ମହେନ୍ଦ୍ର ସିଂ ଧୋନୀ ଝିଅ ଜିଭାଙ୍କୁ ଦେଲେ ଏହି ସ୍ପେଶାଲ ଗିଫ୍ଟ,ଜାଣନ୍ତୁ କଣ ?

ଭାରତ ଦଳର ପୂର୍ବତନ ଅଧିନାୟକ ଓ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ ସ୍ଥଗିତ ହେବା ପରେ ରାଞ୍ଚୀ ନିକଟରେ ରିଙ୍ଗ ରୋଡ ସ୍ଥିତ ନିଜର ଫାର୍ମ ହାଉସରେ ପରିବାର ସହିତ ସମୟ ବିତାଉଛନ୍ତି। ଧୋନୀ ଘୋଡାକୁ ବହୁତ ଭଲ ପାନ୍ତି। ସେ ନିକଟରେ ଏକ କଳା ଘୋଡା ଚେତକ କିଣିଛନ୍ତି।

ଏହାର କିଛି ସପ୍ତାହ ପରେ ସେ ଝିଅ ଜିଭାଙ୍କୁ ଏକ ସ୍ପେଶାଲ ଗିଫ୍ଟ ଦେଇଛନ୍ତି। ଧୋନୀ ଜିଭାଙ୍କ ପାଇଁ ଏକ ନୂଆ ସାଥି ଯୋଡିଛନ୍ତି। ଜିଭା ଗୁରୁବାର ଦ୍ଵିପହର ‘ପୋନି’ ସହିତ ନିଜର ଏକ ଫୋଟ ସେୟାର କରିଥିଲେ। କ୍ରିକେଟର ନିଜର ପରିବାର ସହିତ ରାଞ୍ଚୀ ନିକଟରେ ଥିବା ଏକ ସାତ ଏକର ଫାର୍ମହାଉସରେ ସମୟ ବିତାଉଛନ୍ତି।

ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ ଦଳର ସାଥି ରବୀନ୍ଦ୍ର ଜଡେଜା ମଧ୍ୟ ଘୋଡା ପସନ୍ଦ। ପ୍ରାୟତଃ ସୋସିଆଲ ମିଡିଆରେ ସେ ଘୋଡାର ଫୋଟ ସେୟାର କରନ୍ତି। ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ପରେ, ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗରେ ନିଜର କ୍ରିକେଟ ଖେଳ ଜାରି ରଖିଛନ୍ତି। ଆଇପିଏଲ ସ୍ଥଗିତ ହେବା ପରେ ଧୋନୀ ରାଞ୍ଚୀ ଫେରିଆସିଥିଲେ ଓ ବର୍ତ୍ତମାନ ସ୍ତ୍ରୀ ସାକ୍ଷୀ ଓ ଝିଅ ସହିତ କିଛି କ୍ଵାଲିଟି ଟାଇମ ବିତାଉଛନ୍ତି।

ଭାରତୀୟ ଦଳର ପୂର୍ବତନ ଅଧିନାୟକ ଓ ବର୍ତ୍ତମାନ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ ସମୟରେ ପ୍ରୋପର୍ଟିରେ ବହୁତ ନିବେଶ କରୁଛନ୍ତି। ମହେନ୍ଦ୍ର ସିଂ ଧୋନୀ ନିକଟରେ ପୁନେରେ ଏକ ପିମ୍ପରି-ଚିଞ୍ଚ ବାଡରେ ଏକ ନୂଆ ଘର କିଣିଛନ୍ତି। ଧୋନୀ ରାଞ୍ଚୀରେ କଡକନାଥ କୁକୁଡ଼ା ସହିତ ଅର୍ଗାନିକ ଫାର୍ମିଂର ମଧ୍ୟ ବ୍ୟବସାୟ କରୁଛନ୍ତି। ସେ ପୁନେରେ ରାବତରେ ଏଷ୍ଟୋଡ଼ା ପ୍ରେସିଡେନ୍ସିୟାଲ ସୋସାଇଟିରେ ଘର କିଣିଛନ୍ତି। ଏହା ପୂର୍ବରୁ ତାଙ୍କର ସ୍ତ୍ରୀ ସାକ୍ଷୀ ଧୋନୀ ମୁମ୍ବାଇରେ ନିଜର ନୂଆ ଘରର ଏକ ନିର୍ମାଣଧୀନ ଫୋଟ ସେୟାର କରିଥିଲେ।


ସେ ଏଣ୍ଟରଟେନମେଣ୍ଟ ବ୍ୟବସାୟରେ ପାଦ ରଖିଛନ୍ତି ଓ ଏକ ପ୍ରଡକ୍ସନ କମ୍ପାନୀ ଆରମ୍ଭ କରିଛନ୍ତି। ଯାହା ‘ଏମଏସଡି ଏଣ୍ଟରଟେନମେଣ୍ଟ’ ନାମରେ ପରିଚିତ। ଏମଏସଡି ଏଣ୍ଟରଟେନମେଣ୍ଟର ମୁମ୍ବାଇରେ ଅଫିସ ଅଛି। ଧୋନୀଙ୍କ କମ୍ପାନୀ ଗତବର୍ଷ ଏକ ଡକ୍ୟୁମେନ୍ଟ୍ରି ନିର୍ମାଣ କରିଥିଲେ। ପ୍ରଡକ୍ସନ କମ୍ପାନୀର ନେତୃତ୍ଵ ତାଙ୍କର ପତ୍ନୀ ସାକ୍ଷୀ କରୁଛନ୍ତି।

ଧୋନୀ ବହୁତ କମ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି, କିନ୍ତୁ ତାଙ୍କର ସ୍ତ୍ରୀ ସାକ୍ଷୀ ପ୍ରଶଂସକକ ନିଜର ପରିଚିତ କ୍ରିକେଟରଙ୍କ ବିଷୟରେ ଅପଡେଟ ଦେଇଥାନ୍ତି। ସେ ନିକଟରେ ଧୋନୀଙ୍କ ରାଞ୍ଚୀ ସ୍ଥିତ ଫାର୍ମହାଉସରେ ନିଜର ଘୋଡା ଚେତକକୁ ପ୍ରେମ କରୁଥିବାର ଏକ ଭିଡିଓ ପୋଷ୍ଟ କରିଥିଲେ। ଦମ୍ପତିଙ୍କ ନିକଟରେ ଅନେକ ପାଳୁଥିବା କୁକୁର ଅଛନ୍ତି।

ଧୋନୀଙ୍କୁ ଆଇପିଏଲର ପ୍ରଞ୍ଚାଇଜ ୧୫କୋଟିରେ ରିଟେନ କରିଥିଲେ। ତାଙ୍କୁ ଚାରିବର୍ଷ ଧରି ସେହି ସମାନ ମୂଲ୍ୟ ମିଳୁଅଛି। ସେ ପ୍ରଥମେ ୧୨କୋଟି ୫୦ଲକ୍ଷ ମିଲୁଥଲା। ୨୦୦୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଧୋନୀ ଆଇପିଏଲରୁ ୧,୫୨୮,୪୦୦,୦୦୦ ଟଙ୍କା ଆୟ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *