SBI ଵଦଳାଇଲା ବ୍ୟାଙ୍କ ଖାତା ଓ ଏଟିଏମରୁ ଟଙ୍କା ଉଠାଇବା ନିୟମ,୧ ଜୁଲାଇ ଠାରୁ ଲାଗୁ ହେବ ଏହି ନିୟମ

ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଖାତାରୁ ଓ ଏଟିଏମରୁ ଟଙ୍କା ଉଠାଇବା ନିୟମକୁ ବଦଳେଇ ଦେଇଛି|ଏହି ନିୟମ ୧ ଜୁଲାଇ ୨୦୨୧ ଠାରୁ ଲାଗୁ ହେଵ|ଏହି ନିୟମ ବିଷୟରେ ଜାଣିବା ଆବଶ୍ୟକ ନଚେତ୍ ଫଳରେ ସମସ୍ୟା ଆସିପାରେ|ଏସବିଆଇ କହିଛନ୍ତି ଯେ ଗୈର ବିତ୍ତୀୟ ଟ୍ରାଞ୍ଜାକ୍ସନ ପାଇଁ ବ୍ୟାଙ୍କର ଶାଖା,ଚ୍ୟାନେଲ,ବା ଏଟିଏମ୍ ବା ସିଡିଏମ୍ ସେବା ନିଆଯାଇପାରିବ|ବେସିକ୍ ସେଭିଂ ଡିପୋଜିଟ୍ ଖାତା ପାଇଁ ଏସବିଆଇ ବା ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇବା ମାଗଣା ଅଟେ|

ଏସବିଆଇ କହିଛନ୍ତି ଯେ ନିଜ ବ୍ରାଞ୍ଚ ବା ଏଟିଏମରୁ ନକଦୀ ଉଠାଇବା ନିୟମରେ ପରିବର୍ତ୍ତନ କରାଯାଇଛି ଯାହା ୧ ଜୁଲାଇ ଠାରୁ ଲାଗୁ ହେବ|ବ୍ୟାଙ୍କ ତରଫରୁ ଚେକବୁକ୍ ଚାର୍ଜ,ମନି ଟ୍ରାନ୍ସଫର ଓ ଗୈର ବିତ୍ତୀୟ ଟ୍ରାଞ୍ଜାକ୍ସନରେ ପରିବର୍ତ୍ତନ କରାଯାଇଛି|ଏହି ନିୟମ ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟ ବା ବିଏସବିଡି କ୍ଷେତ୍ରରେ ଲାଗୁ ହେବ|ବିଏସବିଡି ସେହି ଖାତା ଯାହା ବ୍ୟାଙ୍କର ପ୍ରତି ବ୍ରାଞ୍ଚରେ ଚଲାଯାଏ ଓ ଏଥିରେ ନ୍ୟୁନତମ ଓ ସର୍ବାଧିକ ବାଲାନ୍ସର ସୀମା ନଥାଏ|ଏହି ଏକାଉଣ୍ଟ୍ ଧାରକଙ୍କୁ ସାଧାରଣ ଭାବେ ଏଟିଏମ ସହ ଡେବିଟ କାର୍ଡ ଦିଆଯାଇଥାଏ|

ନୁଆ ନିଯମ ଅନୁସାରେ ଯଦି ଆପଣ ଗୈର ବିତ୍ତୀୟ ଟ୍ରାଞ୍ଜାକ୍ସନ କରନ୍ତି ତେବେ ଏଥିପାଇଁ କୈାଣସି ଶୁଳ୍କ ଦେବାକୁ ପଡିବ ନାହିଁ|ଯଦି ମାସରେ ୪ ଥର ଟଙ୍କା ଉଠାଇ ସାରିଛନ୍ତି ପରବର୍ତ୍ତୀ ଥର ବ୍ୟାଙ୍କର ବ୍ରାଞ୍ଚ ବା ଏଟିଏମରୁ ଟଙ୍କା ଉଠାଇଲେ ୧୫ ଟଙ୍କା ସହ ଜିଏସଟି ଦେବାକୁ ପଡିବ|ଏହା ୪ଥର ପରେ ପ୍ରତ୍ୟେକ ଥର ଉଠାଇଲେ ଦେବାକୁ ହେବ|ନୂଆ ନିୟମରେ କୁହାଯାଇଛି ଯେ ଏକ ବିତ୍ତୀୟ ବର୍ଷରେ ପ୍ରତି ଗ୍ରାହକକୁ ମାଗଣାରେ ୧୦ ପୃଷ୍ଠାର ଚେକବୁକ୍ ଦିଆଯିବ|ଏହି ସୁବିଧା ବେସିକ୍ ଖାତାଧାରକ ପାଇଁ ଲାଗୁ ହେବ|

୧୦ ପୃଷ୍ଠା ବାଲା ଚେକବୁକ୍ ଶେସ୍ଷ ହେବଖ ପରେ ଯଦି ଗ୍ରାହକ ନେବାକୁ ଚାହାନ୍ତି ତେଵେ ୪୦ ଟଙ୍କା ସହ ଜିସଟି ଦେଲେ ୨୫ ପୃଷ୍ଠା ଚେକବୁକ ପାଇବେ|ଏହି ଖର୍ଚ୍ଚ ପାଖାପାଖି ୭୫ ଟଙ୍କା ଆସିବ|ଯଦି କୈଣସି କଷ୍ଟମର ଜରୁରୀକାଳୀନ ଚେକବୁକ୍ ଦରକାର କରନ୍ତି ତାଙ୍କୁ ଜିସଟି ବ୍ୟତୀତ ୫୦ ଟଙ୍କା ଦେବାକୁ ହେବ|ସିନିୟର ସିଟିଜେନ ପାଇଁ ଅତିରିକ୍ତ ଟଙ୍କା ଦେବାକୁ ପଡିବ ନାହିଁ|

ଏସବିଆଇ ବିସବିଡି ଏକାଉଣ୍ଟକୁ ଜିରୋ ବାଲାନ୍ସ ଏକାଉଣ୍ଟ୍ ମଧ୍ୟ କହନ୍ତି|ଏଥିରେ ମିନିମମ୍ ବାଲାନ୍ସ ନରହିଲେ ମଧ୍ୟ ଜୋରିମାନା ପଡେ ନାହିଁ|ଏହା ସମାଜର ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଉପଯୁକ୍ତ|ଲୋକଙ୍କୁ ଖାତା ଖୋଲାଇବାକୁ ପ୍ରୋତ୍ସାହନ ପାଇଁ ଏହା ଆରମ୍ଭ ହୋଇଥିଲା|ଏଥିରେ କମ୍ ବଜେଟରେ ସେଭିଂ କରାଯାଇପାରିବ|

ବିନା କୈାଣସି ଶୁକ୍ଳ ଦେଇ ଏଥିରେ ଟଙ୍କା ଉଠାଇପାରିବେ|ଏଥିରେ ସେତିକି ସୁଧ ମିଳେ ଯେତିକି ସାଧାରଣ ଏକାଉଣ୍ଟ୍ ରେ ମିଳେ|ଯଦି ଏହି ଖାତା ପ୍ରଥମରୁ ନିଷ୍କ୍ରିୟ ହୋଇଥାଏ ତେଵେ ଏହାକୁ ଆରମ୍ଭ କଲେ ଶୁଳ୍କ ପଡି ନଥାଏ|ଖାତା ବନ୍ଦ ପାଇଁ ମଧ୍ୟ ଶୁଳ୍କ ପଡେ ନାହିଁଁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *