ପରିବାର ଲୋକ କଲେ ଅ-ନ୍ତି-ମ ସଂସ୍କାର, 15 ଦିନପରେ ପୁଣି ପରିବାର ସାମ୍ନାକୁ ଜୀବିତ ଫେରି ଆସିଲେ,ଜାଣନ୍ତୁ ପୁରା ଘଟଣା

ଘରେ ଯଦି କୌଣସି ବ୍ୟକ୍ତିର ମୃ-ତ୍ୟୁ ହୋଇଯାଏ ତାହେଲେ ବହୁତ ଦୁଃଖ ହୋଇଥାଏ । ଏହି ଦୁଃଖ ବହୁତ ଦିନ ପର୍ଯ୍ୟନ୍ତ ଆମ ପଛ ଛାଡ଼ିନଥାଏ । ଯେଉଁ ଲୋକ ଆମ ସାମ୍ନାରେ ଚଲାବୁଲା କରୁଥିଲା । ତାଙ୍କୁ ଆମେ ଆମ ନିଜ ହାତରେ ଅନ୍ତିମ ସଂସ୍କାର କରିଦେଇଥାନ୍ତି । ଏହି ଘଟଣାରେ ଆମେ ଭାଙ୍ଗି ପଡ଼ିଥାନ୍ତି । ପ୍ରକୃତିର ନିୟମକୁ ସତ ଭାବରେ ସ୍ୱୀକାର କରିଥାନ୍ତି । ଯେଉଁ ଲୋକ ଥରେ ମରିଗଲା ସେ ପୁଣିଥରେ ଫେରିବନାହିଁ ।

କିନ୍ତୁ ଥରେ ଭାବନ୍ତୁ କଣ ହେବ ଯଦି ଘରେ କାହାର ଅନ୍ତିମ ସଂସ୍କାର ସରିଥିବ କିନ୍ତୁ ସେ କିଛି ସମୟ ପରେ ପୁଣି ଆପଣଙ୍କ ସାମ୍ନାରେ ଜୀବିତ ଛିଡ଼ା ହୋଇଯାଏ ? ଏହି ନଜାରା ଦେଖି ଆପଣଙ୍କ ହୋଶ ଉଡ଼ିଯିବ । ଆପଣଙ୍କ ମଧ୍ୟରୁ କିଛି ଲୋକ ତ କିଛି ସମୟ ପାଇଁ ଡରିଯିବେ । ମନରେ କେତେକ ପ୍ରଶ୍ନ ଆସିବ କି, ଏହା କେମିତି ହୋଇଗଲା ? ଇଏ ଭୁତ ନୁହେଁ ତ ? ଏହା ମୋ ଆଖିର ଭ୍ରମ ତ ନୁହେଁ । ବାସ ଏମିତି ହିଁ କିଛି ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ରହୁଥିବା ଲୋକଙ୍କ ସହିତ ହୋଇଥିଲା । ଏହି ପରିବାର ନିଜ ଘରର 75 ବର୍ଷର ମହିଳାଙ୍କ ଶେଷ ସଂସ୍କାର କରିଥିଲେ । କିନ୍ତୁ 15 ଦିନ ପରେ ସେ ଜୀବିତ ହୋଇ ଫେରିଥିଲେ । ଆସନ୍ତୁ ଜାଣିବା ଏମିତି କେମିତି ହେଲା।

75 ବର୍ଷର ବୃଦ୍ଧା ମହିଳା ମୃ-ତ୍ୟ-ଳା ଗିରିଜମାଙ୍କ କରୋନା ଯାଞ୍ଚ ହୋଇଥିଲା । ଯେତେବେଳେ ରିପୋର୍ଟ ପଜିଟିଭ ଆସିଥିଲା ସେତେବେଳେ ତାଙ୍କୁ ମେ 12 ତାରିଖରେ ବିଜୟୱାଡ଼ା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଆଗାମୀ ସପ୍ତାହରେ ତାଙ୍କର ପତି ହସ୍ପିଟାଲକୁ ଯାଇ ଭେଟ କରିଥିଲେ । ଏହାପରେ ମେ 15 ତାରିଖରେ ଅଧିକାରୀ ମାନେ ସୂଚନା ଦେଇଥିଲେ କି, ଆପଣଙ୍କ ପରିବାର ସଦସ୍ୟା ଙ୍କ କରୋନା କାରଣରୁ ମୃ-ତ୍ୟୁ ହୋଇଯାଇଥିଲା । ଆପଣ ଶବ ଗୃହକୁ ଆସି ତାଙ୍କର ଶ-ବ ଖୋଜି ନିଅନ୍ତୁ ।

ଗିରିଜମା ଭଣଜା ନାଗୁ କୁହନ୍ତି କି, ସୂଚନା ମିଳିବାପରେ ମୋ ଦାଦା ହସ୍ପିଟାଲକୁ ନିଜ ପତ୍ନୀ ଙ୍କ ଶ-ବ ଖୋଜିବାକୁ ଯାଇଥିଲେ। ଏଠାରେ ଆମକୁ ଶ-ବ ଦେଖାଇଦେଲା । ସେ ଏହାପରେ ତାଙ୍କୁ ସହିତ ନେଇଗଲେ । ଏହାପରେ ହସ୍ପିଟାଲ ଅଧିକାରୀ ମାନେ ଏକ ଡେଥ ସାର୍ଟିଫିକେଟ ମଧ୍ୟ ଜାରି କରିଥିଲେ । ପରିବାର ଲୋକ ଶବକୁ ଜଗ୍ୟପାଟ ନେଇ ତାଙ୍କର ଅନ୍ତିମ ସଂସ୍କାର କରାଇଥିଲେ । ଏହାପରେ ମେ 23 ତାରିଖ ଦିନ ଗିରିଜମାଙ୍କ ପୁଅ ରମେଶ ର ମଧ୍ୟ ଦେହାନ୍ତ ହୋଇଯାଇଥିଲା । ଏହାପରେ ପରିବାର ଉଭୟଙ୍କ ସାମୂହିକ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ ।

ଅଚାନକ ଏହି ଘଟଣାର 15 ଦିନ ପରେ ଗିରିଜମା ଘରକୁ ଫେରିଥିଲେ । ତାଙ୍କୁ ଏହିପରି ଭାବରେ ଅଚାନକ ଜୀବିତ ଅବସ୍ଥାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନଙ୍କୁ ତାଙ୍କ ଆଖି ଉପରେ ବିଶ୍ବାସ ହେଉନଥିଲା । ସେ ଗିରିଜମାଙ୍କ ସାମ୍ନାରେ ପ୍ରଶ୍ନର ପାହାଡ଼ ଲଗାଇଲେ । ପୁଣି ଏହାଉପରୁ ପର୍ଦା ଉଠିଥିଲା । ଗିରିଜମା କହିଲେ, ସେ ମରିନଥିଲେ ବରଂ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚଲିଥିଲା । ଯେତେବେଳେ ସେ ଠିକ ହୋଇଥିଲେ ହସ୍ପିଟାଲରୁ ଫେରିଥିଲେ ।

ଘର ଲୋକ ଯେତେବେଳେ ଏହାବିଷୟରେ ହସ୍ପିଟାଲ ଅଧିକାରୀଙ୍କ ସହ କଥା ହେଲେ ସେତେବେଳେ ଜଣାପଡିଥିଲା ଏହିକଥା ସତ ଅଟେ । ଗିରିଜମାଙ୍କ ପତି କୌଣସି ଅନ୍ୟ ମହିଳାଙ୍କୁ ନିଜର ଶ-ବ ଭାବି ନେଇଆସିଥିଲେ । ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର କରିଦେଲେ । ଏବେ ଗରିଜମା ଙ୍କ ଭଣଜା ନାଗୁ ପ୍ରଶ୍ନ କରୁଛନ୍ତି କି, ମୋ ଖୁଡୀ ଙ୍କୁ ମୃ-ତ କହି ଫେରାଇ ଦିଆଗଲା । ଏଥିରେ ଭୁଲ କାହାର ଅଟେ ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *