ଜଙ୍ଗଲ ଭ୍ରମଣର ମଜା ନେଉଥିଲେ ପର୍ଯ୍ୟଟକ, ଠିକ ସେତିକିବେଳେ ସିଂହ କଲା ଆ-କ୍ର-ମ-ଣ, ଦେଖନ୍ତୁ ଭୟାନକ ଦୃଶ୍ୟ

ଯେଉଁ ବ୍ୟକ୍ତିକୁ ଆଡଭେଞ୍ଚର କରିବା ପସନ୍ଦ ହୋଇଥାଏ, ସେ କେବେହେଲେ ଜଙ୍ଗଲ ଯାତ୍ରାର ମଜା ନେବାରେ ନିଜକୁ ଅଟକାଇ ପାରେନାହିଁ | ଜଙ୍ଗଲ ଯାତ୍ରା ସମୟରେ ଲୋକମାନେ ପଶୁମାନଙ୍କୁ ଖୁବ ନିକଟରୁ ଦେଖିପାରିବେ | କିନ୍ତୁ ଜଙ୍ଗଲ ଯାତ୍ରାକୁ ଉପଭୋଗ କରିବା ସମୟରେ ବେଳେବେଳେ ଏପରି ଘଟଣା ଘଟିଯାଏ, ଯାହାକୁ ମଣିଷ ଜୀବନସାରା ଭୁଲିପାରେ ନାହିଁ | ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି | ଭାଇରଲ ହେଉଥିବା ଏହି ଭିଡିଓରେ ଯାହା ଦେଖାଯାଉଛି, ତାହା ନିଶ୍ୱାସ ଅଟକାଇ ଦେବାଭଳି ଅଟେ |

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓରେ ଏକ ଖୋଲା ଜିପରେ କିଛି ଲୋକ ବସି ଜଙ୍ଗଲ ଯାତ୍ରାର ଆନନ୍ଦ ନେଉଥିବାବେଳେ ଏକ ସିଂହ ଆସି ଖୋଲା ଜିପ ଉପରେ ଆ-କ୍ର-ମ-ଣ କରିଦେଉଛି | ସିଂହ ଏତେ ଜୋରରେ ଆ-କ୍ର-ମ-ଣ କଲା ଯେ ସେଥିରେ ବସିଥିବା ଯାତ୍ରୀମାନେ ମଧ୍ୟ ପୁରାପୁରି ଡରିଗଲେ | କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ସିଂହ ଜିପରେ ଲୋକମାନଙ୍କୁ କ୍ଷତି ପହଞ୍ଚାଇବା ବଦଳରେ ମଜା ମସ୍ତି କରିବାକୁ ଲାଗେ | ସେହିପରି ଜିପରେ ପଛରେ ବସିଥିବା କୌଣସି ଯାତ୍ରୀ ଏହି ସବୁ ଘଟଣାକୁ ନିଜ କ୍ୟାମେରାରେ କଏଦ କରିନେଲେ |

ଏଠାରେ ଦେଖନ୍ତୁ ଭିଡିଓ :-

ବର୍ତ୍ତମାନ ଏହି ଭିଡିଓ ଇଣ୍ଟରନେଟ ଦୁନିଆରେ ଖୁବ ଜୋରରେ ଭାଇରଲ ହେଉଛି, କିନ୍ତୁ ଏହି ଭିଡିଓ କେବେର ଏବଂ କେଉଁ ସ୍ଥାନର ଅଟେ ଏହା ଜଣାପଡି ନାହିଁ | ଦି ଅନକ୍ସପ୍ଲେଡ୍ ନାମକ ଏକ ଟ୍ୱିଟର ହ୍ୟାଣ୍ଡଲ ଏହି ଭିଡିଓକୁ ସେୟାର କରିଛି | ଏପର୍ଯ୍ୟନ୍ତ ଏହି ଭିଡିଓକୁ ୧୭ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି | ଏହାସହିତ ନଅ ହଜାରରୁ ଅଧିକ ଲୋକ ରିଟ୍ୱିଟ ମଧ୍ୟ କରିଛନ୍ତି | ଏହି ଭିଡିଓକୁ ସୋସିଆଲ ମିଡିଆରେ ଜୁନ ୧ ରେ ହିଁ ସେୟାର କରାଯାଇଥିଲା |

ସେବେଠାରୁ ଏହି ଭିଡିଓ ଇଣ୍ଟରନେଟ ଦୁନିଆରେ ଭାଇରଲ ହେଇଚାଲିଛି | ଆପଣଙ୍କୁ କହିରଖୁଛୁ ଯେ ଜଙ୍ଗଲୀ ପଶୁମାନଙ୍କର ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ହେଡଲାଇନରେ ରହୁଛି, ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ଏପରି ଯେ ସେମାନଙ୍କୁ ଦେଖିବା ପରେ ବହୁତ ଖୁସି ଲାଗେ | ଦି ଅନକ୍ସପ୍ଲେଡରେ ମଧ୍ୟ ଜଙ୍ଗଲୀ ପଶୁମାନଙ୍କର ଦୁନିଆର ଅନେକ ରୋଚକ ଭିଡିଓ ପୋଷ୍ଟ କରାଯାଇଥାଏ, ଯାହାକୁ ଲୋକମାନଙ୍କ ଦ୍ୱାରା ଖୁବ ପସନ୍ଦ କରାଯାଇଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *