ଅଦ୍ଭୁତ ଝିଅ : ଅଢେଇ ବର୍ଷର ଏହି କୁନି ଝିଅ ମନେ ରଖିଛି ୨୦୫ ଟି ଦେଶ ଏବଂ ରାଜଧାନୀର ନାମ,ଦେଖନ୍ତୁ ଭିଡିଓ

ଏହି ଦୁନିଆ ରେ ଦକ୍ଷ ଲୋକଙ୍କର ଅଭାବ ନାହିଁ। କେତେ ଲୋକଙ୍କର ଦକ୍ଷତା ନିଜ ପିଲା ବେଳେ ସମୟରୁ ହିଁ ଆସି ଯାଇଥାଏ। ଏହି ଦିନ ଗୁଡ଼ିକରେ ସୋସିଆଲ ମିଡ଼ିଆ ରେ ଗୋଟେ ଅଢେଇ ବର୍ଷର କୁନି ଝିଅର ଭିଡିଓ ଭାଇରାଲ ହେବାର ଦେଖିବାକୁ ମିଳୁଛି। ସେହି କୁନି ଝିଅଟି ୨୦୦ ଦେଶର ରାଜଧାନୀର ନାମ କହୁଥିବାର ଦେଖିବାକୁ ମିଳୁଛି। ସେହି ଭିଡ଼ିଓରେ ଛୋଟ ଝିଅଟି ଅନେକ ଦେଶର ସଠିକ୍ ରାଜଧାନୀର ନାମ କହୁଛି, ସେଥିରେ ଏମିତି କିଛି ନାମ ଅଛି ଯାହାକୁ ମନେ ରଖିବା ସହଜ ନୁହେଁ।

ଛତିଶଗଡ଼ ର ଆଇ. ଏ. ଏସ୍ ପ୍ରିୟଙ୍କା ଶୁଖ୍ଲା ଏହି ଭିଡିଓ କୁ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି। ସେ ତାଙ୍କର ଅନୁଗାମୀଙ୍କୁ ପଚାରିଛନ୍ତି କି, ତୁମେମାନେ କେତେଟା ଦେଶର ରାଜଧାନୀର ନାମ ଜାଣିଛ। ସେ ଏକଥା ମଧ୍ୟ କହିଛନ୍ତି କି ସେହି କୁନି ଝିଅଟି ହେଉଛି ତାଙ୍କ ସହଯୋଗୀ ପ୍ରଦୀପ ଟଂଡନ ର ଝିଅ ଅଟେ। ଯାହା ପାଖରେ ବିସ୍ମୟକର ଦକ୍ଷତା ରହିଛି। ଭିଡିଓ ସେୟାର କରିଥିବା ସମୟରେ ସେ ଲେଖିଛନ୍ତି ଯେ, “କେବଳ ୨ ବର୍ଷ ବୟସରେ ୨୦୫ ଦେଶର ରାଜଧାନୀର ନାମ ମନେ ରଖିଦେଇଛି. ପ୍ରଦୀପ କହୁଥିଲେ କି, ପ୍ରଣିନାର ବୁଦ୍ଧି ଆରମ୍ଭରୁ ହିଁ ଅସାଧାରଣ ରହିଛି।

ଏହି ଭିଡିଓ ଆରମ୍ଭରେ ପ୍ରଣିନା ନାମକ ଏକ କୁନି ଝିଅ ଯାହାକୁ କ୍ୟାମେରା ଆଗରେ ବସିଥିବାର ଦେଖିବାକୁ ପାଇବା। ପୁଣି ଏକ ମହିଳା ତାକୁ ଗୋଟି ଗୋଟି କରି ଦେଶର ରାଜଧାନୀର ନାମ କହିବା ପାଇଁ କହୁଥିବ। ସେ ଆଫଗାନସ୍ତାନର ରାଜଧାନୀର ନାମ ପଚାରିକି ଆରମ୍ଭ କରିବ ଏବଂ ଆମୋନିଆ, ବହାରିନ, ଭୁଟାନ, ଏଜାରାଇଲି ଏବଂ ଅନେକ ଦେଶର ରାଜଧାନୀ ବିଷୟରେ ପଚାରିବ । ପ୍ରବୀଣା ସେ ସବୁର ଉତ୍ତର ଖୁବ୍ ଶୀଘ୍ର ଦେବ ।

ସୋସିଆଲ ମିଡିଆରେ ଯେମିତି ଭିଡିଓ ସେୟାର ହେଇଛି ଠିକ୍ ସେହି ଭଳି ଭାବେ ଲୋକମାନେ ନିଜ ନିଜର ମତ ଦେବା ଆରମ୍ଭ କରିଦେଇଥିଲେ। ଏହି ଭିଡିଓ କୁ ଦେଖିବା ପରେ ଜଣେ ୟୁଜର କହିଛନ୍ତି କି, ଏହି କୁନି ଝିଅର ବୁଦ୍ଧି ଅତି ପ୍ରଖର ବୋଲି, ଅନ୍ୟ ଜଣେ ୟୁଜର ମତ ରଖିଛନ୍ତି ଯେ ଏତେ କମ୍ ବୟସରେ ଯଦି ପିଲାଟିଏ ଏତେ ମନେ ରଖିପାରିଛି ତେବେ ଭବିଷ୍ୟତରେ ଆଉହୁରି କଣ ନହେବ । ଅନେକ ଲୋକମାନେ ମଧ୍ୟ ନିଜ ନିଜର ମତ ଏହି ଭିଡିଓ ରେ ରଖିଛନ୍ତି ଏବଂ ଛୋଟ ଝିଅଟିର ମଧ୍ୟ ପ୍ରଶଂସା କରିଛନ୍ତି। ଏହି ଭିଡିଓ କୁ ଏ ପର୍ଯ୍ୟନ୍ତ ୨୬ ହଜାର ଲୋକ ଦେଖିସାରିଲେଣି ଏବଂ ୨ ହଜାର ଲାଇକ ମଧ୍ୟ ମିଳିସାରିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *