ଯେତେବେଳେ ମ୍ଯାଚ ଅଧାରେ ଧୋନୀଙ୍କ ସ୍ଥାନରେ ବିରାଟ କଲେ ୱିକେଟକିପିଂ, କାରଣ ଜାଣି ହସ ରୋକିପାରିବେ ନାହିଁ

ପ୍ରତ୍ଯେକ ଖେଳାଳି ୱିକେଟକିପିଂ କରିପାରିବେ ନାହିଁ। ଏଥିପାଇଁ ବିଶେଷଜ୍ଞ ରହିବା ନିହାତି ଜରୁରୀ। କିନ୍ତୁ ଅନେକଥର କ୍ରିକେଟ ପଡିଆରେ ଏମିତି ସ୍ଥିତି ହୁଏ, ଯେତେବେଳେ ବାଧ୍ୟରେ ଦ୍ଵିତୀୟ ଖେଳାଳିଙ୍କୁ ଦାୟିତ୍ଵ ଦେବାକୁ ପଡେ। ଏମିତି ଏକ ଦୃଶ୍ୟ ଭାରତୀୟ କ୍ରିକେଟ ଦଳ ସହିତ ମଧ୍ୟ ହୋଇସାରିଛି। ଯେତେବେଳେ ଦଳର ରେଗୁଲାର ୱିକେଟକିପର ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନରେ ବିରାଟ କୋହଲୀ ୱିକେଟକିପିଂର ଦାୟିତ୍ଵ ସମ୍ଭାଳିଥିଲେ। ଏହି ବିଷୟଟି ବହୁତ ମଜାଳିଆ ଅଟେ। ମ୍ଯାଚ ସମୟରେ ଧୋନୀ ଅଚାନକ ନେଚର କଲିଙ୍ଗ କାରଣରୁ ପଡିଆର ବାହାରକୁ ଯିବାକୁ ପଡିଥିଲା। ସେତେବେଳେ ତାଙ୍କର ଅନୁପସ୍ଥିତିରେ କୋହଲୀ ଗୋଟିଏ ଓଭର ୱିକେଟକିପିଂ କରିଥିଲେ।

ଏହି ଦୃଶ୍ୟ ଭାରତ ଓ ବାଂଲାଦେଶ ମଧ୍ୟରେ ୨୦୧୫ରେ ଏକ ଦିନକିଆ ମ୍ଯାଚ ସମୟରେ ହୋଇଥିଲା। ସେତେବେଳେ ଧୋନୀ ଅଚାନକ ଟୟଲେଟ ବ୍ରେକ ନେଇଥିଲେ। ସେ ବିରାଟଙ୍କୁ ୱିକେଟକିପିଂ ଗ୍ଳବ୍ସ ଦେଇଥିଲେ ଓ ପଡିଆ ବାହାରକୁ ଯାଇଥିଲେ। ସେହି ସମୟରେ ସବଷ୍ଟିଚ୍ୟୁଟ ୱିକେଟକିପରର ଅନୁମତି ନଥିଲା। ଏହି କାରଣରୁ ଧୋନୀଙ୍କ ବଦଳରେ ଆଉଟଫିଲ୍ଡରେ ଜଣେ ଖେଳାଳିଙ୍କୁ ନିଆଗଲା ଓ ବିରାଟ ୱିକେଟକିପିଂର ଦାୟିତ୍ଵ ଉଠାଇଲେ। ଏହି ଦୃଶ୍ୟ ବାଂଲାଦେଶ ଇନିଙ୍ଗ୍ସର ୪୪ତମ ଓଭରରେ ହୋଇଥିଲା। ଏକ ଓଭର ପରେ ଧୋନୀ ପଡିଆକୁ ଫେରିଆସିଥିଲେ।

କୋହଲୀଙ୍କୁ ବଲ ମୁହଁରେ ବାଜିବାର ଡର ଥିଲା:-

କୋହଲୀ ନିକଟରେ ସାଥି କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ଏହି ଘଟଣା ବିଷୟରେ କଥାବାର୍ତ୍ତା କରି କହିଲେକି ୱିକେଟକିପର ପାଇଁ ଏହି ଖେଳ କେତେ କଷ୍ଟ ହୋଇଥାଏ। ସେତେବେଳେ ସେ ମୟଙ୍କଙ୍କୁ କହିଥିଲେକି କେବେ ମାହି ଭାଇଙ୍କୁ ପଚାରିବେ କେମିତି ହେଇଥିଲା? ସେତେବେଳେ ସେ ମୋତେ କହିଥିଲେକି ୨-୩ ଓଭର ୱିକେଟକିପିଂ କରିବାକୁ ହେବ। ମୁଁ ୱିକେଟକିପିଂ ସହିତ ଫିଲ୍ଡ ପ୍ଲେସମେଣ୍ଟର ଦାୟିତ୍ଵ ମଧ୍ୟ ସମ୍ଭାଳିଥିଲି। ଏହାପରେ ମୋତେ ଜଣାପଡିଲାକି ଯେତେବେଳେ ସେ ପଡିଆରେ ଉପସ୍ଥିତ ଥାନ୍ତି, ପ୍ରତ୍ଯେକ ବଲ ଉପରେ ଧ୍ୟାନ ଦେବାକୁ ହୁଏ ଓ ଫିଲଡିଙ୍ଗ ମଧ୍ୟ ସେଟ କରିବାକୁ ହୁଏ। ମୋତେ ସେତେବେଳେ ବହୁତ ମଜା ଆସିଥିଲା। କିନ୍ତୁ ତାଙ୍କୁ ମୁହଁରେ ବଲ ବାଜିବାର ଡର ମଧ୍ୟ ଥିଲା।

ଏହା ବିଷୟରେ ବିରାଟ କହିଲେକି ସେହି ସମୟରେ ଏକ ଅସୁବିଧା ଥିଲାକି ଉମେଶ ଯାଦବ ୱିକେଟକିପିଂ କରିଥିଲେ। ମୋତେ ଡର ଲାଗୁଥିଲାକି, କାଳେ ତାଙ୍କର ବଲ ମୁହଁରେ ନ ବାଜିଯାଉ। ମୁଁ ସେତେବେଳେ ହେଲମେଟ ପିନ୍ଧିବାକୁ ଚାହୁଁନଥିଲି। କାରଣ ମୋତେ ଲାଗୁଥିଲା ଯଦି ମୁଁ ଏମିତି କରିବି ତେବେ ମୁଁ ଅପମାନ ହୋଇଯିବି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *