ୍ସାଧୀନ ଅଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ ୧୨୧୮୩୧୧୬ଟି ସାମ୍ପୁଲ ଟେଷ୍ଟ କରାଯାଇଛି। ରାଜ୍ୟରେ ୪୨ ଜଣ କରୋନା ଜନିତ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୨୯୯୪କୁ ବୃଦ୍ଧି ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *