ସୋସିଆଲ ମିଡିଆରେ ଭିଡିଓ ଦେଖି ସ୍ୱାମୀର ଉଡ଼ିଗଲା ହୋସ, ସ୍ତ୍ରୀ କରୁଥିଲା ଆଉ କାହା ସହ ବିବାହ,ଜାଣନ୍ତୁ ପୁରା ଘଟଣା

ଚୀନରେ ଜଣେ ମହିଳା ୧୯ ଜଣ ଲୋକଙ୍କୁ ବିବାହ କରିବାର ପ୍ରତିସ୍ମୃତି ଦେବା ପରେ ବର୍ତ୍ତମାନ ହେଡଲାଇନରେ ଅଛନ୍ତି | ସାଉଥ ଚାଇନା ମର୍ନିଙ୍ଗ ପୋଷ୍ଟ ଅନୁଯାୟୀ, ଏହି ମହିଳା ବର୍ତ୍ତମାନ ପର୍ଯ୍ୟନ୍ତ ଏହି ୧୯ ଜଣ ଲୋକଙ୍କ ସହିତ ମ୍ୟାରେଜ ସ୍କାମ କରିବାପରେ ୨ କୋଟିରୁ ଅଧିକ ଟଙ୍କା ଲୁଟ କରିସାରିଛି |

ଏହି କେସର ଖୁଲାସା ସେତେବେଳେ ହେଲା, ଯେତେବେଳେ ଜଣେ ବ୍ୟକ୍ତି ମାର୍ଚ୍ଚ ମାସରେ ଷ୍ଟ୍ରିମିଙ୍ଗ ଆପ୍ଲିକେସନରେ ଗୋଟିଏ ଭିଡିଓ ଦେଖୁଥିଲେ, ଯେଉଁଥିରେ ତାଙ୍କର ନୁଆଁ କରି ଆସିଥିବା ବୋହୁ ପାଖ ରାଜ୍ୟରେ ରହୁଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ବିବାହ କରୁଥିଲେ |

ଉରଡ ଗାଁରେ ରହୁଥିବା ୩୫ ବର୍ଷର ଏହି ବ୍ୟକ୍ତି ଏହାପରେ ନିଜ ପରିବାର ସହିତ ମିଶି ଏହି ଅନ୍ୟ ବ୍ୟକ୍ତିଙ୍କ ଫ୍ୟାମିଲିକୁ ଖୋଜିଲେ | ଏହାପରେ ଏହି ମାମଲାରେ ପୋଲିସକୁ ଡକାଗଲା ଏବଂ ସେତେବେଳେ ଯାଇ ମାମଲା ସ୍ପଷ୍ଟ ହେଲା ଯେ ଦୁହିଁଙ୍କୁ ହିଁ ଏହି ମାମଲାରେ ମହିଳାଜଣକ ଠକିଛନ୍ତି |

ପୋ-ଲି-ସ ଅନୁଯାୟୀ, ଏହି ମହିଳା ଗାନସୁ ଅଂଚଳର ଅଟନ୍ତି | ଏହି ଦୁଇ ଲୋକଙ୍କ ସହିତ ଏହି ମହିଳାଙ୍କର ଦେଖା ଏକ ମ୍ୟାଚମେକର ସାହାଯ୍ୟରେ ହୋଇଥିଲା | ଏହି ମହିଳା ବିବାହ କରିବାର କିଛି ସମୟ ପରେ ଅନେକ ବାହାନା କରି ଘରୁ ବାହାରେ ରହୁଥିଲେ ଏବଂ ଅନ୍ୟ ଲୋକଙ୍କୁ ସ୍କାମ କରୁଥିଲେ |

ରିପୋର୍ଟସ ଅନୁଯାୟୀ, କ୍ୟାଶ ଗିଫ୍ଟ ଏବଂ ଗହଣା କାରଣରୁ ଏହି ବ୍ୟକ୍ତିଙ୍କୁ ମହିଳାଜଣକ ୧ ଲକ୍ଷ ୪୮ ହଜାର ୟୁଆନ ଠକି ନେଇଥିଲେ ଏବଂ ଅନ୍ୟ ବ୍ୟକ୍ତିଙ୍କଠାରୁ ଏହି ମହିଳା ୧ ଲକ୍ଷ ୩୦ ହଜାର ୟୁଆନ ଠକି ନେଇଛନ୍ତି | ବର୍ତ୍ତମାନ ଏହି ମହିଳା ଏବଂ ଟଙ୍କା ତିନିଜଣ ସାଥୀମାନଙ୍କୁ ପୋଲିସ ଗି-ର-ଫ କରିନେଇଛି |

ପୋ-ଲି-ସ କହିଛି ଯେ ଏହି ମହିଳା ବିବାହ କରିବାର ଦୁଇ ମାସ ମଧ୍ୟରେ ନିଜ ସ୍ୱାମୀଙ୍କ ଘରେ କେବଳ ୧୦ ଦିନ ପାଇଁ ରହିଥିଲେ | ସେ ପ୍ରାୟତଃ ନିଜ ଘରକୁ ଯିବାପାଇଁ କିମ୍ବା ସାଙ୍ଗମାନଙ୍କ ସହିତ ବୁଲିଯିବା ପାଇଁ ବାହାନା କରି ଅନେକ ଦିନ ପର୍ଯ୍ୟନ୍ତ ଘରୁ ଗାଏବ ରହୁଥିଲେ |

ପୋ-ଲି-ସ-କୁ ପଚରାଉଚରା ପରେ ଜଣାପଡିଲା ଯେ ଏହି ଅଂଚଳର ଆଉ ଜଣେ ମହିଳା, ଯାହାଙ୍କ ନାମ ଡବା ବୋଲି କୁହାଯାଉଛି, ସେ ମଧ୍ୟ ଏପରି ମ୍ୟାରେଜ ସ୍କାମ ୨୦୧୯ ମସିହାରୁ ଚଳାଉଛନ୍ତି | ଏହି ମହିଳାଙ୍କୁ ମଧ୍ୟ ଲି ନାମକ ମ୍ୟାଚମେକର ସାହାଯ୍ୟ କରୁଥିଲା | କୁହାଯାଉଛି ଯେ ଚୀନରେ ୧୭ ମିଲିୟନରୁ ଅଧିକ ଲୋକ ୨୦-୪୦ ବର୍ଷ ବୟସର ପରିସରରେ ଆସନ୍ତି |

ଏହି ଠକାମିର ଶି-କା-ର ହୋଇଥିବା ଅଧିକାଂଶ ଲୋକ ଗ୍ରାମୀଣ ଅଂଚଳରୁ ଥିଲେ ଏବଂ ଏ ସବୁ ଲୋକେ ବିବାହ ବୟସ ଅତିକ୍ରମ କରିବାପରେ ବିବାହ ପାଇଁ ସୁଯୋଗ ଖୋଜୁଥିଲେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *