ବଡ଼ ଖବର : ମଜୁରୀ ସ୍ଥିର କରିବାକୁ ମୋଦୀ ସରକାର ଗଠନ କଲେ ସମିତି,ଏହି ବିଶେଷଜ୍ଞ ମଧ୍ୟ ଏଥିରେ ସାମିଲ,ଜାଣନ୍ତୁ ପୁରା ଖବର

ସରକାର ରାଷ୍ଟ୍ରୀୟ ସ୍ତରରେ ନ୍ୟୁନତମ ମଜୁରୀ ସ୍ଥିର କରିବାକୁ ପ୍ରୋଫୋସର ଅଜିତ ମିଶ୍ର ନେତୃତ୍ୱରେ ଏକ ବିଶେଷଜ୍ଞ ଦଳ ଗଠନ କରିଛନ୍ତି|ଶ୍ରମ ମନ୍ତ୍ରାଳୟ ଏକ ବୟାନରେ କହିଛନ୍ତି ଯେ “ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଏକ ଆଦେଶ ଜାରି କରିଛନ୍ତି ଓ ନ୍ୟୁନତମ ମଜୁରୀ ତଥା ରାଷ୍ଟ୍ରୀୟ ସ୍ତରରେ ନ୍ୟୁନତମ ମଜୁରୀ ନିର୍ଦ୍ଧାରଣ ଉପରେ ବୈଷୟିକ ସୂଚନା ଓ ଉପଦେଶ ଦେବା ପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରାଯାଇଛି”|

ବିଭିନ୍ନ ଶ୍ରେଣୀର ଶ୍ରମିକଙ୍କ ପାଇଁ ନ୍ୟୁନତମ ମଜୁରୀ ଅଲଗା ଅଲଗା ରହିଛି|ରାଷ୍ଟ୍ରୀୟ ସ୍ତରରେ ନିମ୍ମତମ ମଜୁରୀର ଅର୍ଥ ଏମିତି ଵେତନ,ଯାହା ସାରା ଦେଶର ସମସ୍ତ ଶ୍ରେଣୀର ଶ୍ରମିକଙ୍କ ଉପରେ ଲାଗୁ ହେବ|ଏହାର ଗଠନ ଅଧିସୂଚନା ତାରିଖର ୩ ବର୍ଷ ଅବଧି ପାଇଁ କରାଯାଇଛି|

ଏହି ସମୂହ ମଜଦୂରୀ ଦର ସ୍ଥିର କରିବାକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସର୍ବୋତ୍ତମ ପ୍ରଥାକୁ ଦେଖିବ ଓ ମଜଦୁରୀ ନିର୍ଦ୍ଧାରଣ ପାଇଁ ବୈଜ୍ଞାନିକ ମାନଦଣ୍ଡ ବିକଶିତ କରିବ|ବିଶେଷଜ୍ଞ ସମୂହର ଅଧ୍ୟକ୍ଷତା ଇନଷ୍ଟିଚୁ୍ୟଟ ଅଫ ଇକୋନୋମିକ ଗ୍ରୋଥର ପ୍ରଫେସର ଅଜିତ ମିଶ୍ର କରିବେ|

ବିଶେଷଜ୍ଞ ସମୂହର ସଦସ୍ୟରେ ପ୍ରଫୋସର ତାରିକା ଚକ୍ରବର୍ତ୍ତୀ (ଆଇଆଇଏସ୍ କୋଲକାତା),ଅନୁଶ୍ରୀ ସିହ୍ନା (ସିନିୟର ଫେଲୋ,ନେସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ୍ଚ),ବିଭା ଭଲ୍ଲା(ସଂଯୁକ୍ତ ସଚିବ),ଏଚ ଶ୍ରୀନିବାସ(ମହା ନିର୍ଦ୍ଦେଶକ,ଭିଭି ଗିରି ନେସନାଲ ଲେବର ଇନଷ୍ଟିଚୁ୍ୟଟ)ରହିଛନ୍ତି|ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ବରିଷ୍ଠ ଶ୍ରମ ଓ ରୋଜଗାର ଉପଦେଷ୍ଟା ଡିପିଏସ୍ ନେଗୀ ସଦସ୍ୟ ସଚିବ ରହିଛନ୍ତି|

କରୋନା ଭାଇରସ ମହାମାରୀ ଦେଶର ଜନତାଙ୍କ ଆର୍ଥିକ ସ୍ଥିତି ବିଗାଡି ଦେଇଛି|ଲୋକଙ୍କୁ ମୁକ୍ତି ଦେବାପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି|ଏଵେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଦେଶରେ ମହାମାରୀର ଦ୍ୱିତୀୟ ଲହର ପ୍ରଭାବକୁ ଦୃଷ୍ଟିରେ ରଖି ସବସ୍କାଇବର୍ସକୁ ଆଶ୍ୱସ୍ତି ଦେବାପାଇଁ ଫଏସଲା ନେଇଛନ୍ତି|ସବସ୍କାଇବର୍ସ ଦ୍ୱିତୀୟ ଥର ନନ ରିଫଣ୍ଡେଵଲ କୋଭିଡ ଏଡଭାନ୍ସର ଫାଇଦା ଉଠାଇ ପାରିବେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *