ବଡ଼ ଖବର : ଆମେରିକୀୟ ମହାମାରୀ ବିଶେଷଜ୍ଞଙ୍କ ଉପରେ ଉହାନ ଲ୍ୟାବ ସେଣ୍ଟରକୁ ଟଙ୍କା ଦେବାର ସନ୍ଦେହ ! ଚୀନ ବୈଜ୍ଞାନିକଙ୍କ ସହିତ କଥାବାର୍ତ୍ତାର ଭିଡ଼ିଓ ଭାଇରାଲ

ଦୁନିଆ ସାରା ବିଗତ ଦେଢ଼ ବର୍ଷ ହେବ କରୋନା ଭାଇରସ ଆତଙ୍କ ରଚି ଚାଲିଛି । କୋଟି କୋଟି ଲୋକ ଏହାର ଚାପ ରେ ଆସିଥିଲେ ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲିଯାଇଥିଲା। ସେହିପରି ଚୀନ ଉପରେ କରୋନା ଭାଇରସ କୁ ପ୍ରୟୋଗଶାଳାରେ ବନାଇବାର ଆରୋପ ଆସୁଛି । ଏହାମଧ୍ୟରେ ଆମେରିକୀୟ ମହାମାରୀ ବିଶେଷଜ୍ଞ ଓ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶୀର୍ଷ ସ୍ୱାସ୍ଥ୍ୟ ଉପଦେଶକାରୀ ଡ଼କ୍ଟର ଏଥନୀ ଫୋୖସୀ ଓ ପ୍ରସିଦ୍ଧ ଉଦ୍ୟୋଗପତି ବିଲ ଗେଟସଙ୍କ ଉପରେ ଉହାନ ଲ୍ୟାବକୁ ଟଙ୍କା ଦେବାର ଆରୋପ ଲାଗିଥିଲା। ଏବେ ଏବେ ଆମେରିକୀୟ ସମାଚାର ପତ୍ର ୱାଶିଂଟନ ପୋଷ୍ଟର ହାତରେ ଡ଼କ୍ଟର ଫୋୖଶୀଙ୍କ ଇମେଲ ଲାଗିବାପରେ ଏହି ଆରୋପ କୁ ବଳ ମିଳିଛି । ସେହିପରି ଫୋୖଶୀଙ୍କ ଇନବକ୍ସ ପ୍ରଶଂସା ଓ ଧମକ ଯୁକ୍ତ ଇମେଲ ଭରା ପଡିଛି ।

ଉହାନ ଲ୍ୟାବକୁ ଟଙ୍କା ଦେବାର ଆ-ରୋ-ପ :-

ୱାଶିଂଟନ ପୋଷ୍ଟ ହାତରେ 866 ପ୍ରଶ୍ନର ଇମେଲ ଚ୍ୟାଟ ଲାଗିଛି । ଏଥିରେ ଜଣାପଡିଛି ଡ଼କ୍ଟର ଏଥନୀ ଲଗାତାର ଚୀନ ବୈଜ୍ଞାନିକଙ୍କ ସମ୍ପର୍କରେ ଥିଲେ ଓ ସେ ବିଲ ଗେଟସଙ୍କୁ ମଧ୍ୟ ଭ୍ୟାକ୍ସିନକୁ ଆଲୋଚନା କରିଥିଲେ । ଡ଼କ୍ଟର ଏଥନୀଙ୍କ ଉପରେ ବିଗତ ମାସରେ ଆରୋପ ଲାଗିଥିଲା କି, ସେ ଚୀନ ର ଉହାନ ଲ୍ୟାବକୁ ଟଙ୍କା ଦେଇଥିଲେ ଓ ଏବେ ଏହି ଇମେଲ ଲିକ ହେବାପରେ ପ୍ରଶ୍ନ ଉଠିଥିଲା କି, ଏଥନୀ ଫୋୖଶୀ ମଧ୍ୟ ଏହି ଷଡଯନ୍ତ୍ରରେ ସାମିଲ ଥିଲେ । କଣ ତାଙ୍କୁ କରୋନା ଭାଇରସ ବିଷୟରେ କିଛି ଜଣାଥିଲା । କଣ ସେ କରୋନା ଭାଇରସକୁ ବନାଇବା ପାଇଁ ଚୀନ ପ୍ରୟୋଗଶାଳାକୁ ଟଙ୍କା ଦେଇଥିଲେ ।

ଚୀନ ବୈଜ୍ଞାନିକ ମାନଙ୍କ ସହିତ ସମ୍ପର୍କରେ ଥିଲେ ଡ଼କ୍ଟର ଏଥନୀ :-

ଡ଼କ୍ଟର ଏଥନୀଙ୍କ ଇମେଲରୁ ସ୍ପଷ୍ଟ ହୋଇଛି କି, ସେ ଚୀନର ଶୀର୍ଷ ମହାମାରୀ ବିଶେଷଜ୍ଞଙ୍କ ସହିତ ଲଗାତାର ସମ୍ପର୍କରେ ରହିଥିଲେ । ରିପୋର୍ଟ ମୁତାବିକ, ଡ଼କ୍ଟର ଏଥନୀ ଓ ଚୀନର ମହାମାରୀ ବିଶେଷଜ୍ଞ ଡ଼କ୍ଟର. ଜର୍ଜ ଗାଉ ଯିଏକି ଚାଇନିଜ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲର ଡ଼ାଇରେକ୍ଟର ଅଟନ୍ତି । ଉଭୟଙ୍କ ମଧ୍ୟରେ କରୋନା ଭାଇରସ ବ୍ୟାପିବା ସମୟରେ ବହୁତ କଥାବାର୍ତ୍ତା ହୋଇଥିଲା । ୱାଶିଂଟନ ପୋଷ୍ଟ କେତେକ ଇମେଲ କୁ ସାର୍ବଜନିକ କରିଥିଲେ ଯେଉଁଥିରେ ବିଗତ ବର୍ଷ ଏପ୍ରିଲ ମାସରେ ଡ଼କ୍ଟର ଏଥନୀ ଫୋୖଶୀ ଓ ଆମେରିକୀୟ ମହାମାରୀ ଏକ୍ସପର୍ଟ ଙ୍କ କଥାବାର୍ତ୍ତା ଥିଲା । ଏହି ଚ୍ୟାଟ ରେ ସେ ବହୁତ ବନ୍ଧୁତା ର ସହିତ କଥାବାର୍ତ୍ତା କରୁଛନ୍ତି । କିନ୍ତୁ କରୋନା ଉତ୍ପତ୍ତି ଭଳି କୌଣସି କଥା କହି ନାହାଁନ୍ତି।

ଚାଲ ମିଶିକରି କାମ କରିବା :-

ବିଗତ ବର୍ଷ ମାର୍ଚ୍ଚ ମାସରେ ଚୀନ ବିଶେଷଜ୍ଞ କହିଥିଲେ କି, ଆମେରିକା ସରକାର ନିଜର ଜନତାଙ୍କୁ ମାସ୍କ ପିନ୍ଧିବାକୁ କହୁନାହିଁ ଯାହାକି ବହୁତ ଭୁଲ ହେବ । ଏହାପରେ ସେ ମେ 28 ତାରିଖରେ ଏଥନୀଙ୍କୁ ମେଲ କରିଥିଲେ ।ଏଥିରେ ଲେଖାଥିଲା ମୁଁ ଆପଣଙ୍କର ବିଜ୍ଞାନ ଇଣ୍ଟରଭ୍ୟୁ ଦେଖିଲି ଓ ଏହା ପତ୍ରକାର ଭାଷାରେ ଥିଲା । ଆଶା ଅଛି କି, ଆପଣ ମଧ୍ୟ ଏହାକୁ ବୁଝିବେ । ଚାଲନ୍ତୁ ମିଶିକରି କାମ କରିବା ଯେପରି ପୃଥିବୀରୁ ଏହି ଭାଇରସ ସମାପ୍ତ ହେବ । ଏହାର ଜବାବରେ ଡ଼କ୍ଟର ଏଥନୀ ଲେଖିଥିଲେ, ମୁଁ ସମ୍ପୂର୍ଣ୍ଣ ଭାବରେ ବୁଝୁଛି କୌଣସି ଅସୁବିଧା ନାହିଁ । ଆମେ ଏକତ୍ରିତ ହୋଇ କାମ କରିବା ।

ଚୀନ ବୈଜ୍ଞାନିକଙ୍କ ସହ କଥାବାର୍ତ୍ତା କରି ଦେଲେ ମାସ୍କ ପିନ୍ଧିବାର ଉପଦେଶ :-

ଏହି ଜବାବର ଠିକ ଏକ ସପ୍ତାହ ପରେ ଡ଼କ୍ଟର ଏଥନୀ ଫୋୖଶୀ ଲୋକଙ୍କୁ ମାସ୍କ ପିନ୍ଧିବାର ଉପଦେଶ ଦେଲେ । ଏହାପୂର୍ବରୁ ସେ କହିଥିଲେ, ଭାଇରସ ବିପକ୍ଷରେ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକ ନାହିଁ । କିନ୍ତୁ ଚୀନ ବିଶେଷଜ୍ଞଙ୍କ ସହ ଆଲୋଚନା କରି ସେ ମାସ୍କ ପିନ୍ଧିବାକୁ ଉପଦେଶ ଦେଇଥିଲେ ।

ଏଥନୀ ଫୋୖଶୀ ଓ ବିଲ ଗେଟସଙ୍କ କଥାବାର୍ତ୍ତା ମଧ୍ୟ ଭାଇରାଲ :-

ୱାଶିଂଟନ ପୋଷ୍ଟ ମଧ୍ୟ ଡ଼କ୍ଟର ଏଥନୀ ଓ ବିଲ ଗେଟସଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ମଧ୍ୟ ସାର୍ଵଜନିକ କରିଥିଲେ। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା କରୋନା ମହାମାରୀ ଆସିବା ସମୟରେ ହୋଇଥିଲା । 1 ଏପ୍ରିଲରେ ଡ଼କ୍ଟର ଫୋୖଶୀ ଟେଲିଫୋନ ମାଧ୍ୟମରେ କଥାବାର୍ତ୍ତା କରିଥିଲେ । ଯେଉଁଥିରେ ସେ ବିଲଗେଟସ-ମେଲେନିଆ ଫାଉଣ୍ଡେସନକୁ କରୋନା ଭ୍ୟାକ୍ସିନ ନିର୍ମାଣ କରିବାକୁ କହିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *