ଭଙ୍ଗା ଗୋଡ ସହିତ ବିବାହ ପର୍ଯ୍ୟନ୍ତ,ଜାଣନ୍ତୁ ନିକୋଲାସ ପୂରନଙ୍କ ଲଭ ଷ୍ଟୋରି

ଜଣେ କ୍ରିକେଟର ନିଜ ଭିତରେ ଅନେକ କାହାଣୀକୁ ନେଇ ପଡ଼ିଆକୁ ଯାଆନ୍ତି | ଏମିତିରେ କହିବାକୁ ଗଲେ ତାଙ୍କ ଖେଳ ଜୀବନରେ ପରାଜୟ, ନିରାଶା, ହତାଶ ସହିତ ସଂଘର୍ଷ କରି ଜିତିବାର କୌଶଳ ଶିଖାଇ ଦିଏ | ୱେଷ୍ଟ ଇଣ୍ଡିଜ ଏବଂ ଆଇପିଏଲର ପଞ୍ଜାବ କିଙ୍ଗ୍ସର କ୍ରିକେଟର ନିକୋଲାସ ପୂରନ ଏହାର ଏକ ଉଦାହରଣ ଅଟନ୍ତି | ନିକୋଲାସ ନିଜ ଗର୍ଲଫ୍ରେଣ୍ଡ ଆଲିସାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ | ୨୦୧୪ ପରଠାରୁ ନିକୋଲାସ ପୂରନ ଏବଂ ଆଲିସା ମିଗୁଏଲ ପରସ୍ପରକୁ ଡେଟ କରୁଥିଲେ |

ନିକୋଲାସ ପୂରନ ଟ୍ୱିଟ କରି କହିଛନ୍ତି, ପ୍ରଭୁ ଯୀଶୁ ମୋତେ ଏହି ଜୀବନରେ ଅନେକ ଜିନିଷ ଦେଇ ଆଶୀର୍ବାଦ ଦେଇଛନ୍ତି | ମୋ ଜୀବନରେ ଆଲିସା ମିଗୁଏଲଙ୍କୁ ପାଇବା ଠାରୁ ବଡ଼ ଆଉ କିଛି ନାହିଁ | ଏହା ପରେ ନିକୋଲାସ ବୁଧବାର ଦିନ ଦୁଇଟି ଫଟୋ ଟ୍ୱିଟ କରିଛନ୍ତି | ସେଥିମଧ୍ୟରୁ ଗୋଟିଏରେ ସେ ଭଙ୍ଗା ଗୋଡରେ ହ୍ୱିଲ ଚେୟାରରେ ବସିଥିବାର ଦେଖାଯାଉଛନ୍ତି | ତାଙ୍କ ଗୋଡ଼ରେ ଆଲିସା ବସିଛନ୍ତି, ଏହି ଫଟୋ ପ୍ରାୟ ୭ ବର୍ଷ ପୂର୍ବର ଅଟେ, ସେହିପରି ଅନ୍ୟ ଫଟୋଟିରେ ସେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି | ନିକୋଲାସ କହିଛନ୍ତି, ମୋର ଏହି ପ୍ରଶଂସକମାନଙ୍କ ପାଇଁ ଯେଉଁମାନେ ଏହି ଚିଫଟୋ ତିଆରି କରିଛନ୍ତି, ଏହା ଆମ ମୁହଁରେ ହସ ଫୁଟାଇଛି | ଧନ୍ୟବାଦ |

ପୂରନ ଜଣେ ଉତ୍କୃଷ୍ଟ ଫିଲ୍ଡର ଅଟନ୍ତି, ଯଦିଓ ତାଙ୍କର ପ୍ରଦର୍ଶନ ଏହି ସିଜନରେ ମ୍ୟାଚଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ଖରାପ ରହିଛି, କିନ୍ତୁ ତାଙ୍କ ପ୍ରଶଂସକମାନେ ହ୍ରାସ ପାଇନାହାଁନ୍ତି | ନିକୋଲାସ ବିସ୍ଫୋରକ ବ୍ୟାଟ୍ସମ୍ୟାନ ହେବା ସହିତ ସେ ଜଣେ ଉତ୍ତମ ୱିକେଟ କିପର ମଧ୍ୟ ଅଟନ୍ତି | ନିକୋଲ୍ସଙ୍କୁ ସୀମିତ ଓଭରରେ ୱେଷ୍ଟ ଇଣ୍ଡିଜ୍ର ପରବର୍ତ୍ତୀ କ୍ୟାପଟେନ ମଧ୍ୟ କୁହାଯାଏ |

ବାସ୍ତବରେ, ପୂରନଙ୍କ ଲଭ ଷ୍ଟୋରି କୌଣସି ଫିଲ୍ମଠାରୁ ମଧ୍ୟ କମ ନୁହେଁ | ୨୦୧୫ ମସିହାରେ ନିକୋଲାସ ଏକ କାର ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଯାଇଥିଲେ | ଦିନେ ନେସନାଲ କ୍ରିକେଟ୍ ସେଣ୍ଟରରୁ ନିୟମିତ ତାଲିମ ନେବା ପରେ ପୂରନ ନିଜ ଘରକୁ ଫେରୁଥିଲେ | ଘର ପାଖରେ ପହଞ୍ଚିଲା ବେଳକୁ ପୂରନଙ୍କ ଗାଡି ଏକ ବାଲି ଗଦାରେ ଧକ୍କା ଦେଇ ରାସ୍ତାକୁ ଆସି ଯାଇଥିଲା | ଏହି ସମୟରେ ସେଠାରେ ଆଉ ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା | ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ | ଏହା ପରେ ଡାକ୍ତର ତାଙ୍କୁ କ୍ରିକେଟ ଖେଳିବାକୁ ବାରଣ କରିଥିଲେ | ଏହା ସତ୍ତ୍ୱେ ମଧ୍ୟ ତାଙ୍କ ଗର୍ଲଫ୍ରେଣ୍ଡ ଆଲିସା ତାଙ୍କୁ ବହୁତ ସହଯୋଗ କରିଥିଲେ | ତାଙ୍କ ସହ ସେ ପାଦରେ ପାଦ ମିଶାଇ ଚାଲୁଥିଲେ | ୟୁଏଇରେ ଆଇପିଏଲ ଶେଷ ହେବା ପରେ ଗତ ବର୍ଷ ନଭେମ୍ବର ୧୭ ତାରିଖରେ ଦୁହେଁ ନିର୍ବନ୍ଧ କରିଥିଲେ |

ତ୍ରିନିଦାଦର ବାସିନ୍ଦା ଆଲିସା ଭ୍ରମଣ ଏବଂ ପହଁରିବାକୁ ଭଲ ପାଆନ୍ତି | ଦୁହିଁଙ୍କୁ ବୁଲିବାକୁ ବହୁତ ଭଲ ଲାଗେ | ଦୁହେଁ ପରସ୍ପର ସହିତ ୨୦୧୪ ମସିହାରୁ ଏକାଠି ଅଛନ୍ତି | ୱେଷ୍ଟ ଇଣ୍ଡିଜ କ୍ରିକେଟ ଟିମ କିମ୍ବା ଫ୍ରାଞ୍ଚାଇଜ ଟିମ ପାଇଁ ସେ ସର୍ବଦା ପୂରନଙ୍କ ସହିତ ଭ୍ରମଣ କରନ୍ତି | ଆଇପିଏଲ ସମୟରେ ତାଙ୍କୁ ଅନେକ ଥର ଷ୍ଟାଡିୟମରେ ଦେଖିବାକୁ ମିଳିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *